ସୁନାବେଡ଼ାରେ ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ

The Sakala Picture
Published On

ସୁନାବେଡା: ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ । ଦଳକୁ ତୃଣମୂଳ ସ୍ତରରେ ଶସକ୍ତ କରିବା ପାଇଁ ଜାରି ରହିଛି ମିଶ୍ରଣ ପର୍ବ । ସୁନାବେଡାରେ ଶତାଧିକ ଅନ୍ୟଦଳର କର୍ମୀ, ସାମାଜିକ କାର୍ୟ୍ୟକର୍ତ୍ତା ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଦଳରେ ସାମିଲ ହୋଇଛନ୍ତି । ଡକ୍ଟର ରାଜେନ୍ଦ୍ର ପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ନାରାୟଣପାଟଣାର ରବି ନାଚିକା ମଧ୍ୟ ବିଜେଡି ଉତ୍ତରୀୟ ପକାଇ ଶଙ୍ଖ ଫୁଙ୍କିଛନ୍ତି । ବିଜେଡି ସାଧାରଣ ସମ୍ପାଦକ […]

ସୁନାବେଡା: ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ । ଦଳକୁ ତୃଣମୂଳ ସ୍ତରରେ ଶସକ୍ତ କରିବା ପାଇଁ ଜାରି ରହିଛି ମିଶ୍ରଣ ପର୍ବ । ସୁନାବେଡାରେ ଶତାଧିକ ଅନ୍ୟଦଳର କର୍ମୀ, ସାମାଜିକ କାର୍ୟ୍ୟକର୍ତ୍ତା ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଦଳରେ ସାମିଲ ହୋଇଛନ୍ତି । ଡକ୍ଟର ରାଜେନ୍ଦ୍ର ପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ନାରାୟଣପାଟଣାର ରବି ନାଚିକା ମଧ୍ୟ ବିଜେଡି ଉତ୍ତରୀୟ ପକାଇ ଶଙ୍ଖ ଫୁଙ୍କିଛନ୍ତି ।

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆୟୋଜିତ ହୋଇଯାଇଛି ମିଶ୍ରଣ ପର୍ବ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳରେ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ କରିଚାଲିଛି, କଥା କମ କାମ ବେଶୀରେ ବିଶ୍ୱାସ ମୁଖ୍ୟମନ୍ତ୍ରୀ ରଖନ୍ତି ବୋଲି କହିଥିଲେ ପ୍ରଣବ ପ୍ରକାଶ ଦାସ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ TPCODL ଲାଇନମ୍ୟାନ୍, ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

ସେହିପରି ରାଜ୍ୟ ଭୋକର ଭୂଗୋଳରୁ ଓଡ଼ିଶାକୁ ଶସ୍ୟ ଶ୍ୟାମଳା କରିପାରିଛନ୍ତି । ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସୁଛି । କୋରାପୁଟର ସର୍ବାଙ୍ଗୀନ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ରହିଛି । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ୟ୍ୟରେ ଆକୃଷ୍ଟ ହୋଇ ଅନ୍ୟ ଦଳର କାର୍ୟ୍ୟକର୍ତ୍ତା ବିଜେଡିରେ ସାମିଲ ହେଉଛନ୍ତି । ଦଳ ସର୍ବଦା ଓଡ଼ିଶାର ବିକାଶ ଦିଗରେ କାର୍ୟ୍ୟ ଜାରି ରଖିଛି ବୋଲି କହିଥିଲେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

16 Sep 2022 By The Sakala

ସୁନାବେଡ଼ାରେ ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ

ସୁନାବେଡା: ବିଜେଡିରେ ମିଶିଲେ କଂଗ୍ରେସ ଓ ବିଜେପିର ଶତାଧିକ କର୍ମୀ । ଦଳକୁ ତୃଣମୂଳ ସ୍ତରରେ ଶସକ୍ତ କରିବା ପାଇଁ ଜାରି ରହିଛି ମିଶ୍ରଣ ପର୍ବ । ସୁନାବେଡାରେ ଶତାଧିକ ଅନ୍ୟଦଳର କର୍ମୀ, ସାମାଜିକ କାର୍ୟ୍ୟକର୍ତ୍ତା ଏବଂ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଦଳରେ ସାମିଲ ହୋଇଛନ୍ତି । ଡକ୍ଟର ରାଜେନ୍ଦ୍ର ପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ନାରାୟଣପାଟଣାର ରବି ନାଚିକା ମଧ୍ୟ ବିଜେଡି ଉତ୍ତରୀୟ ପକାଇ ଶଙ୍ଖ ଫୁଙ୍କିଛନ୍ତି ।

ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଆୟୋଜିତ ହୋଇଯାଇଛି ମିଶ୍ରଣ ପର୍ବ । ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଦଳରେ ନୂତନ ସଦସ୍ୟଙ୍କୁ ସ୍ୱାଗତ କରିବା ସହ ଉପସ୍ଥିତ କର୍ମକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ବିକାଶ କରିଚାଲିଛି, କଥା କମ କାମ ବେଶୀରେ ବିଶ୍ୱାସ ମୁଖ୍ୟମନ୍ତ୍ରୀ ରଖନ୍ତି ବୋଲି କହିଥିଲେ ପ୍ରଣବ ପ୍ରକାଶ ଦାସ।

ସେହିପରି ରାଜ୍ୟ ଭୋକର ଭୂଗୋଳରୁ ଓଡ଼ିଶାକୁ ଶସ୍ୟ ଶ୍ୟାମଳା କରିପାରିଛନ୍ତି । ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସୁଛି । କୋରାପୁଟର ସର୍ବାଙ୍ଗୀନ ବିକାଶ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ରହିଛି । ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ୟ୍ୟରେ ଆକୃଷ୍ଟ ହୋଇ ଅନ୍ୟ ଦଳର କାର୍ୟ୍ୟକର୍ତ୍ତା ବିଜେଡିରେ ସାମିଲ ହେଉଛନ୍ତି । ଦଳ ସର୍ବଦା ଓଡ଼ିଶାର ବିକାଶ ଦିଗରେ କାର୍ୟ୍ୟ ଜାରି ରଖିଛି ବୋଲି କହିଥିଲେ ବିଜେଡି ସାଧାରଣ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର