ଆଜି ଧାମରା ବନ୍ଦର, ଆଖଣ୍ଡଳମଣି ମନ୍ଦିର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଓ ‘୫-ଟି’ ସଚିବ

The Sakala Picture
Published On

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ସଚିବ ଭି.କେ ପାଣ୍ଡିଆନ୍‍ ଆଜି ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବେ। ଦିନ ୨ଟା ୩୦ ମିନିଟ୍‍ ରେ ଭୁବନେଶ୍ୱର ସ୍ଥିତ ବିମାନବନ୍ଦରରୁ ବାହାରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‍ ଧାମରା ବିମାନ ବନ୍ଦର ଯିବେ। ସେଠାରେ ଅପରାହ୍ନ ୩ଟା୧୦ ମିନିଟ୍‍ ରେ ପହଞ୍ଚି […]

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ସଚିବ ଭି.କେ ପାଣ୍ଡିଆନ୍‍ ଆଜି ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବେ। ଦିନ ୨ଟା ୩୦ ମିନିଟ୍‍ ରେ ଭୁବନେଶ୍ୱର ସ୍ଥିତ ବିମାନବନ୍ଦରରୁ ବାହାରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‍ ଧାମରା ବିମାନ ବନ୍ଦର ଯିବେ। ସେଠାରେ ଅପରାହ୍ନ ୩ଟା୧୦ ମିନିଟ୍‍ ରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ। ଏହା ପରେ ରାଜ୍ୟ ପ୍ରଶାସନର ୨ ଶୀର୍ଷ ଅଧିକାରୀ ସ୍ଥାନୀୟ ତୀର୍ଥକ୍ଷେତ୍ର ଆଖଣ୍ଡଳମଣି ମନ୍ଦିର ଗସ୍ତ କରି ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟ୍ ତାଲିକାରୁ କଟିଛି ୯ ଲକ୍ଷ ୮୦ ହଜାର ଭୋଟରଙ୍କ ନାଁ, ତୃଣମୂଳ ସ୍ତରରେ ଯାଞ୍ଚ ହୋଇନଥିବା ଅଭିଯୋଗ

ପ୍ରଥମ ପର୍ଯ୍ୟାୟରେ ଆଖଣ୍ଡଳମଣି ମନ୍ଦିର ଓ ପୀଠ ପାଇଁ ଦିଆଯାଇଥିବା ୨୧ କୋଟି ଟଙ୍କାର କାର୍ଯ୍ୟ କେତେବାଟ ଆଗେଇଛି। ସେନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ମନ୍ଦିର ପାଇଁ ୬ କୋଟି, ସାଇନ୍ସ ସିଟି ପାଇଁ ୬ କୋଟି ୬୦ ଲକ୍ଷ, ପାନ୍ଥ ନିବାସ ପାଇଁ ୩ କୋଟି ୫୦ ଲକ୍ଷ, ଦୋକାନ ଗୃହ ପାଇଁ ୪ କୋଟି ଟଙ୍କା, ଶିବଗଙ୍ଗା ପୁଷ୍କରଣୀର ପୁନରୁଦ୍ଧାର ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିଲା। ଏସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିବା ସହ ସେବାୟତଙ୍କ ସହ ଆଲୋଚନା କରିବେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ। ପୀଠର ବିକାଶ ଓ ଉଚ୍ଛେଦ ହେବାକୁ ଥିବା ସେବାୟତଙ୍କୁ ଥଇଥାନ ପାଇଁ ସହାୟତା ଦେବାର ଯୋଜନା ରହିଛି।

ଆହୁରି ପଢ଼ନ୍ତୁ: ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

23 Sep 2022 By The Sakala

ଆଜି ଧାମରା ବନ୍ଦର, ଆଖଣ୍ଡଳମଣି ମନ୍ଦିର ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ଓ ‘୫-ଟି’ ସଚିବ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ସଚିବ ଭି.କେ ପାଣ୍ଡିଆନ୍‍ ଆଜି ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ପରିଦର୍ଶନ କରି ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବେ। ଦିନ ୨ଟା ୩୦ ମିନିଟ୍‍ ରେ ଭୁବନେଶ୍ୱର ସ୍ଥିତ ବିମାନବନ୍ଦରରୁ ବାହାରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍‍ ଧାମରା ବିମାନ ବନ୍ଦର ଯିବେ। ସେଠାରେ ଅପରାହ୍ନ ୩ଟା୧୦ ମିନିଟ୍‍ ରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ। ଏହା ପରେ ରାଜ୍ୟ ପ୍ରଶାସନର ୨ ଶୀର୍ଷ ଅଧିକାରୀ ସ୍ଥାନୀୟ ତୀର୍ଥକ୍ଷେତ୍ର ଆଖଣ୍ଡଳମଣି ମନ୍ଦିର ଗସ୍ତ କରି ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।

ପ୍ରଥମ ପର୍ଯ୍ୟାୟରେ ଆଖଣ୍ଡଳମଣି ମନ୍ଦିର ଓ ପୀଠ ପାଇଁ ଦିଆଯାଇଥିବା ୨୧ କୋଟି ଟଙ୍କାର କାର୍ଯ୍ୟ କେତେବାଟ ଆଗେଇଛି। ସେନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ମନ୍ଦିର ପାଇଁ ୬ କୋଟି, ସାଇନ୍ସ ସିଟି ପାଇଁ ୬ କୋଟି ୬୦ ଲକ୍ଷ, ପାନ୍ଥ ନିବାସ ପାଇଁ ୩ କୋଟି ୫୦ ଲକ୍ଷ, ଦୋକାନ ଗୃହ ପାଇଁ ୪ କୋଟି ଟଙ୍କା, ଶିବଗଙ୍ଗା ପୁଷ୍କରଣୀର ପୁନରୁଦ୍ଧାର ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ପ୍ରଥମ ପର୍ଯ୍ୟାୟରେ ଦିଆଯାଇଥିଲା। ଏସବୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କରିବା ସହ ସେବାୟତଙ୍କ ସହ ଆଲୋଚନା କରିବେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ। ପୀଠର ବିକାଶ ଓ ଉଚ୍ଛେଦ ହେବାକୁ ଥିବା ସେବାୟତଙ୍କୁ ଥଇଥାନ ପାଇଁ ସହାୟତା ଦେବାର ଯୋଜନା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର