ଓଡିଶାର ତିନି ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୧ ନିମନ୍ତେ ଆଜି ନର୍ସିଂ ବୃତିଧାରୀଙ୍କୁ ରାଷ୍ଟ୍ରପତି ଭବନ ଠାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କରିଛନ୍ତି । ସାରା ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଗୁଡିକରୁ ସମୁଦାୟ ୫୧ ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପୁରସ୍କାରରେ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଏଏନ୍ଏମ୍ , ୪ ଜଣ ଏଲ୍ଏଚ୍ଭି ଏବଂ ୩୦ ଜଣ ନର୍ସ । ଓଡିଶାର ନର୍ସ […]
ନୂଆଦିଲ୍ଲୀ : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୧ ନିମନ୍ତେ ଆଜି ନର୍ସିଂ ବୃତିଧାରୀଙ୍କୁ ରାଷ୍ଟ୍ରପତି ଭବନ ଠାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କରିଛନ୍ତି । ସାରା ଦେଶର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳ ଗୁଡିକରୁ ସମୁଦାୟ ୫୧ ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପୁରସ୍କାରରେ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ହେଉଛନ୍ତି ଏଏନ୍ଏମ୍ , ୪ ଜଣ ଏଲ୍ଏଚ୍ଭି ଏବଂ ୩୦ ଜଣ ନର୍ସ । ଓଡିଶାର ନର୍ସ ଖୁଲଣା ବାରିକ ଓ ନର୍ସ ଶିବାନୀ ଦାସ ଏବଂ ଏଏନ୍ଏମ୍ ଦମୟନ୍ତୀ ରାଉତ ଏହି ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି ।
The contribution of nurses in strengthening healthcare delivery has been exemplary. These awardees will inspire young nurses and midwives in the country to work with commitment and compassion for the betterment of fellow citizens. My best wishes to the entire nursing fraternity. pic.twitter.com/gier8fOrq4
— President of India (@rashtrapatibhvn) November 7, 2022
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ସ ମାନଙ୍କୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନୀତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନଜନ ଉପାଧୀ ପ୍ରଦାନ କରାଯାଇଛି । ପ୍ରତିବର୍ଷ ଭାରତୀୟ ନର୍ସିଂ ପରିଷଦ ଦ୍ୱାରା ବିଭିନ୍ନ ବର୍ଗର ନର୍ସ ମାନଙ୍କୁ ଚୟନ କରି ପୁରସ୍କୃତ କରାଯାଇଥାଏ । ବ୍ରିଟିଶ ନର୍ସ ଫ୍ଲୋରେନ୍ସ ନାଇଟଏଙ୍ଗେଲଙ୍କ ସମାନର୍ଥେ ସ୍ୱାସ୍ଥ୍ୟସେବାରେ ଉଲ୍ଲେଖନୀୟ ଯୋଗଦାନ କରିଥିବା ନର୍ସମାନଙ୍କୁ ଏହି ସମ୍ମାନଜନକ ଉପାଧି ପ୍ରଦାନ କରାଯାଇଥାଏ । ଓଡ଼ିଶାରୁ ଚଳିତ ଥର ୩ ଜଣଙ୍କୁ ଏହି ସମ୍ମାନ ମିଳିଛି ।ସେମାନେ ହେଲେ ନର୍ସ ଖୁଲଣା ବାରିକ , ନର୍ସ ଶିବାନୀ ଦାସ ଏବଂ ଏଏନ୍ଏମ୍ ଦମୟନ୍ତୀ ରାଉତ । ଜଗତସିଂହପୁର ଜିଲ୍ଲା ହସ୍ପିଟାଲରେ କାର୍ଯ୍ୟରତ ଖୁଲଣା ବାରିକ ଓ ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାଶଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫ୍ଲୋରେନ୍ସ ନାଇଟଏଙ୍ଗେଲ ସମ୍ମାନରେ ସମ୍ମାନୀତି କରିଛନ୍ତି ।
LIVE: President Droupadi Murmu presents the National Florence Nightingale Awards 2021 to Nurses at Rashtrapati Bhavan https://t.co/8UPXLoswwW

ଏହି ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ୧୯୭୩ ମସିହାରେ ସମାଜ ପ୍ରତି ନର୍ସ ମାନଙ୍କର ଏବଂ ନର୍ସିଂ ବୃତିଧାରୀ ମାନଙ୍କର ପ୍ରଶଂସନୀୟ କାର୍ଯ୍ୟକୁ ସ୍ୱୀକୃତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ସ୍ଥାପିତ ହୋଇଥିଲା ।