ନବୀନ ପଟ୍ଟନାୟକଙ୍କ ସଫଳତାର ‘୫-ସ’ ସୂତ୍ର

The Sakala Picture
Published On

୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ପ୍ରଥମେ ପ୍ରବେଶ କରି ସାଂସଦ ରୂପେ ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକ, ୨୦୦୦ ମସିହାରୁ କ୍ରମାଗତ ଭାବେ ଓଡ଼ିଶାର ମୁ୍ଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଆସୁଛନ୍ତି। ନବୀନଙ୍କ ଶାସନ ତତ୍ତ୍ୱକୁ ‘ନବୀନିଜମ୍’ ଓ ନବୀନଙ୍କ ଅର୍ଥ ପରିଚାଳନାକୁ ‘ନବୀନୋମିକ୍ସ ମଡେଲ୍’ ବୋଲି ବିବେଚନା କରାଯାଉଥିବାବେଳେ ତାଙ୍କର ସଫଳତା ପଛରେ ରହସ୍ୟ ହେଉଛି ‘୫-ସ’ ସୂତ୍ର। ‘୫-ସ’ ସୂତ୍ରର ପ୍ରଥମ ଉପାଦାନ ହେଲା ‘ସେବା’ ମନୋଭାବ। ଗତ ସେପ୍ଟେମ୍ବର ୩୦ ତାରିଖରେ, ବିଜୁ ଜନତା […]

୧୯୯୭ ମସିହାରେ ଓଡ଼ିଶା ରାଜନୀତିରେ ପ୍ରଥମେ ପ୍ରବେଶ କରି ସାଂସଦ ରୂପେ ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକ, ୨୦୦୦ ମସିହାରୁ କ୍ରମାଗତ ଭାବେ ଓଡ଼ିଶାର ମୁ୍ଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରୁଆସୁଛନ୍ତି। ନବୀନଙ୍କ ଶାସନ ତତ୍ତ୍ୱକୁ ‘ନବୀନିଜମ୍’ ଓ ନବୀନଙ୍କ ଅର୍ଥ ପରିଚାଳନାକୁ ‘ନବୀନୋମିକ୍ସ ମଡେଲ୍’ ବୋଲି ବିବେଚନା କରାଯାଉଥିବାବେଳେ ତାଙ୍କର ସଫଳତା ପଛରେ ରହସ୍ୟ ହେଉଛି ‘୫-ସ’ ସୂତ୍ର।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

‘୫-ସ’ ସୂତ୍ରର ପ୍ରଥମ ଉପାଦାନ ହେଲା ‘ସେବା’ ମନୋଭାବ। ଗତ ସେପ୍ଟେମ୍ବର ୩୦ ତାରିଖରେ, ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ପାଇଁ ଆୟୋଜିତ ଦୁଇଦିିନିଆ ପ୍ରସ୍ତୁତି ବୈଠକର ଉଦ୍ୟାପନୀ ଦିବସରେ ଉଦ୍ବୋଧନ ଦେଇ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଯେ ‘ଦଳପାଇଁ ଜନସେବା ହେଉଛି ମୁଖ୍ୟ ଓ ରାଜନୀତି ଏକ ମାଧ୍ୟମ।’ ଏହି ଜନସେବା ଆଦର୍ଶ ଯୋଗୁଁ ନବୀନ ସରଳ ଜୀବନ ଯାପନ କରିବା ଦେଖାଯାଏ। ଓଡ଼ିଶା ରାଜନୀତିକୁ ଆସିବା ପୂର୍ବରୁ ବୁଦ୍ଧିଜୀବୀ ତଥା ଲେଖକ ନବୀନ ପଟ୍ଟନାୟକ, ପୃଥିବୀର ବିଭିନ୍ନ ବୁଦ୍ଧୀଜୀବୀ ଗୋଷ୍ଠୀରେ ନିଜର ସମୟ ଅତିବାହିତ କରିଥିବା ବେଳେ ୨୦୦୦ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରଠାରୁ ବାହାରକୁ ନ ଯାଇ ସବୁସମୟ ରାଜ୍ୟରେ କଟାଇବା ଦେଖାଯାଏ। ସେ ଓଡ଼ିଶାଲୋକଙ୍କୁ ନିଜର ପରିବାର ବୋଲି ସ୍ୱୀକାର କରିଛନ୍ତି। ନବୀନଙ୍କ ସେବା ମନୋଭାବର ସଦ୍ୟ ଉଦାହରଣ ମିଳିଥିଲା କୋଭିଡ୍-୧୯ ସମୟରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ମାର୍ଚ୍ଚରୁ ଦୁଇମାସ ଭିତରେ ୨୮, ୦୦୦ ମେଟ୍ରିକ ଟନ୍ରୁ ଅଧିକ ତରଳ ଅମ୍ଳଜାନ ୧୭ଟି ରାଜ୍ୟକୁ ଯୋଗାଇ ଦେଇ ଦେଶରେ ଅନେକ ଅମୂଲ୍ୟ ଜୀବନ ରକ୍ଷା କରିପାରିଥିଲେ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

‘୫-ସ’ ସୂତ୍ରର ଦ୍ୱିତୀୟ ଉପାଦାନ ହେଲା ‘ସ୍ୱପ୍ନ’। ପ୍ରତ୍ୟେକ ଜନନେତା ଲୋକଙ୍କ ପାଇଁ ସ୍ୱପ୍ନ ଦେଖିବା ଆବଶ୍ୟକ। ୨୦୦୦ମସିହାରେ ନବୀନ ବାବୁ ରାଜ୍ୟକୁ ଏକ ବିକଶିତ ରାଜ୍ୟରେ ପରିବର୍ତ୍ତନ କରିବା ପାଇଁ ସ୍ୱପ୍ନ ଦେଖିଥିଲେ। ୧୯୯୯ ମହାବାତ୍ୟାରେ ରାଜ୍ୟର ପ୍ରାୟ ୧୦,୦୦୦ ଲୋକ ପ୍ରାଣ ହରାଇଥିଲେ। ଏହାକୁ ଦୃଷ୍ଟିରେ ରଖି ନବୀନ ବାବୁ ରାଜ୍ୟକୁ ଏକ ବାତ୍ୟା-ବନ୍ୟା ପ୍ରତିରୋଧ ରାଜ୍ୟ ଭାବେ ଗଢ଼ିବାକୁ ସଂକଳ୍ପ ନେଲେ। ଏହାର ସୁଫଳ୨୦୧୩ରେ ଫାଇଲିନ୍ ବାତ୍ୟା ବେଳେ ଦେଖିବାକୁ ମିଳିଥିଲା। ଏହାକୁ ବିଚାରକୁ ନେଇ ମିଳିତ ଜାତିସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଓଡ଼ିଶା ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମଡେଲ୍କୁ ପ୍ରଶଂସା ଓ ପୁରସ୍କୃତ କଲେ। ଏବେ ଆମେ ବାହାର ରାଜ୍ୟକୁ ବିପର୍ଯ୍ୟୟ ବେଳେ ସାହାଯ୍ୟ କରିପାରୁଛୁ। ୧୯୯୯-୨୦୦୦ରେ ୨୧୭୬ କୋଟି ଟଙ୍କାର ରାଜସ୍ୱ ନିଅଣ୍ଟ ରାଜ୍ୟ ଓଡ଼ିଶା ୨୦୦୭-୨୦୦୮ ବେଳକୁ ୧୦୪୬ କୋଟିର ଆର୍ଥିିକ ବଳକା ରାଜ୍ୟରେ ପରିଣତ ହୋଇପାରିଲା। ୨୦୦୦ମସିହାରେ ୬୩% ଲୋକ ରାଜ୍ୟରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବେଳେ ଏବେ ଏହା ୨୯%କୁ ଖସି ଆସିଛି। ସେହିପରି ୨୦୦୦ରେ ୩.୬ କୋଟି ଓଡ଼ିଶାବାସୀଙ୍କ ପାଇଁ ପ୍ରାୟ ୫୦ ଲକ୍ଷ ମେଟ୍ରିକ ଟନ୍ ଧାନ ରାଜ୍ୟରେ ଉତ୍ପାଦନ ହେଉ ଥିବା ବେଳେ ଏବେ ପ୍ରାୟ ୭୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହେଉଛି ଏବଂ ଓଡ଼ିଶା ଏକ ବଳକା ଧାନ ରାଜ୍ୟରେ ପରିଣତ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ଐତିହ୍ୟ ବିକାଶ, କ୍ରୀଡ଼ା କ୍ଷେତ୍ରରେ ରାଜ୍ୟରେ ଦେଶରେ ଏବଂ ବିଦେଶରେ ନିଜର ପରିଚୟ ସୃଷ୍ଟି କରିପାରିଛି।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ନବୀନଙ୍କ ସଫଳତାର ତୃତୀୟ ସୂତ୍ର ହେଲା ସର୍ବକାଳୀନ ‘ଶୃଙ୍ଖଳା’। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ରେ ରାଜ୍ୟର ଶାସନ ଦାୟିତ୍ୱ ନେବାପରେ ସରକାରୀ କଳକୁ ଦୁର୍ନୀତିମୁକ୍ତ ଓ ଶୃଙ୍ଖଳିତ କରି ବିକାଶ କାର୍ଯ୍ୟରେ ନିୟୋଜିତ କରିଥିଲେ। ତାଙ୍କର ପଞ୍ଚମ ପାଳିରେ ପ୍ରଶାସନିକ ସଂସ୍କାରକୁ ଅଧିକ କ୍ରିୟାଶୀଳ କରି ‘୫-ଟି’ ଓ ‘ମୋ ସରକାର’ ପ୍ରକରଣ ପ୍ରଚଳନ କଲେ। ‘୫-ଟି’ ସଚିବ କ୍ଷେତ୍ର ପରିଦର୍ଶନ କରି ଏବଂ ବିଭିନ୍ନ ବିଭାଗର ‘୫-ଟି’ର ସମୀକ୍ଷାକରି ପ୍ରଶାସନକୁ ଅଧିକ ଶୃଙ୍ଖଳିତ କରି ପ୍ରଶଂସାର ପାତ୍ର ହେଉଛନ୍ତି। ଶୃଙ୍ଖଳାର ଦ୍ୱିତୀୟ କ୍ଷେତ୍ର ହେଲା ଦଳ। ବିଜୁ ଜନତା ଦଳର ଶୃଙ୍ଖଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ପ୍ରଶଂସା କରିଛନ୍ତି। ଜନବିରୋଧୀ ତଥା ଦୁର୍ନୀତିଗ୍ରସ୍ତ ନେତାମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ ପ୍ରଥମରୁ ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରିଆସୁଥିବାରୁ ଲୋକେ ବିଜେଡିକୁ ବିଶ୍ୱାସ କରୁଛନ୍ତି। ମନ୍ତ୍ରୀପଦ ତ୍ୟାଗକରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବେ ଦଳର ସାଂଗଠନିକ ସମ୍ପାଦକ ଦାୟିତ୍ୱରେ ଅଛନ୍ତି। ସେ ଲୋକମାନଙ୍କ ସେବା ପାଇଁ ଦଳକୁ ଜିଲ୍ଲା ଓ ବ୍ଲକ ସ୍ତରରେ ଦୃଢ଼ୀଭୂତ କରିବାରେ ଲାଗିଛନ୍ତି।

ନବୀନଙ୍କର ସଫଳତାର ଅନ୍ୟ ଏକ ବ୍ୟକ୍ତିଗତ ଦିଗହେଲା ‘ସହଭାଗିତା’ ମନୋଭାବ। ଧାନର ସହାୟକ ମୂଲ୍ୟ ବୃଦ୍ଧି, ପୁରୀର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରି ଅନେକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀଦଳଙ୍କୁ ସାଥିରେ ନେଇ ସର୍ବସମ୍ମତି ପଦକ୍ଷେପ ନେବାକୁ ଚେଷ୍ଟିତ ଥାଆନ୍ତି। ମାର୍ଚ୍ଚ ୨୦୨୧ରେ ଯେତେବେଳେ ବିଧାନ ସଭାର ବିରୋଧୀ ଦଳର ବିଜେପି ବିଧାୟକମାନେ ଧାରଣା ଦେବାକୁ ନବୀନ ନିବାସ ଗଲେ ସେତେବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ବାଟରେ ଅଟକାଇ ନଥିଲେ ଏବଂ ବିଧାୟକମାନେ ନବୀନ ନିବାସ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଯଥା ସମ୍ମାନ ଓ ଆତିଥ୍ୟ ପ୍ରଦାନ କରିବା ସହିତ ସେମାନଙ୍କର ଦାବି ଶୁଣିଥିଲେ।

ମୁ୍ଖ୍ୟମନ୍ତ୍ରୀଙ୍କର ଅନ୍ୟ ଏକ ସଫଳତାର ରହସ୍ୟ ହେଲା – ‘ସାମାଜିକ ନ୍ୟାୟ ପ୍ରତି ବିଶ୍ୱାସ’। ୧୯୯୯-୨୦୦୦ରେ ୫ ଲକ୍ଷ ଗରିବ ଲୋକ ବିଭିନ୍ନ ଭତ୍ତା ପାଉଥିବାବେଳେ ଆଜି ଏହା ୪୯ ଲକ୍ଷରେ ପହଞ୍ଚି ପାରିଛି। ପ୍ରାୟ ୨୫ ଲକ୍ଷ ଗରିବ ଲୋକ ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ସହାୟତା ପାଉଛନ୍ତି। ୫୩ ଲକ୍ଷ ଗରିବ କୃଷକ ପ୍ରତିବର୍ଷ ‘କାଳିଆ’ ଯୋଜନାରେ ଉପକୃତ ହେଉଛନ୍ତି। ମହିଳା ସଶକ୍ତୀକରଣ ତଥା ଲିଙ୍ଗଗତ ନ୍ୟାୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କର କାର୍ଯ୍ୟ ଦେଶରେ ପ୍ରଶଂସିତ ହେଉଛି। ଆଜି ୭୦ ଲକ୍ଷରୁ ଉଦ୍ଧ୍ୱର୍ ମହିଳା ‘ମିଶନ ଶକ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ମହିଳାମାନଙ୍କ ପାଇଁ ୫୦% ସ୍ଥାନ ସଂରକ୍ଷଣ କରାଯାଇଛି। ଏହାଦ୍ୱାରା ରାଜ୍ୟରେ ସାମାଜିକ ପରିବର୍ତ୍ତନର ଏକ ନିରବ ଧାରା ଆରମ୍ଭ ହୋଇଛି।

16 Oct 2022 By The Sakala

https://www.thesakala.in/latest-odisha-news/the-success-formula-of-cm-naveen-patnaik/article-15764
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର