ପିପିଲି ଉପନିର୍ବାଚନ: ପୋଷ୍ଟାଲ ବାଲାଟ ମାଧ୍ୟମରେ ଆରମ୍ଭ ହେଲା ଭୋଟ୍ ଗ୍ରହଣ
ପିପିଲି: ପିପିଲି ବିଧାନସଭା ଉପ ନିର୍ବାଚନ ଲାଗି ୧୭ ତାରିଖରେ ମତଦାନ ହେବ। ନିର୍ବାଚନ ମଣ୍ଡଳୀରେ ୮ ହଜାର ୨୧୨ ଜଣ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ରହିଛନ୍ତି। ୮୦ ବର୍ଷରୁ ଊର୍ଦ୍ଧ୍ୱ ୯୦୯ ଜଣ ଓ ୧୬୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି […]
ପିପିଲି: ପିପିଲି ବିଧାନସଭା ଉପ ନିର୍ବାଚନ ଲାଗି ୧୭ ତାରିଖରେ ମତଦାନ ହେବ। ନିର୍ବାଚନ ମଣ୍ଡଳୀରେ ୮ ହଜାର ୨୧୨ ଜଣ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଓ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ରହିଛନ୍ତି। ୮୦ ବର୍ଷରୁ ଊର୍ଦ୍ଧ୍ୱ ୯୦୯ ଜଣ ଓ ୧୬୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି ।
ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା
୧୦୭୭ ଜଣ ମଧ୍ୟରୁ ୧୦୫୨ ଜଣ ପୋଷ୍ଟାଲ ବାଲଟ ମାଧ୍ୟମରେ ଭୋଟ୍ ଦାନ କରିଛନ୍ତି । ସୁରକ୍ଷା ବଳୟ ଓ ସିଲ୍ ମଧ୍ୟରେ ଏହି ପୋଷ୍ଟାଲ ବାଲଟ୍ ଜିଲ୍ଲା ଟ୍ରେଜେରୀରେ ସଂରକ୍ଷିତ କରି ରଖାଯାଇଛି । ୧୬ ତାରିଖ ଦିନ ଏହା ଷ୍ଟ୍ରଙ୍ଗ ରୁମକୁ ଯିବ । ଏନେଇ ପୁରୀ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ପ୍ରଦୀପ କୁମାର ସାହୁ ସୂଚନା ଦେଇଛନ୍ତି ।
ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ






