ଜନକୈନ୍ଦ୍ରିକ ପ୍ରଶାସନର ଉଦ୍ଦେଶ୍ୟ ସାଧନ କରୁଛି ‘୫-ଟି’ : ୨୦୨୩ରୁ ଅନ୍‌‌ଲାଇନ୍‌‌ରେ ସବୁ ସେବା

The Sakala Picture
Published On

ଭୁବନେଶ୍ୱର: ରାଜ୍ୟବାସୀଙ୍କ ଦୁଆରେ ଠିକ୍‌‌ ସମୟରେ ଏବଂ ବିନା ସମସ୍ୟାରେ ସବୁ ପ୍ରକାର ସରକାରୀ ସେବା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଓଡ଼ିଶା ଜନ ସେବା ଅଧିକାର ଆଇନ୍‌‌ କାର୍ଯ୍ୟକାରୀ କରାଯାଇଛି। ଆଉ ମୁଖ୍ୟମନ୍ତ୍ରୀଙ୍କର ଏହି ନିର୍ଦ୍ଦେଶକୁ ବାସ୍ତବ ରୂପ ଦେଉଛି ‘୫-ଟି’ ଉପକ୍ରମ। ଲୋକାଭିମୁଖୀ ପ୍ରଶାସନର ଉଦ୍ଦେଶ୍ୟ ସାଧନ ଦିଗରେ ଏହା ନୂଆ ଦିଗନ୍ତ ଉନ୍ମୋଚନ କରୁଛି। ଏବେ ସୁଦ୍ଧା ୩୧ଟି ସରକାରୀ ବିଭାଗର ୪୦୦ରୁ ଅଧିକ ସେବା ଅନ୍‌‌ଲାଇନ୍‌‌ରେ […]

ଭୁବନେଶ୍ୱର: ରାଜ୍ୟବାସୀଙ୍କ ଦୁଆରେ ଠିକ୍‌‌ ସମୟରେ ଏବଂ ବିନା ସମସ୍ୟାରେ ସବୁ ପ୍ରକାର ସରକାରୀ ସେବା ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଓଡ଼ିଶା ଜନ ସେବା ଅଧିକାର ଆଇନ୍‌‌ କାର୍ଯ୍ୟକାରୀ କରାଯାଇଛି। ଆଉ ମୁଖ୍ୟମନ୍ତ୍ରୀଙ୍କର ଏହି ନିର୍ଦ୍ଦେଶକୁ ବାସ୍ତବ ରୂପ ଦେଉଛି ‘୫-ଟି’ ଉପକ୍ରମ। ଲୋକାଭିମୁଖୀ ପ୍ରଶାସନର ଉଦ୍ଦେଶ୍ୟ ସାଧନ ଦିଗରେ ଏହା ନୂଆ ଦିଗନ୍ତ ଉନ୍ମୋଚନ କରୁଛି। ଏବେ ସୁଦ୍ଧା ୩୧ଟି ସରକାରୀ ବିଭାଗର ୪୦୦ରୁ ଅଧିକ ସେବା ଅନ୍‌‌ଲାଇନ୍‌‌ରେ ସାମିଲ ହୋଇ ସାରିଥିବା ବେଳେ ଆସନ୍ତା ବର୍ଷ ସୁଦ୍ଧା ସବୁ ବିଭାଗର ସମସ୍ତ ସେବା ଅନଲାଇନ୍‌‌ରେ ଉପଲବ୍ଧ କରାଯିବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଏଥିପାଇଁ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍‌‌ ସେଣ୍ଟର (ଓକାକ୍‌‌) ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ସମ୍ପ୍ରତି ଅଫଲାଇନ୍‌‌ରେ ମିଳୁଥିବା ସରକାରୀ ସେବା ଅନ୍‌‌ଲାଇନ୍‌‌ ପରିଧି ମଧ୍ୟକୁ ଆସିବ। ତେବେ ଏହା ପୂର୍ବରୁ ଅନ୍‌‌ଲାଇନରେ ସାମିଲ ହେବାକୁ ଥିବା ସେବା ଗୁଡିକ ସମ୍ପର୍କରେ ଓକାକ୍‌‌ ନିକଟରେ ତାଲିକା ଦାଖଲ ପାଇଁ ସାଧାରଣ ପ୍ରଶାସନ ବିଭାଗ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ କହିଛି। ଅପରପକ୍ଷେ ରାଜ୍ୟ ସରକାରଙ୍କର ‘୫-ଟି’ ଉପକ୍ରମ ଅଧୀନରେ ଅନ୍‌‌ଲାଇନ୍‌‌ ସେବାର ଅଗ୍ରଗତି ନେଇ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ସବୁ ବିଭାଗରୁ ରିପୋର୍ଟ ମଗାଯାଇଛି। ୫-ଟି ଉପକ୍ରମର ଏହି ବିଭାଗ ହେଉଛି ନୋଡ଼ାଲ ବିଭାଗ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

୨୦୧୩ ଜାନୁଆରୀ ମାସରୁ ରାଜ୍ୟ ସରକାର ଓଡ଼ିଶା ଜନ ସେବା ଅଧିକାର ଆଇନ୍‌‌-୨୦୧୨ (ଓଆରଟିପିଏସ୍‌‌ଏ) କାର୍ଯ୍ୟକାରୀ କରିଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ ଜନତାଙ୍କୁ ସରକାରୀ ସେବା ପ୍ରଦାନ କରିବା ଏହି ଆଇନର ମୂଳ ଉଦ୍ଦେଶ୍ୟ। ଏହି ଆଇନ୍‌‌ ଅଧୀନରେ ଏବେ ସୁଦ୍ଧା ୩୧ଟି ବିଭାଗର ସମୁଦାୟ ୪୧୬ ପ୍ରକାର ସେବା ଅନ୍‌‌ଲାଇନ୍‌‌ରେ ଉପଲବ୍ଧ ହୋଇ ସାରିଛି। ଅର୍ଥାତ୍‌‌ ଏସବୁ କାମ ପାଇଁ ଲୋକଙ୍କୁ ଆଉ ବାରମ୍ବାର ସରକାରୀ କାର୍ଯ୍ୟଳୟ ଧାଇଁବାକୁ ପଡୁ ନାହିଁ। ଏହା କର୍ମଚାରୀଙ୍କ ଉପରେ ଚାପ ହ୍ରାସ କରୁଛି, ସମୟ ଏବଂ ଅର୍ଥର ଅପଚୟକୁ ରୋକିବାରେ ସଫଳ ହେଉଛି। ତେଣୁ ଯଥାଶୀଘ୍ର ଅବଶିଷ୍ଟ ସେବାକୁ ଅନ୍‌‌ଲାଇନ୍‌‌ରେ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ବାବଦ ସମସ୍ତ ଖର୍ଚ୍ଚ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗ ବହନ କରିବ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ପ୍ରଶାସନ ଓ ଜନତାଙ୍କ ମଧ୍ୟରେ ଦୂରତା ଦୂର କରିବା ସହିତ ଗୁଣାତ୍ମକ ସରକାରୀ ସେବା ପ୍ରଦାନ ଲକ୍ଷ୍ୟରେ ୨୦୧୯ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ସରକାର’ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ସମଗ୍ର ଦେଶରେ ଏପରି କାର୍ଯ୍ୟକ୍ରମ ଥିଲା ପ୍ରଥମ। ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ପ୍ରକୃତ ମାଲିକ ଏବଂ ପ୍ରତ୍ୟେକ ସରକାରୀ ଅନୁଷ୍ଠାନ ଲୋକଙ୍କୁ ଗୁଣାତ୍ମକ ଏବଂ ସମୟୋଚିତ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତିବଦ୍ଧ। ମୋ ସରକାର ବ୍ୟବସ୍ଥା ଏଥିରେ ନିର୍ଣ୍ଣାୟକ ସାବ୍ୟସ୍ତ ହେବ ଆଉ ୫-ଟି ମଡେଲ୍‌‌ ଆଧାରିତ ସରକାରୀ କାର୍ଯ୍ୟାଳୟ ଦେଶରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ପରଠାରୁ ସରକାରୀ ସେବା ପ୍ରଦାନ ବ୍ୟବସ୍ଥାରେ ଆସିଛି ଅଭୂତପୂର୍ବ ପରିବର୍ତ୍ତନ। ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧା ସୁଯୋଗ, ଆଇନ୍‌‌ ଶୃଙ୍ଖଳା, ରାଜସ୍ୱ, ପରିବହନ, ସମବାୟ, କୃଷି, ଶିଳ୍ପ, ପାନୀୟ ଜଳ, ପୌର ପ୍ରଶାସନ ଭଳି ବିଭାଗର ଅନେକ ପ୍ରକାର ସେବା କେବଳ ଗୋଟିଏ କ୍ଲିକ୍‌‌ରେ ମିଳୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର