ସ୍ୱୟଂସହାୟିକା ଗୋଷ୍ଠୀର ନିଆରା ପ୍ରୟାସ: ହଷ୍ଟେଲ ଓ ବିଭିନ୍ନ ସ୍ଥାନକୁ ‘ଶକ୍ତିମୟୀ’ ଯୋଗାଉଛି ମା’ ହାତରନ୍ଧା ଖାଦ୍ୟ

The Sakala Picture
Published On

ଭୁବନେଶ୍ୱର: ନାରୀ ସଶକ୍ତ ହେବେ ଆଗକୁ ବଢ଼ିବେ। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବେ ସମସ୍ତ କ୍ଷେତ୍ରରେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି। ପୁରୁଷ ପ୍ରାଧାନ୍ୟ ସମାଜରେ ସେମାନେ ସାମାଜିକ ତଥା ଆର୍ଥିକଭାବେ ସୁଦୃଢ଼ ହୋଇପାରିଛନ୍ତି। ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ନାରୀ ସଶକ୍ତୀକରଣର ଅନ୍ୟତମ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି ଭୁବନେଶ୍ୱରର ୧୦ଜଣ ମହିଳା। ଯାହାଙ୍କ ପାଖରେ ପରିବାରର ସମର୍ଥନ ଓ ସରକାରଙ୍କ ସହଯୋଗ ବି ରହିଛି। ସମୟ ବଦଳିବା ସହ ମହିଳାମାନେ ରୋଜଗାରକ୍ଷମ […]

ଭୁବନେଶ୍ୱର: ନାରୀ ସଶକ୍ତ ହେବେ ଆଗକୁ ବଢ଼ିବେ। ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବେ ସମସ୍ତ କ୍ଷେତ୍ରରେ ନିଜର ପାରଦର୍ଶିତା ହାସଲ କରିପାରିଛନ୍ତି। ପୁରୁଷ ପ୍ରାଧାନ୍ୟ ସମାଜରେ ସେମାନେ ସାମାଜିକ ତଥା ଆର୍ଥିକଭାବେ ସୁଦୃଢ଼ ହୋଇପାରିଛନ୍ତି। ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନାକରି ନାରୀ ସଶକ୍ତୀକରଣର ଅନ୍ୟତମ ଦୃଷ୍ଟାନ୍ତ ସୃଷ୍ଟି କରିପାରିଛନ୍ତି ଭୁବନେଶ୍ୱରର ୧୦ଜଣ ମହିଳା। ଯାହାଙ୍କ ପାଖରେ ପରିବାରର ସମର୍ଥନ ଓ ସରକାରଙ୍କ ସହଯୋଗ ବି ରହିଛି। ସମୟ ବଦଳିବା ସହ ମହିଳାମାନେ ରୋଜଗାରକ୍ଷମ ହେବାର ପରିଭାଷା ମଧ୍ୟ ବଦଳିଛି। ସୁସ୍ୱାଦୁ ଓ ସୁଷମ ଖାଦ୍ୟ ଯୋଗାଣରେ ମହିଳାମାନଙ୍କ ଭାଗିଦାରୀ ବଢ଼ିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ରାଜଧାନୀର ନୀଳାଦ୍ରି ବିହାରସ୍ଥିତ ସୀତାନାଥ ନଗରର ଶକ୍ତିମୟୀ ସ୍ୱୟଂ ସହାୟକ ଗୋଷ୍ଠୀ କରିଛି ନିଆରା ପ୍ରୟାସ। ଗୋଷ୍ଠୀର ମହିଳାମାନେ ଖାଦ୍ୟ ପ୍ରସ୍ତୁତ କରି ହଷ୍ଟେଲ ପିଲାଙ୍କଠାରୁ ଆରମ୍ଭ କରି ଅନ୍ୟମାନଙ୍କୁ ଖାଦ୍ୟ ଯୋଗାଉଛନ୍ତି। ୨୦୧୩ ମସିହାରୁ ଆଦ୍ୟାଜ୍ୟୋତି ମହିଳା ମହାସଂଘ ଅଧୀନରେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ ହୋଇଥିଲା। ୨୦୧୮ ମସିହାରେ ଆରମ୍ଭ କରିଥିବା ଏହି ଏସ୍‍ଏଚ୍‍ଜିର ମହିଳାମାନେ ହଷ୍ଟେଲ ଓ ବିଭିନ୍ନ ସ୍ଥାନକୁ ଖାଦ୍ୟ ଯୋଗାଉଛନ୍ତି। ପ୍ରତ୍ୟେକଦିନ ୬୦ଜଣଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଯୋଗାଉଛନ୍ତି। ଏଥିପାଇଁ ମାସକୁ ୭୨ହଜାର ଟଙ୍କା ରୋଜଗାର କରୁଛନ୍ତି। ସ୍ୱାବଲମ୍ବୀ ହେବା ପାଇଁ ମିଶନ୍‍ ଶକ୍ତିରୁ ପ୍ରଥମେ ୫୦ହଜାର ଟଙ୍କା ଋଣ ଆଣିଥିଲେ। ଏହି ରୋଜଗାର ମାଧ୍ୟମରେ ମହିଳାମାନେ ଋଣ ପୈଠ ମଧ୍ୟ କରିସାରିଛନ୍ତି। କେବଳ ସ୍ୱୟଂ ସହାୟକ ଗୋଷ୍ଠୀ ନିର୍ମାଣକରି କିଛି କାମ ଭିତରେ ସୀମିତ ନ ରହି ଆଗକୁ ବଢ଼ିବାର ରାହା ଦେଖିଛନ୍ତି ‘ଶକ୍ତିମୟୀ ସ୍ୱୟଂ ସହାୟକ ଗୋଷ୍ଠୀ’ର ମହିଳା। ସାଂସାରିକ କାର୍ଯ୍ୟ ଭିତରେ ରହି ବି ନିଜ ଉଦ୍ୟମ ବଳରେ ଏହାକୁ ସୂଚାରୁ ରୂପେ ଚଳାଛଉଛନ୍ତି। ନାରୀ ସଶକ୍ତୀକରଣ ପାଇଁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁରୁ ଦାୟିତ୍ୱ ନିଜ ହାତକୁ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ଏବେ ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ହାତ ତିଆରି ଖାଦ୍ୟ ସାମଗ୍ରୀ କିମ୍ବା ପନିପରିବା ଚାଷ ମଧ୍ୟରେ ସୀମିତ ହୋଇରହି ନାହାଁନ୍ତି। ପ୍ରତ୍ୟେକଦିନ ଖାଦ୍ୟ ପ୍ରସ୍ତୁତ କରି ସମସ୍ତ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ବଜାରରୁ ପନିପରିବା, ଆବଶ୍ୟକ ସାମଗ୍ରୀ କିଣି ଗୋଷ୍ଠୀର ମହିଳାମାନେ ଖାଦ୍ୟ ରାନ୍ଧି ଲୋକଙ୍କୁ ଯୋଗାଉଛନ୍ତି। ଏହି ହୋଟେଲରେ ମହିଳାମାନେ ରୋଷେଇଶାଳରେ ରୋଷେଇ କରିବାଠାରୁ ଆରମ୍ଭ କରି ପାର୍ସଲ କରି ସମୟ ଅନୁସାରେ ଯୋଗାଉଛନ୍ତି। ଆଗକୁ ମିଶନଶକ୍ତି ବିଭାଗ ମାଧ୍ୟମରେ ଏହି ଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ବଢ଼ାଇବାର ଯୋଜନା ରହିଛି। ମିଲ୍ସ୍‍ର ଦାମ୍‍ ୪୦-୪୫ଟଙ୍କା ବୋଲି ଗ୍ରୁପ୍‍ର ସଭାପତି ରୁଣୁବାଳା ପ୍ରଧାନ କହିଛନ୍ତି, ଘରେ ହାତବାନ୍ଧି ନ ବସି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି ଏହି ଖାଦ୍ୟଯୋଗାଣ ପ୍ରୟାସ। ଦିନ ତମାମ ଘରର କାମ ସରିବା ପରେ ଦିନ ୨ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି। ଏହାପରେ ପାର୍ସଲ କରି ପଠାଉଛୁ। ଆଗକୁ ଏହି ପ୍ରୟାସକୁ ଆଗକୁ ବଢ଼ାଇବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସମୟରେ ମେସିନ୍‍ ରୁଟି ପରିବର୍ତ୍ତେ ଲୋକଙ୍କ ପାଖରେ ହାତ ତିଆରି ରୁଟି ଓ ଡାଲମା ପହଞ୍ଚାଇବା ପାଇଁ ସେମାନେ ଏହି ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ମହିଳାମାନେ ବଜାରରୁ ପେପର୍‍ କିଣି କରି ଆଣି ପେପର୍‍ ଠୁଙ୍ଗା ବିକ୍ରି କରୁଛନ୍ତି। ଦୋକାନମାନଙ୍କରେ ଠୁଙ୍ଗା କେଜି ହିସାବରେ ବିକ୍ରିବଟା କରୁଛନ୍ତି। ଠୁଙ୍ଗା ବ୍ୟବସାୟକୁ ମଧ୍ୟ ନେଇ ଅଧିକ ମହିଳାଙ୍କୁ ନିୟୋଜିତ କରି ରୋଜଗାରକ୍ଷମ କରିବାର ଆଶା ରଖାଯାଇଛି ବୋଲି ଗୋଷ୍ଠୀର ସଦସ୍ୟମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର