ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଦିଗହରା; ବୀମା କମ୍ପାନୀଙ୍କ ମନୋମୁଖୀ କାର୍ଯ୍ୟ ପ୍ରତିବାଦରେ ତେଜିଲାଣି ଚାଷୀ ଅସନ୍ତୋଷ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ କ୍ରମଶଃ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ବୀମା କମ୍ପାନୀଙ୍କ ମନୋମୁଖୀ କାର୍ଯ୍ୟ ଚରମ ସୀମାରେ ପହଞ୍ଚିଛି ଓ ପ୍ରତିବାଦରେ ଅସନ୍ତୁଷ୍ଟ ଚାଷୀ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବଲାଙ୍ଗୀର ପରେ ସୋମବାର ବରଗଡ଼ ସୋହେଲାରେ ଚାଷୀମାନେ ବୀମା କମ୍ପାନୀଙ୍କ ଚାଷୀମାରଣ ନୀତି ବିରୋଧରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। କେବଳ ବଲାଙ୍ଗୀର ବା ବରଗଡ଼ ନୁହେଁ; ରାଜ୍ୟବ୍ୟାପୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବ୍ୟାପକ ଅବ୍ୟବସ୍ଥା ନେଇ ଚାଷୀମାନେ […]

ଭୁବନେଶ୍ୱର: ରାଜ୍ୟରେ କ୍ରମଶଃ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ ବିବାଦ ତୀବ୍ର ହେବାରେ ଲାଗିଛି। ବୀମା କମ୍ପାନୀଙ୍କ ମନୋମୁଖୀ କାର୍ଯ୍ୟ ଚରମ ସୀମାରେ ପହଞ୍ଚିଛି ଓ ପ୍ରତିବାଦରେ ଅସନ୍ତୁଷ୍ଟ ଚାଷୀ ବାଧ୍ୟହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ବଲାଙ୍ଗୀର ପରେ ସୋମବାର ବରଗଡ଼ ସୋହେଲାରେ ଚାଷୀମାନେ ବୀମା କମ୍ପାନୀଙ୍କ ଚାଷୀମାରଣ ନୀତି ବିରୋଧରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି। କେବଳ ବଲାଙ୍ଗୀର ବା ବରଗଡ଼ ନୁହେଁ; ରାଜ୍ୟବ୍ୟାପୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବ୍ୟାପକ ଅବ୍ୟବସ୍ଥା ନେଇ ଚାଷୀମାନେ ତାତିଲେଣି। ଏତିକିବେଳେ କେନ୍ଦ୍ର ସରକାର ଏହାର ତ୍ୱରିତ୍‍ ସମାଧାନ ପରିବର୍ତ୍ତେ ଦୀର୍ଘଦିନ ଧରି ଟାଳଟୁଳ ନୀତି ଅବଲମ୍ବନ କରି ଆସିବା ଚାଷୀଙ୍କ ପାଇଁ କଟା ଘାରେ ଲୁଣ ଦେବା ସଦୃଶ୍ୟ ହୋଇଛି। ଯୋଜନା ଅଧୀନରେ ରାଜ୍ୟରେ ଫସଲହାନି ବୀମା ରାଶି ବାବଦରେ ପ୍ରାୟ ୬୧୬ କୋଟି ଟଙ୍କାର ବକେୟା ପଡ଼ିଥିବା ବେଳେ ବୀମା କମ୍ପାନୀମାନେ ଟଙ୍କା ଦେଉନାହାନ୍ତି। ଏନେଇ ନିକଟରେ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି; ଏହା ସତ୍ତ୍ବେ ବୀମାକମ୍ପାନୀଗୁଡ଼ିକ ନିଧଡ଼କ ହୋଇ ବସିଛନ୍ତି।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଦେଶବ୍ୟାପୀ ଲାଗୁ ହେବା ପରଠାରୁ ଗତ ୫ ବର୍ଷ ମଧ୍ୟରେ ଅର୍ଥାତ୍‍ ୨୦୧୬-୧୭ରୁ ୨୦୨୧-୨୨ ମଧ୍ୟରେ ବୀମା କମ୍ପାନୀମାନେ ପ୍ରାୟ ୪୦ ହଜାର କୋଟି ଟଙ୍କାର ବୀମା ଦେୟ ଆଦାୟ କରିଛନ୍ତି। ମାତ୍ର ଚାଷୀଙ୍କୁ ସେମାନଙ୍କର ହକ୍‍ ଦେବାକୁ ସେମାନେ କ’ଣ ପାଇଁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟରେ ୯୮% ଧାନ ଫସଲ ଏହି ବୀମା ଯୋଜନାରେ ସାମିଲ ହୋଇଛି। ୨୦୨୧ ଖରିଫ୍‍ ଋତୁରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବେଳେ ସେଥିରେ ବ୍ୟାପକ ଫସଲହାନୀ ହୋଇଛି। ରାଜ୍ୟ ସରକାର ଓ ଚାଷୀମାନେ ପ୍ରିମିୟମ ପ୍ରଦାନ କରୁଛନ୍ତି; ମାତ୍ର ସେମାନଙ୍କୁ ସେମାନଙ୍କ କ୍ଷତି ଅନୁଯାୟୀ ବୀମା ଟଙ୍କା ମିଳୁନାହିଁ। ସମ୍ପୃକ୍ତ ବୀମା କମ୍ପାନୀ ମାନେ ସିସିଇ ବ୍ୟବସ୍ଥାରେ ତ୍ରୁଟି ଥିବା ବାହାନା କରି ଚାଷୀଙ୍କୁ ବୀମା ରାଶି ଦେବାକୁ ମନା କରି ଦେଇଛନ୍ତି। ଯାହାକୁ ନେଇ ଗ୍ରାମାଞ୍ଚଳରେ ପ୍ରତିବାଦର ସ୍ୱର ତୀବ୍ରତର ହେଲାଣି।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଗତ ୮ ତାରିଖରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଦୁଇଦିନିଆ ରାଜ୍ୟ ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏନେଇ ଦୃଢ଼ ପ୍ରତିବାଦ କରିଥିଲେ। ଚାଷୀମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟାରେ ଛନ୍ଦି ହୋଇ ବିଭିନ୍ନ ପ୍ରକାରର କଷ୍ଟ ଏବଂ ଆର୍ଥିକ ସଙ୍କଟ ତଥା ବୀମା କମ୍ପାନୀମାନଙ୍କ ଦ୍ୱାରା ନିଜର ଆର୍ଥିକ ଅଧିକାର ପାଇବାକୁ ବଞ୍ଚିତ ହେଉଛନ୍ତି। ଏହାର ମୂଳକାରଣ ବୀମା କମ୍ପାନୀ ଚାଷୀ ଏବଂ ସମବାୟ ହିତାଧିକାରୀମାନଙ୍କୁ ବିଭିନ୍ନ ସମୟରେ ଗୁରୁତ୍ୱ ନଦେଇ ନିଜର ସ୍ୱାର୍ଥ ସାଧନ ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ତେଣୁ କେନ୍ଦ୍ର ସରକାର ଏହାର ସମାଧାନ କରନ୍ତୁ। ଏଥିପ୍ରତି ବିଶେଷ ଦୃଷ୍ଟିଦେବାକୁ ସେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ବଦଳିବ ଦଶମ ପାଠ୍ୟକ୍ରମ: ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ହେବ ଗୋଟିଏ ବୋର୍ଡ

ଉଲ୍ଲେଖଯୋଗ୍ୟ ଯେ ବୀମା ଯୋଜନାର ସଫଳ କାର୍ଯ୍ୟନ୍ୱୟନ ପାଇଁ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ମାର୍ଟ ସାମ୍ପଲିଂ ଟେକ୍‍ନିକ୍‍ (ଏସ୍‍ଏସ୍‍ଟି) ଜରିଆରେ ଫସଲ ଅମଳ ପ୍ରୟୋଗ (ସିସିଇ) ପାଇଁ ଜମି ଚିହ୍ନଟ କରୁଛନ୍ତି। ସେହିପରି ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶା ରାଜ୍ୟ ଜମିଜମା ରେକର୍ଡ ପୋର୍ଟାଲ ଏବଂ ଜାତୀୟ ଫସଲ ବୀମା ପୋର୍ଟାଲର ମିଶ୍ରଣ କରିଛନ୍ତି। ମୋବାଇଲ୍‍ ଆପ୍‍ ବ୍ୟବହାର କରାଯାଇ ସିସିଇ ଡାଟା ଜରିଆରେ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। ଏଥିସହ ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି। ଏହାସତ୍ତ୍ବେ କେନ୍ଦ୍ର ସରକାର ଏପରି ସମ୍ବେଦନଶୀଳ ପ୍ରସଙ୍ଗରେ ଯେପରି ନିଦାବିଷ୍ଣୁ ସାଜିଛନ୍ତି ତାହାକୁ ନେଇ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର