ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀ ଦେଶର ଶ୍ରେଷ୍ଠ ତାଲିମ ପ୍ରତିଷ୍ଠାନ

The Sakala Picture
Published On

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ (ବିପିଏସପିଏ) ଦେଶର ଶ୍ରେଷ୍ଠ ତାଲିମ ପ୍ରତିଷ୍ଠାନ ଭାବରେ ଜାତୀୟ ମାନ୍ୟତା ପାଇଛି । ବିପିଏସପିଏର ଅଧ୍ୟକ୍ଷ ତଥା ବରିଷ୍ଠ ଆଇପିଏସ ଅରୁଣ କୁମାର ଷଢଙ୍ଗୀ ଏହି ଟ୍ରଫି ଗ୍ରହଣ କରିଛନ୍ତି । ଆଜି ନୂଆଦିଲ୍ଲୀଠାରେ ବ୍ୟୁରୋ ଅଫ୍‌ ପୁଲିସ୍‌ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ମୁଖ୍ୟାଳୟରେ ଅନୁଷ୍ଠିତ ୫୨ ତମ ପ୍ରତିଷ୍ଠା ଦିବସ ଉତ୍ସବରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର […]

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ (ବିପିଏସପିଏ) ଦେଶର ଶ୍ରେଷ୍ଠ ତାଲିମ ପ୍ରତିଷ୍ଠାନ ଭାବରେ ଜାତୀୟ ମାନ୍ୟତା ପାଇଛି । ବିପିଏସପିଏର ଅଧ୍ୟକ୍ଷ ତଥା ବରିଷ୍ଠ ଆଇପିଏସ ଅରୁଣ କୁମାର ଷଢଙ୍ଗୀ ଏହି ଟ୍ରଫି ଗ୍ରହଣ କରିଛନ୍ତି । ଆଜି ନୂଆଦିଲ୍ଲୀଠାରେ ବ୍ୟୁରୋ ଅଫ୍‌ ପୁଲିସ୍‌ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ମୁଖ୍ୟାଳୟରେ ଅନୁଷ୍ଠିତ ୫୨ ତମ ପ୍ରତିଷ୍ଠା ଦିବସ ଉତ୍ସବରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ତଥା ଏଡ଼ିଜି ଅରୁଣ କୁମାର ଷଢ଼ଙ୍ଗୀଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ପ୍ରଦାନ କରିଛନ୍ତି । ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ ୨୦୨୦-୨୧ ବର୍ଷ ପାଇଁ ଗେଜେଟେଡ୍‌ ଅଫିସର୍‌ ବର୍ଗର ସମସ୍ତ ରାଜ୍ୟ ମଧ୍ୟରେ ସର୍ବୋତ୍ତମ ପୁଲିସ୍‌ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ଭାବରେ ବିଚାର କରାଯାଇଥିଲା । ଜାନୁଆରୀ ୨୦୨୨ରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରଫି ଘୋଷଣା କରାଯାଇଥିଲା । ଆଜି ନୂଆଦିଲ୍ଲୀରେ ଏକ ସମାରୋହରେ ଟ୍ରଫି ପ୍ରଦାନ କରାଯାଇଥିଲା । ପ୍ରଶିକ୍ଷଣ ସୁବିଧା ଓ ପଦ୍ଧତି, ପ୍ରଶିକ୍ଷକ ଏବଂ ପ୍ରଶିକ୍ଷକଙ୍କ ଦକ୍ଷତା, ଅଧ୍ୟାପକ ବିକାଶ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ସହ ଅନ୍ୟାନ୍ୟ ପ୍ରସଙ୍ଗର ମୂଲ୍ୟାୟନ ପରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍‌ ଏକାଡେମୀକୁ ଦେଶର ସମସ୍ତ ରାଜ୍ୟ ପୁଲିସ୍‌ ତାଲିମ ପ୍ରତିଷ୍ଠାନ ମଧ୍ୟରେ ସର୍ବୋତ୍ତମ ପୁଲିସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ଭାବରେ ମନୋନୀତ କରାଯାଇଛି ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର