ବାପାମା’ଙ୍କୁ ମାଡ଼ ମାରି ଘରେ ନିଆଁ ଲଗାଇଦେଲା ନୃଶଂସ ପୁଅ

The Sakala Picture
Published On

ଚନ୍ଦନେଶ୍ବର: ନିଶାସକ୍ତ ଅବସ୍ଥାରେ ବାପା ମାଆଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେଇଛି ନୃଶଂସ ପୁଅ। କର୍କଟ ରୋଗରେ ପିଡୀତ ମାଆର ଚିକିତ୍ସା ପାଇଁ ବାପା ସଂଗ୍ରହ କରି ରଖିଥିବା ନଗଦ ୩୫ ହଜାର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଆସବାସପତ୍ର ପୋଡି ଭସ୍ମୀଭୂତ ହୋଇଯାଇଛି। ଏନେଇ ପୁଅକୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଭୋଗରାଇ ଥାନା ଗୁଛିଦା ତେଘରୀ ପଞ୍ଚାୟତର ମଙ୍ଗରାଜପୁର ଗାଁରେ ଏଭଳି ଏକ […]

ଚନ୍ଦନେଶ୍ବର: ନିଶାସକ୍ତ ଅବସ୍ଥାରେ ବାପା ମାଆଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେଇଛି ନୃଶଂସ ପୁଅ। କର୍କଟ ରୋଗରେ ପିଡୀତ ମାଆର ଚିକିତ୍ସା ପାଇଁ ବାପା ସଂଗ୍ରହ କରି ରଖିଥିବା ନଗଦ ୩୫ ହଜାର ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ଆସବାସପତ୍ର ପୋଡି ଭସ୍ମୀଭୂତ ହୋଇଯାଇଛି। ଏନେଇ ପୁଅକୁ ଗିରଫ କରାଯାଇଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି। ଭୋଗରାଇ ଥାନା ଗୁଛିଦା ତେଘରୀ ପଞ୍ଚାୟତର ମଙ୍ଗରାଜପୁର ଗାଁରେ ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସୂଚନା ମୁତାବକ, ମଙ୍ଗରାଜପୁର ଗାଁର ସୁଧୀର ନାୟକ ଓ କର୍କଟ ରୋଗରେ ପୀଡ଼ିତ ତାଙ୍କ ପତ୍ନୀ ସ୍ନେହଲତା ବାସ କରନ୍ତି। ପୁଅ ଶ୍ରୀମନ୍ତ ଓରଫ କାଳିଆ ବାପା ମାଆଙ୍କୁ ବୃଦ୍ଧାବସ୍ଥାରେ ସାହାରା ହେବା ଏବଂ ପ୍ରତିପୋଷଣ କରିବା ପରିବର୍ତ୍ତେ ତାଙ୍କ ପାଖରେ ନ ରହି କାନ୍ଥିଭଉଁରୀ ଗାଁର ଜନୈକା ମହିଳାଙ୍କ ପାଖରେ ରହି ନିଶା କାରବାର କରନ୍ତି। ସୋମବାର ମଧ୍ୟାହ୍ନ ସମୟରେ ମାଆ ସ୍ନେହଲତା ଭାତ ରାନ୍ଧୁଥିବା ସମୟରେ ପୁଅ ଶ୍ରୀମନ୍ତ ଘରେ ପହଞ୍ଚି ମାଆଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଘରୁ ବାହାରି ଯିବା ପାଇଁ ଧମକ ଦେବା ସହ ମାରଧର କରିଥିଲା। ଏହା ଦେଖି ବାପା ସୁଧୀର ବିରୋଧ କରିବାରୁ ତାଙ୍କୁ ମଧ୍ୟ ପିଟାମରା କରିବା ସହିତ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲା। ମାଆ ସ୍ନେହଲତାର ଚିତ୍କାର ଶୁଣି ପଡୋଶୀ ମାନେ ସେଠାରେ ପହଞ୍ଚି ନୃଶଂସ ପୁଅ ଶ୍ରୀମନ୍ତ ହାତରୁ ତାଙ୍କ ବାପା ମାଆଙ୍କୁ ଉଦ୍ଧାର କରିଥିଲେ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ମାତ୍ର ହିତାହିତ ଜ୍ଞାନ ଭୁଲି ପୁଅ ଶ୍ରୀମନ୍ତ ସାଥୀରେ ଆଣିଥିବା ପେଟ୍ରୋଲକୁ ଘର ଉପରେ ଢାଳି ନିଆଁ ଲଗାଇ ଦେଇଥିଲା। ଏହାସହିତ ବାପା ମାଆଙ୍କୁ ମଧ୍ୟ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେବ ବୋଲି ଧମକ ଦେଇଥିଲା। ଘରେ ଲାଗିଥିବା ନିଆଁ ଏତେ ପ୍ରଖର ହୋଇଥିଲା ଯେ, ଗାଁ ଲୋକେ ଏହାକୁ ଆୟତ୍ତ କରିପାରି ନଥିଲେ। ଏହି ନିଆଁରେ ଘର ସମେତ ସ୍ନେହଲତାଙ୍କ ଚିକିତ୍ସା ପାଇଁ ଧାର କରଜ ଓ ବିଭିନ୍ନ ଲୋକଙ୍କ ପାଖରୁ ମାଗି ଯାଚି ସଂଗ୍ରହ କରି ରଖିଥିବା ନଗଦ ୩୫ ହଜାର ଟଙ୍କା ସହ ଘରର ସମସ୍ତ ଆସବାବପତ୍ର, ଗହମ, ଚାଉଳ, ପଲଙ୍କ, ବାକ୍ସ ସବୁ କିଛି ଆଖିପିଚୁଳାକେ ଭସ୍ମୀଭୂତ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି; ପ୍ରତ୍ୟାହାର ହେଉ ରାଜ୍ୟ ସ୍ୱାର୍ଥ ବିରୋଧୀ ଆଇନ

ଖବର ପାଇ ଭୋଗରାଇ ଥାନା ଅଧୀନ ଚନ୍ଦନେଶ୍ୱର ପୁଲିସ ଫାଣ୍ଡି ଅଧିକାରୀ ଏଏସଆଇ ବିଶ୍ବନାଥ କର ଘଟଣାସ୍ଥଳରେ ପହଞ୍ଚି ଶ୍ରୀମନ୍ତକୁ ଧରି ଥାନାକୁ ଆଣିଥିଲା ବେଳେ ପରେ ବାପା ସୁଧୀରଙ୍କ ଲିଖିତ ଅଭିଯୋଗ ମୂଳେ ଭୋଗରାଇ ଥାନା କେସ ନଂ ୧୫୩ /୨୨ ରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ଶ୍ରୀମନ୍ତକୁ ଗିରଫ କରି ଅଧିକ ପଚରାଉଚରା କରୁଥିବା ସୂଚନା ମିଳିଛି। ଗିରଫ ଶ୍ରୀମନ୍ତ ଓରଫ କାଳିଆକୁ ମଙ୍ଗଳବାର କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର