ବିଭିନ୍ନ ପଦ ପୂରଣ ପାଇଁ ଏକକ ଯୋଗ୍ୟତା ପରୀକ୍ଷା କରିବ ଓଏସ୍‌ଏସ୍‌ସି , ୧୭ଶହ ପଦରେ ନିଯୁକ୍ତି ପାଇଁ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

The Sakala Picture
Published On

ଭୁବନେଶ୍ୱର: ନିଯୁକ୍ତି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ)। ପୂର୍ବାପେକ୍ଷା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛ ଓ ସରଳ ହୋଇଥିବାବେଳେ ଚଳିତ ବର୍ଷରୁ ନିଯୁକ୍ତି ପଦ୍ଧତ୍ତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଚଳିତ ବର୍ଷରୁ ଏକକ ଯୋଗ୍ୟତା ପରୀକ୍ଷା ଆଧାରରେ ପିଲାଙ୍କୁ ନିଯୁକ୍ତି ମିଳିବ। ଆଉ ଅଲଗା ଅଲଗା ପଦ ପାଇଁ ଭିନ୍ନ ପରୀକ୍ଷା ହେବ ନାହିଛ। କେବଳ ବା ସ୍ନାତକ(ଗ୍ରାଜୁଏଟ୍‌‌) ସ୍ତରର ନୁହଁ। ଏହି ପଦ୍ଧିତ୍ତି ବୈଷୟିକ(ଟେକନିକାଲ୍‌‌) ଓ ପିଜି(ସ୍ନାତକୋତ୍ତର) ବର୍ଗର […]

ଭୁବନେଶ୍ୱର: ନିଯୁକ୍ତି କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି ଓଏସଏସସି(ଓଡ଼ିଶା କର୍ମଚାରୀ ଚୟନ ଆୟୋଗ)। ପୂର୍ବାପେକ୍ଷା ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛ ଓ ସରଳ ହୋଇଥିବାବେଳେ ଚଳିତ ବର୍ଷରୁ ନିଯୁକ୍ତି ପଦ୍ଧତ୍ତିରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ଚଳିତ ବର୍ଷରୁ ଏକକ ଯୋଗ୍ୟତା ପରୀକ୍ଷା ଆଧାରରେ ପିଲାଙ୍କୁ ନିଯୁକ୍ତି ମିଳିବ। ଆଉ ଅଲଗା ଅଲଗା ପଦ ପାଇଁ ଭିନ୍ନ ପରୀକ୍ଷା ହେବ ନାହିଛ। କେବଳ ବା ସ୍ନାତକ(ଗ୍ରାଜୁଏଟ୍‌‌) ସ୍ତରର ନୁହଁ। ଏହି ପଦ୍ଧିତ୍ତି ବୈଷୟିକ(ଟେକନିକାଲ୍‌‌) ଓ ପିଜି(ସ୍ନାତକୋତ୍ତର) ବର୍ଗର ବିଭିନ୍ନ ପଦ ଲାଗି ମଧ୍ୟ ଲାଗୁ କରାଯିବ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ବିଭିନ୍ନ ବିଭାଗରେ ଖାଲିଥିବା ସ୍ନାତକ(ଗ୍ରାଜୁଏଟ୍‌‌) ସ୍ତରର ପଦ ପୂରଣ ପାଇଁ ଓଏସଏସସି ଗୋଟିଏ ପରୀକ୍ଷା କରିବ। ସ୍ନାତକ, ସ୍ନାତକୋତ୍ତର ଓ ଟେକନିକାଲ୍‌‌ ବର୍ଗର ପୂରଣ ହେବାକୁ ଥିବା ବିଭିନ୍ନ ପଦ ପାଇଁ ବର୍ଗ ଅନୁଯାୟୀ ଗୋଟିଏ ଦକ୍ଷତା ପରୀକ୍ଷା ଆୟୋଜନ ହେବ। ଉକ୍ତ ପରୀକ୍ଷାର ଦକ୍ଷତା ଭିତ୍ତିରେ ସେମାନଙ୍କୁ ପଦ ଅନୁଯାୟୀ ନିଯୁକ୍ତି ମିଳିବ। ତେବେ ପ୍ରିଲିମ୍‌‌, ମେନ୍‌‌ ଓ ସାକ୍ଷାତକାର ଆଦି ତିନୋଟି ପର୍ଯ୍ୟାୟରେ ଦକ୍ଷତା ଚୟନ କରାଯିବ। ଯୁଗ୍ମ ସ୍ନାତକ ଭିତ୍ତିକ ଚୟନ ପରୀକ୍ଷା(ସିଜିଏଲଆରଇ) ସ୍ନାତକ ବର୍ଗର ପିଲାଙ୍କୁ ଚୟନ ପାଇଁ କରାଯିବାକୁ ଥିବାବେଳେ ଯୁଗ୍ମ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା(ସିଟିଏସଆରଇ) ବିଭିନ୍ନ ବୈଷୟିକ ପଦ ଏବଂ ଯୁଗ୍ମ ସ୍ନାତକୋତ୍ତର ଦକ୍ଷତା ପରୀକ୍ଷା(ସିପିଜିଏଲଇ) ବିଭିନ୍ନ ସ୍ନାତକୋତ୍ତର ବର୍ଗର ପଦ ପାଇଁ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଏହାଦ୍ୱାରା ନିଯୁକ୍ତି ଆଶାୟୀଙ୍କ ପ୍ରସ୍ତୁତି ଲାଗି ସମୟ ବଞ୍ଚିବା ସହ ପରୀକ୍ଷା ପାଇଁ ଅର୍ଥ ଖର୍ଚ୍ଚ ମଧ୍ୟ କମିବ। ସେହିପରି ସରକାରୀ ସ୍ତରରେ ପରୀକ୍ଷା ପାଇଁ ଖର୍ଚ୍ଚ ହେଉଥିବା ଅର୍ଥ ରାଶି ମଧ୍ୟ ଯଥେଷ୍ଟ କମିବ। ତେବେ ଓଏସଏସସିଆୟୋଜନ କରୁଥିବା ଗ୍ରୁପ-ବି ଓ ଗ୍ରୁପ୍‌‌-ସିର ବିଭିନ୍ନ ପଦ ପାଇଁ ଏହି ନିୟମ ଲାଗୁ ହେବ। ‘ଗ୍ରୁପ-ବି ଓ ଗ୍ରୁପ୍‌‌-ସିର ବିଭିନ୍ନ ପଦ ପାଇଁ ନିଯୁକ୍ତି ଲାଗି ସମନ୍ୱିତ ସ୍ନାତକ ସ୍ତର ନିଯୁକ୍ତି ନିୟମାବଳୀ ୨୦୨୨’ ଭାବେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଥିବାବେଳେ ଏକକ ଯୋଗ୍ୟତା ପରୀକ୍ଷା ଦ୍ୱାରା ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ। ଏନେଇ ଓଏସଏସସିର ଅଧ୍ୟକ୍ଷ ଅଭୟ ସୂଚନା ଦେଇଛନ୍ତି। ସୂଚନାଥଉକି ସିପିଜିଏଲଇ ପାଖାପାଖି ୬ଶହ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ ଯୁଗ୍ମ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା(ସିଟିଏସଆରଇ) ପ୍ରାୟ ୧୧୦୦ ପଦ ପାଇଁ ଅନୁଷ୍ଠିତ ହେବ। ଏନେଇ ବିଜ୍ଞପ୍ତି ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର