ଆଜି ଆସୁଛନ୍ତି ମହାମହିମ, ଦାୟିତ୍ୱ ନେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ

The Sakala Picture
Published On

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଗୁରୁବାର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସେଠାରୁ ସ୍ୱତନ୍ତ୍ର ହେଲିକପ୍‍ଟର ଯୋଗେ ପୁରୀ ଗସ୍ତ କରିବେ […]

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଗୁରୁବାର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସେଠାରୁ ସ୍ୱତନ୍ତ୍ର ହେଲିକପ୍‍ଟର ଯୋଗେ ପୁରୀ ଗସ୍ତ କରିବେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ରାଷ୍ଟ୍ରପତିଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ଗୁରୁତ୍ୱ ଦୃଷ୍ଟିରୁ ଗୁରୁବାର ଦିନ ୧ଟାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଧୀନସ୍ଥ ସମସ୍ତ ସରକାରୀ ଦପ୍ତର ଓ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକକୁ ବନ୍ଦ ରଖାଯାଇଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ସର୍ବସଫଳତାକୁ ଦୃଷ୍ଟିରେ ରଖିତାଙ୍କ ସମ୍ମାନାର୍ଥେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏପରି ଛୁଟି ଘୋଷଣା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଦିନ ପ୍ରାୟ ୧୨ଟା ସମୟରେ ପୁରୀ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‍ରେ ଅବତରଣ କରି ସିଧାସଳଖ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିବେ। ପୁରୀରେ ଜିଲ୍ଲାପାଳ ସମର୍ଥ ବର୍ମା, ମନ୍ଦିର ଦର୍ଶନ ସମୟରେ ଗଜପତି ମହାରାଜ ଦିବ୍ୟସିଂହଦେବ ଏବଂ ଶ୍ରୀମନ୍ଦିର ପ୍ରଶାସକ ଭି ଭି ଯାଦବ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ। ଶ୍ରୀଜୀଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ପୁରୀସ୍ଥିତ ରାଜଭବନରେ ମଧ୍ୟାହ୍ନଭୋଜନରେ ମହାପ୍ରସାଦ ଗ୍ରହଣ କରି ପୁନଶ୍ଚ ବିମାନ ଯୋଗେ ଭୁବନେଶ୍ୱର ଫେରିବେ। ଅପରାହ୍ନ ୩ଟା ୧୫ ମିନିଟ୍‍ରୁ ୪ଟା ୧୫ ମିନିଟ୍‍ ଯାଏଁ ରାଜଧାନୀରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ପୁନଶ୍ଚ ରାଜଧାନୀସ୍ଥିତ ରାଜଭବନ ଗସ୍ତ କରି କେତେକ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବେ। ଗୁରୁବାର ରାତ୍ର ୮ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ନୈଶ୍ୟ ଭୋଜିରେ ଅଂଶଗ୍ରହଣ କରିବେ। ପରଦିନ ଅର୍ଥାତ ଶୁକ୍ରବାର ମହାମହିମ ସ୍ଥାନୀୟ ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ, ସେ ଶିକ୍ଷାଲାଭ କରିଥିବା ୟୁନିଟ୍‍ ୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ଆଦିବାସୀ ବାଳିକା ଛାତ୍ରୀନିବାସ ପରିଦର୍ଶନ କରିବେ। ସକାଳ ୯ଟାରୁ ୧୦ଟା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପରେ ବିଶ୍ରାମ ପାଇଁ ପୁନଶ୍ଚ ରାଜଭବନ ଗସ୍ତ କରିବେ। ସେଠାରେ କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମହାମହିମ ଭେଟିବେ। ସେହିପରି ଏଆଇସିଟିଇ ଇଂଜିନିୟରିଂ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଏବଂ ସିଏସଟିଟି ଦ୍ୱାରା କରାଯାଇଥିବା ଓଡ଼ିଆ ଭାଷାରେ ଗ୍ଲସରୀକୁ ଲୋକାର୍ପଣ କରିବେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି। ଆଇଜିପି କେନ୍ଦ୍ରାଞ୍ଚଳ ନରସିଂହ ଭୋଳ ପୁରୀରେ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଟ୍ୱିନ-ସିଟି କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତର ଦିନକ ପୂର୍ବରୁ ବାୟୁସେନାର ସ୍ୱତନ୍ତ୍ର ଟିମ୍‍ ବିଭିନ୍ନ ଯାଞ୍ଚ କରିଛନ୍ତି। ପୁରୀ ଗସ୍ତରେ ପ୍ରାୟ ୧୦୦ ପୁଲିସ୍‍ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ବ୍ଲୁ ବୁକ୍‍ ଆଧାରରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାମଗ୍ରିକ ଭାବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୩୪ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ, ୨୦୦ ପୁଲିସ୍‍ ଏସଆଇ ଏବଂ ଏଏସଆଇ, ୬୨ ଏସିପି ଏବଂ ୨୨ଏଡିସିପି ସୁରକ୍ଷା ଦାୟିତ୍ୱରେ ରହିବେ। ସେହିପରି ୪ ଜଣ ଡିସିପି ପାହ୍ୟାର ଅଧିକାରୀ ସ୍ୱତନ୍ତ୍ର ଭାବେ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

10 Nov 2022 By The Sakala

ଆଜି ଆସୁଛନ୍ତି ମହାମହିମ, ଦାୟିତ୍ୱ ନେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦୁଇ ଦିନ ପାଇଁ ଓଡ଼ିଶା ଆସୁଛନ୍ତି। ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ଗୁରୁବାର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଠାରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିବେ। ଭୁବନେଶ୍ୱରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସେଠାରୁ ସ୍ୱତନ୍ତ୍ର ହେଲିକପ୍‍ଟର ଯୋଗେ ପୁରୀ ଗସ୍ତ କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରପତିଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ଗୁରୁତ୍ୱ ଦୃଷ୍ଟିରୁ ଗୁରୁବାର ଦିନ ୧ଟାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଅଧୀନସ୍ଥ ସମସ୍ତ ସରକାରୀ ଦପ୍ତର ଓ ସରକାରୀ ତଥା ବେସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକକୁ ବନ୍ଦ ରଖାଯାଇଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ସର୍ବସଫଳତାକୁ ଦୃଷ୍ଟିରେ ରଖିତାଙ୍କ ସମ୍ମାନାର୍ଥେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏପରି ଛୁଟି ଘୋଷଣା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଦିନ ପ୍ରାୟ ୧୨ଟା ସମୟରେ ପୁରୀ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‍ରେ ଅବତରଣ କରି ସିଧାସଳଖ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉମାନଙ୍କ ଦର୍ଶନ କରିବେ। ପୁରୀରେ ଜିଲ୍ଲାପାଳ ସମର୍ଥ ବର୍ମା, ମନ୍ଦିର ଦର୍ଶନ ସମୟରେ ଗଜପତି ମହାରାଜ ଦିବ୍ୟସିଂହଦେବ ଏବଂ ଶ୍ରୀମନ୍ଦିର ପ୍ରଶାସକ ଭି ଭି ଯାଦବ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ। ଶ୍ରୀଜୀଉଙ୍କ ଦର୍ଶନ ପରେ ରାଷ୍ଟ୍ରପତି ପୁରୀସ୍ଥିତ ରାଜଭବନରେ ମଧ୍ୟାହ୍ନଭୋଜନରେ ମହାପ୍ରସାଦ ଗ୍ରହଣ କରି ପୁନଶ୍ଚ ବିମାନ ଯୋଗେ ଭୁବନେଶ୍ୱର ଫେରିବେ। ଅପରାହ୍ନ ୩ଟା ୧୫ ମିନିଟ୍‍ରୁ ୪ଟା ୧୫ ମିନିଟ୍‍ ଯାଏଁ ରାଜଧାନୀରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ ପୁନଶ୍ଚ ରାଜଧାନୀସ୍ଥିତ ରାଜଭବନ ଗସ୍ତ କରି କେତେକ ବ୍ୟକ୍ତିବିଶେଷଙ୍କୁ ସାକ୍ଷାତ କରିବେ। ଗୁରୁବାର ରାତ୍ର ୮ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ନୈଶ୍ୟ ଭୋଜିରେ ଅଂଶଗ୍ରହଣ କରିବେ। ପରଦିନ ଅର୍ଥାତ ଶୁକ୍ରବାର ମହାମହିମ ସ୍ଥାନୀୟ ଖଣ୍ଡଗିରିସ୍ଥିତ ତପୋବନ ହାଇସ୍କୁଲ, ସେ ଶିକ୍ଷାଲାଭ କରିଥିବା ୟୁନିଟ୍‍ ୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ଆଦିବାସୀ ବାଳିକା ଛାତ୍ରୀନିବାସ ପରିଦର୍ଶନ କରିବେ। ସକାଳ ୯ଟାରୁ ୧୦ଟା ମଧ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହା ପରେ ବିଶ୍ରାମ ପାଇଁ ପୁନଶ୍ଚ ରାଜଭବନ ଗସ୍ତ କରିବେ। ସେଠାରେ କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମହାମହିମ ଭେଟିବେ। ସେହିପରି ଏଆଇସିଟିଇ ଇଂଜିନିୟରିଂ ଓଡ଼ିଆ ବହି, ଇ-କୁମ୍ଭ ପୋର୍ଟାଲ ଏବଂ ସିଏସଟିଟି ଦ୍ୱାରା କରାଯାଇଥିବା ଓଡ଼ିଆ ଭାଷାରେ ଗ୍ଲସରୀକୁ ଲୋକାର୍ପଣ କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି। ଆଇଜିପି କେନ୍ଦ୍ରାଞ୍ଚଳ ନରସିଂହ ଭୋଳ ପୁରୀରେ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ରହିଛନ୍ତି। ସେହିପରି ରାଜଧାନୀ ଭୁବନେଶ୍ୱର ପାଇଁ ଟ୍ୱିନ-ସିଟି କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଦାୟିତ୍ୱ ଦିଆଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତର ଦିନକ ପୂର୍ବରୁ ବାୟୁସେନାର ସ୍ୱତନ୍ତ୍ର ଟିମ୍‍ ବିଭିନ୍ନ ଯାଞ୍ଚ କରିଛନ୍ତି। ପୁରୀ ଗସ୍ତରେ ପ୍ରାୟ ୧୦୦ ପୁଲିସ୍‍ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ବ୍ଲୁ ବୁକ୍‍ ଆଧାରରେ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସାମଗ୍ରିକ ଭାବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ୩୪ ପ୍ଲାଟୁନ୍‍ ପୁଲିସ୍‍ ଫୋର୍ସ, ୨୦୦ ପୁଲିସ୍‍ ଏସଆଇ ଏବଂ ଏଏସଆଇ, ୬୨ ଏସିପି ଏବଂ ୨୨ଏଡିସିପି ସୁରକ୍ଷା ଦାୟିତ୍ୱରେ ରହିବେ। ସେହିପରି ୪ ଜଣ ଡିସିପି ପାହ୍ୟାର ଅଧିକାରୀ ସ୍ୱତନ୍ତ୍ର ଭାବେ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି।

https://www.thesakala.in/latest-odisha-news/president-odisha-visit/article-16428
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର