ୟୁଟ୍ଯୁବରେ ଲିକ୍ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଦମନ୍’, ଥାନାର ଦ୍ବାରସ୍ଥ ହେଲେ ଫିଲ୍ମ ନିର୍ମାତା

The Sakala Picture
Published On

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ଦମନ ରିଲିଜ ହୋଇଛି। ପାଖାପାଖି ୫୦ଟି ହଲରେ ଏହି ଓଡିଆ ଫିଲ୍ମଟି ରିଲିଜ ହୋଇଛି। ଜଣେ ଡାକ୍ତରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପାରେ ଆଧାର କରି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ନିର୍ମାଣ କରାଯାଇଛି ।ମାତ୍ର ବିଡମ୍ବନାର କଥା କି, ଫିଲ୍ମଟି ରିଲିଜ ହେବାର କେଇ ଘଣ୍ଟା ପରେ ବିଭିନ୍ନ ୟୁଟ୍ୟୁବରେ ଫିଲ୍ମଟିର ହଲ ପ୍ରିଣ୍ଟ ଭିଡିଓକୁ ଅପଲୋଡ଼ କରାଯାଇଛି । ଫିଲ୍ମ ହଲରେ ବେଆଇନ ସୁଟିଂ କରାଯାଇଥିବା ନେଇ […]

ଭୁବନେଶ୍ୱର: ବହୁ ପ୍ରତିକ୍ଷୀତ ଓଡିଆ ଫିଲ୍ମ ଦମନ ରିଲିଜ ହୋଇଛି। ପାଖାପାଖି ୫୦ଟି ହଲରେ ଏହି ଓଡିଆ ଫିଲ୍ମଟି ରିଲିଜ ହୋଇଛି। ଜଣେ ଡାକ୍ତରଙ୍କ ସଂଘର୍ଷ ଓ ସଫଳତାର କାହାଣୀ ଉପାରେ ଆଧାର କରି ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ନିର୍ମାଣ କରାଯାଇଛି ।ମାତ୍ର ବିଡମ୍ବନାର କଥା କି, ଫିଲ୍ମଟି ରିଲିଜ ହେବାର କେଇ ଘଣ୍ଟା ପରେ ବିଭିନ୍ନ ୟୁଟ୍ୟୁବରେ ଫିଲ୍ମଟିର ହଲ ପ୍ରିଣ୍ଟ ଭିଡିଓକୁ ଅପଲୋଡ଼ କରାଯାଇଛି । ଫିଲ୍ମ ହଲରେ ବେଆଇନ ସୁଟିଂ କରାଯାଇଥିବା ନେଇ ‘ଦମନ୍‌’ର ପ୍ରଯୋଜକ ଦୀପେନ୍ଦ୍ର ସାମଲ ସାଇବର ଥାନାରେ ଲିଖିତ ଭା‌ବେ ଅଭିଯୋଗ କରିଛନ୍ତି। ୧୧ରୁ ଅଧିକ ୟୁଟ୍ୟୁବ ଚ୍ୟାନେଲରେ ଫିଲ୍ମ ଅପଲୋଡ ହୋଇଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଦମନ ଚଳଚ୍ଚିତ୍ରର ପ୍ରଯୋଜକ ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

ଅପହଞ୍ଚ ଇଲାକାର ଏକ ବାସ୍ତବ କାହାଣୀକୁ ନେଇ ନିର୍ମାଣ ହୋଇଛି ଫିଲ୍ମ ଦମନ । କିନ୍ତୁ ଫିଲ୍ମ ରିଲିଜର ଗୋଟିଏ ଦିନ ମଧ୍ୟରେ ଏହାକୁ କିଛି ବ୍ୟକ୍ତି ହଲରେ ସୁଟିଂ କରିବା ସହ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ କରିନେଇଛନ୍ତି । ଯାହାକୁ ନେଇ ଥାନାର ଦ୍ୱାରସ୍ତ ହୋଇଛି ପ୍ରଯୋଜନା ସଂସ୍ଥା । ଅପଲୋଡ଼ କରିଥିବା ୟୁଟୁବ ଚ୍ୟାନେଲକୁ ବ୍ଲକ୍ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର