ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା

The Sakala Picture
Published On

ପିପିଲି: ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରାଯାଇଛି।  ମେ ୧୩ ତାରିଖରେ ପିପିଲିରେ ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ମେ ୧୬ ତାରିଖରେ ଭୋଟ୍ ଗଣତି ହେବ । ଏ ନେଇ ମୁଖ୍ଯ ନିର୍ବାଚନ ଅଧିକାର ଏସକେ ଲୋହାନୀ ସୂଚନା ଦେଇଛନ୍ତି। ଏପ୍ରିଲ ୧୯ ରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ ୨୬ ରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। ୨୭ରେ ଯାଞ୍ଚ ପକ୍ରିୟା […]

ପିପିଲି: ପିପିଲି ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରାଯାଇଛି।  ମେ ୧୩ ତାରିଖରେ ପିପିଲିରେ ଉପ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ। ମେ ୧୬ ତାରିଖରେ ଭୋଟ୍ ଗଣତି ହେବ । ଏ ନେଇ ମୁଖ୍ଯ ନିର୍ବାଚନ ଅଧିକାର ଏସକେ ଲୋହାନୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଏପ୍ରିଲ ୧୯ ରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ଏପ୍ରିଲ ୨୬ ରେ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି। ୨୭ରେ ଯାଞ୍ଚ ପକ୍ରିୟା ଶେଷ କରାଯିବ। ୨୯ ରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ହିଁ କେବଳ ନୂଆ ପ୍ରାର୍ଥୀ ଦେବ ।

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

ସୂଚନା ଅନୁଯାୟୀ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖ ଘୁଞ୍ଚିଥିଲା । ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପୁରୀ ଏଡିଏମ ପିପିଲି ଉପନିର୍ବାଚନ ନେଇ ସ୍ଥଗିତାଦେଶ ଜାରି କରିଥିଲେ। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଦଳ କାହାକୁ ଟିକେଟ୍ ଦେଉଛି ତା ଉପରେ ନଜର ରହିଛି । ତେବେ ବିଜେଡି ପକ୍ଷରୁ ରୁଦ୍ର ମହାରଥୀ ଓ ବିଜେପି ପକ୍ଷରୁ ଆଶ୍ରିତ ପଟ୍ଟନାୟକ ମଇଦାନକୁ ଓହ୍ଲାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର