ଶିକ୍ଷାନୁଷ୍ଠାନ ଉପରେ ମିଲେଟ୍‌‌ ମିଶନ୍‌‌ର ସଫଳତା ଦାୟିତ୍ୱ, ପାଳନ ହେବ ଆନ୍ତର୍ଜାତିକ ମିଲେଟ୍‌‌ ବର୍ଷ

The Sakala Picture
Published On

ଭୁବନେଶ୍ୱର: ମିଲେଟ୍‌‌ ମିଶନ୍‌‌ର ସଫଳ କାର୍ଯ୍ୟକାରୀତା ଦିଗରେ ଶିକ୍ଷାନୁଷ୍ଠାନ ସ୍ତରରେ ଆରମ୍ଭ ହେବ ସଚେତନତା। ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀ ଏନେଇ ସଚେତନ ହେବା ସହ ମିଲେଟ୍‌‌ ମିଶନର କ୍ୟାମ୍ପେନ୍‌‌ ପ୍ରତି ମଧ୍ୟ ଗୁରୁତ୍ୱ ଦେବେ। ଏଥି ପ୍ରତି ୟୁଜିସି ଗୁରୁତ୍ୱ ଦେବା ସହ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛି। ୟୁଜିସି ଦର୍ଶାଇଛି ଯେ, ଚଳିତ ବର୍ଷକୁ ବିଶ୍ୱ ଆନ୍ତର୍ଜାତିକ ମେଲେଟ୍‌‌ ବର୍ଷ ଭାବେ ପାଳନ କରାଯାଉଥିବାବେଳେ ଏହାର ସଚେତନତା ପ୍ରତି ଶିକ୍ଷାନୁଷ୍ଠାନ ସ୍ତରରେ […]

ଭୁବନେଶ୍ୱର: ମିଲେଟ୍‌‌ ମିଶନ୍‌‌ର ସଫଳ କାର୍ଯ୍ୟକାରୀତା ଦିଗରେ ଶିକ୍ଷାନୁଷ୍ଠାନ ସ୍ତରରେ ଆରମ୍ଭ ହେବ ସଚେତନତା। ବିଭିନ୍ନ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀ ଏନେଇ ସଚେତନ ହେବା ସହ ମିଲେଟ୍‌‌ ମିଶନର କ୍ୟାମ୍ପେନ୍‌‌ ପ୍ରତି ମଧ୍ୟ ଗୁରୁତ୍ୱ ଦେବେ। ଏଥି ପ୍ରତି ୟୁଜିସି ଗୁରୁତ୍ୱ ଦେବା ସହ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ନିର୍ଦ୍ଦେଶନାମା ଜାରି କରିଛି।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ୟୁଜିସି ଦର୍ଶାଇଛି ଯେ, ଚଳିତ ବର୍ଷକୁ ବିଶ୍ୱ ଆନ୍ତର୍ଜାତିକ ମେଲେଟ୍‌‌ ବର୍ଷ ଭାବେ ପାଳନ କରାଯାଉଥିବାବେଳେ ଏହାର ସଚେତନତା ପ୍ରତି ଶିକ୍ଷାନୁଷ୍ଠାନ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ପିଲାଙ୍କୁ ଏଥିରେ ନିୟୋଜିତ କରାଯିବ। ୟୁଜିସି ଏଥିଲାଗି ସ୍ୱତନ୍ତ୍ର କ୍ୟାଲେଣ୍ଡର ମଧ୍ୟ ପ୍ରସ୍ତୁତ କରିଛି। ପ୍ରସ୍ତୁତ ହୋଇଥିବା କ୍ୟାଲେଣ୍ଡର ଅନୁସାରେ ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ୟୁଜିସି ନିର୍ଦ୍ଦେଶ ଦେଇଛି। କ୍ୟାଲେଣ୍ଡର ସହିତ କାର୍ଯ୍ୟକ୍ରମ ପାଳନ ନେଇ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସି ମାର୍ଗଦର୍ଶିକା ଜାରି କରିଛି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ମାର୍ଗଦର୍ଶିକା ଅନୁଯାୟୀ, ଅକ୍ଟୋବର ମାସରେ ପିଲାଙ୍କ ମଧ୍ୟରେ ମିଲେଟ ସମ୍ପର୍କିତ କୁଇଜ୍‌‌ ଆୟୋଜନ କରାଯିବାକୁ ଥିବାବେଳେ ନଭେମ୍ବର ଓ ଡିସେମ୍ବର ମାସରେ ଛାତ୍ରଛାତ୍ରୀ ବିଭିନ୍ନ ମିଲେଟ୍‌‌ ପ୍ରସେସିଂ ୟୁନିଟ୍‌‌ ବୁଲି ପ୍ରସେସିଂ ସମ୍ପର୍କିତ ଜ୍ଞାନ ଆହରଣ କରିବେ। ସେହିପରି ଜାନୁଆରୀ ମାସରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ମିଲେଟ୍‌‌ ସମ୍ପର୍କିତ ବିଭିନ୍ନ ଖାଦ୍ୟ ପ୍ରକ୍ରିୟାକରଣ ଓ ବିଭିନ୍ନ ଟିଫିନ୍‌‌ ରେସିପି ବାବଦରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ଅବଗତ ହେବେ। ଦୈନନ୍ଦିନର ଖାଦ୍ୟପେୟରେ ମିଲେଟକୁ ସାମିଲ କରିବା ନେଇ ସଚେତନତା ସୃଷ୍ଟି କରିବା ଦିଗରେ ଛାତ୍ରଛାତ୍ରୀ ପଦକ୍ଷେପ ଗ୍ରହଣ କରିବେ। ତେବେ ଏନେଇ ମଧ୍ୟ ସେମିନାର୍‌‌ ଓ ୱେବିନାର୍‌‌ ଆଦି ଆୟୋଜନ କରାଯିବ। ପ୍ରସ୍ତୁତ ହୋଇଥିବା କ୍ୟାଲେଣ୍ଡର ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବା ପାଇଁ ୟୁଜିସି ଶିକ୍ଷାନୁଷ୍ଠାନଗୁଡ଼ିକୁ କହିଛି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର