ସାଲିସବିହୀନ ରାଜନେତା, ସୁଦକ୍ଷ ପ୍ରଶାସକ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଅନେକ ସମ୍ମାନ ଓ ସ୍ୱୀକୃତି। ସମର୍ପିତ ସେବା, ଦୃଢ଼ ଶାସନ, ରାଜ୍ୟର ବିକାଶ, ବିପର୍ଯ୍ୟୟ ମୁକାବିଲା, ଖାଦ୍ୟ ନିରାପତ୍ତା, କ୍ରୀଡ଼ା ବିକାଶ, ମହିଳା ସଶକ୍ତିକରଣ, କୃଷିର ଉନ୍ନତି, ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ଯୋଗୁଁ ଦେଶର ବିଭିନ୍ନ ସଂସ୍ଥା, ଜାତୀୟ ଗଣମାଧ୍ୟମ, ମିଳିତ ଜାତିସଂଘ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ପେଟା ଆଦି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଏହିକ୍ରମରେ ସମ୍ମାନ ଓ ସ୍ୱୀକୃତିର ଦୀର୍ଘ ସୂଚୀରେ ଯୋଡ଼ି […]

ଭୁବନେଶ୍ୱର: ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଅନେକ ସମ୍ମାନ ଓ ସ୍ୱୀକୃତି। ସମର୍ପିତ ସେବା, ଦୃଢ଼ ଶାସନ, ରାଜ୍ୟର ବିକାଶ, ବିପର୍ଯ୍ୟୟ ମୁକାବିଲା, ଖାଦ୍ୟ ନିରାପତ୍ତା, କ୍ରୀଡ଼ା ବିକାଶ, ମହିଳା ସଶକ୍ତିକରଣ, କୃଷିର ଉନ୍ନତି, ଦୁର୍ନୀତି ବିରୋଧରେ କଠୋର ପଦକ୍ଷେପ ଯୋଗୁଁ ଦେଶର ବିଭିନ୍ନ ସଂସ୍ଥା, ଜାତୀୟ ଗଣମାଧ୍ୟମ, ମିଳିତ ଜାତିସଂଘ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ, ପେଟା ଆଦି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରାଯାଇଛି। ଏହିକ୍ରମରେ ସମ୍ମାନ ଓ ସ୍ୱୀକୃତିର ଦୀର୍ଘ ସୂଚୀରେ ଯୋଡ଼ି ହୋଇଛି ଆଉ ଏକ ରତ୍ନ। ଜୀବନବ୍ୟାପୀ ସାଧନା ନିମନ୍ତେ ନୂଆଦିଲ୍ଲୀସ୍ଥିତ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନିତ କରିଛି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ରାଜନୀତିରେ ପ୍ରବେଶର ୨୫ ବର୍ଷ ଓ ମୁଖ୍ୟମନ୍ତ୍ରୀ ଭାବରେ ୨୨ ବର୍ଷ ପୂରଣ କରିଛନ୍ତି ନବୀନ ପଟ୍ଟନାୟକ। ଶୂନ୍ୟ ରାଜକୋଷ ସାଙ୍ଗକୁ ମହାବାତ୍ୟା ପରବର୍ତ୍ତୀ ଓଡ଼ିଶାର ପୁନର୍ଗଠନ, ଅନାହାର-ଅପୁଷ୍ଟି-କ୍ଷୁଧା ଜର୍ଜରିତ ଓଡ଼ିଶାକୁ ଖାଦ୍ୟ ଯୋଗାଇବାର ଆହ୍ୱାନ ପରି ଅନେକ ପ୍ରତିକୂଳ ପରିସ୍ଥିତିରେ ସେ ଓଡ଼ିଶାର ଶାସନ ମଙ୍ଗ ଧରିଥିଲେ। କେନ୍ଦ୍ରମନ୍ତ୍ରୀ ଭାବରେ ରାଜନୀତିରେ ଥିଲା ମାତ୍ର ଦୁଇ ବର୍ଷର ଅଭିଜ୍ଞତା। ମାତ୍ର ଯେବେଠାରୁ ସେ ଓଡ଼ିଶାର ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ, ସେହିଦିନଠାରୁ ଓଡ଼ିଶାକୁ ଦେଶର ଶୀର୍ଷ ସମୃଦ୍ଧ ରାଜ୍ୟ ଭାବରେ ଗଢ଼ିବା ପାଇଁ ବିଜୁଙ୍କ ସ୍ୱପ୍ନକୁ ପୂରଣ ନିମନ୍ତେ ପ୍ରସ୍ତୁତ କରିଥିଲେ ବିକାଶ ନକ୍ସା। ସମସ୍ତ ପ୍ରତିକୂଳ ପରିସ୍ଥିତି, ବିରୋଧୀଙ୍କ ଅସୂୟା ଓ ଅସହିଷ୍ଣୁତା ସତ୍ତେ୍ୱ ଗତ ୨୨ ବର୍ଷ ଧରି ସେ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟଭାବରେ ଗ୍ରହଣ କରି ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି। ବିକାଶର ରୂପାନ୍ତରଣ ଓଡ଼ିଶାକୁ ନୂଆ ରୂପ ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଛି ଜାତୀୟସ୍ତରଠାରୁ ଆନ୍ତର୍ଜାତୀୟସ୍ତର ପର୍ଯ୍ୟନ୍ତ ‘ମହାନାୟକ’ର ସ୍ୱୀକୃତି।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ନମ୍ର ନବୀନଙ୍କ ଦୃଢ଼ ନେତୃତ୍ୱ ରାଜ୍ୟ ବିକାଶକୁ ଗତିଶୀଳ କରିଛି। ପ୍ରଶାସନିକ ସଂସ୍କାର ରାଜ୍ୟରେ ଦୁର୍ନୀତି ହ୍ରାସ କରିବାରେ ସକ୍ଷମ ହୋଇଛି, ରାଜ୍ୟବାସୀଙ୍କ ଆର୍ଥିକ ଅଗ୍ରଗତିକୁ ତ୍ୱରାନ୍ୱିତ କରିଛି। ୭୦ ଲକ୍ଷ ମହିଳା ସ୍ୱାବଲମ୍ବନର ପଥ ଦେଖିଛନ୍ତି। ଦୂରଦର୍ଶୀ ପଦକ୍ଷେପ ଯୋଗୁଁ ବିପର୍ଯ୍ୟୟ ଓ ମହାମାରୀ ମୁକାବିଲାରେ ଓଡ଼ିଶାର ‘ନବୀନ’ ପଦ୍ଧତି ଦେଶରେ ଉଦାହରଣୀୟ ହୋଇଛି। ସୁସ୍ଥ ଓ ସୁଖୀ ଓଡ଼ିଶା ଗଠନ ଲକ୍ଷ୍ୟ, ଶିକ୍ଷାରେ ରୂପାନ୍ତରଣ, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ରାଜ୍ୟକୁ ଦେଇଛି ନୂଆ ରୂପ। ଲକ୍ଷ୍ୟଭେଦୀ ଯୋଜନା ରାଜ୍ୟର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାରେ ସକ୍ଷମ ହୋଇଛି।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ଏହି ସବୁ ସତ୍ତେ୍ୱ କ୍ଷମତା ପାଇଁ ନୀତି ଓ ଆଦର୍ଶ ସହ କେବେ ସାଲିସ କରିନାହାନ୍ତି ନବୀନ। ଧର୍ମନିରପେକ୍ଷତା, ଅହିଂସାରେ ବିଶ୍ୱାସ କରୁଥିବା ନବୀନ ଖାସ୍ ଏଇଥିପାଇଁ ୨୦୦୯ ମସିହାରେ ବିଜେପି ମେଣ୍ଟରୁ ନିଜକୁ ଓ ଦଳକୁ ଦୂରେଇ ନେବା ପରି କଠୋର ନିଷ୍ପତ୍ତି ନେଇଛନ୍ତି। ବ୍ୟକ୍ତିଗତ ଜୀବନରେ ସାଧୁତା ଅବଲମ୍ବନ କରୁଥିବା ନବୀନ ସର୍ବଦା ପ୍ରଶାସନିକ ଶୃଙ୍ଖଳା, ଦଳୀୟ ଅନୁଶାସନ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ପରିଣତିସ୍ୱରୂପ ଦଳରୁ ବାଦ ପଡ଼ିଛନ୍ତି ବହୁ ବଡ଼ ନେତା, ସରକାରରୁ ବାଦ ପଡ଼ିଛନ୍ତି ବହୁ ମନ୍ତ୍ରୀ, ପ୍ରଶାସନରୁ ବିଦା ହୋଇଛନ୍ତି ଶତାଧିକ ଅଧିକାରୀ। ଅନ୍ୟପକ୍ଷରେ ଲୋକଙ୍କ ଖୁସିରେ ବିଭୋର ନବୀନ ଦେଇଛନ୍ତି ଆପଣମାନେ ଖୁସି ତ? ମୁଁ ବି ଖୁସି’ର ସ୍ଲୋଗାନ।

ଲୋକଙ୍କ ସହ ଯୋଡ଼ି ହୋଇ ରହିବା, ଲୋକଙ୍କୁ ଭଲ ପାଇବା ଓ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କୁ ଆହ୍ୱାନ ଦେଇ ଜନତାଙ୍କ ନେତା ଓ ଜନନେତାର ମାନ୍ୟତା ପାଇଛନ୍ତି। ଦଳର ଭୋଟ ହାର ପ୍ରତି ନିର୍ବାଚନରେ ବୃଦ୍ଧି ପାଇବାରେ ଲାଗିଛି। ‘ମୋ ସରକାର’ ଓ ‘୫-ଟି’ ନବୀନଙ୍କ ଶାସନର ଦୁଇ ପ୍ରମୁଖ ଦିଗରେ ପରିଣତ ହୋଇଛି। ଏହାଦ୍ୱାରା ସାଧାରଣ ସେବାକୁ ଲୋକଙ୍କ ନିକଟତର କରାଯାଇପାରିଛି। ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଅଧିକ କଠୋର ହୋଇଛି। ସମ୍ପ୍ରତି ଦାରିଦ୍ର ହ୍ରାସ ନିମନ୍ତେ ଗଭର୍ଣ୍ଣାନ୍ସ ଆଟଲାସ କାର୍ଯ୍ୟକାରୀ କରାଯାଉଛି। ରାଜ୍ୟର ଧାର୍ମିକ ଓ ଐତିହ୍ୟ ସମ୍ପନ୍ନ ସ୍ଥାନର ବିକାଶ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି । ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ନିବେଶକଙ୍କ ପାଇଁ ବିଛା ଯାଇଛି ଲାଲ ଗାଲିଚା ଆଇଟି, ଶିକ୍ଷା, ଆତିଥେୟତା, ସ୍ୱାସ୍ଥ୍ୟ ହବ୍ ଭାବରେ ସାରା ପୂର୍ବଭାରତରେ ଓଡ଼ିଶା ପରିଚିତି ଲାଭ କରିଛି।

କଠୋର ଶାସନ, କୋମଳ ଜନନୀତି ମଧ୍ୟରେ ନବୀନଙ୍କ ବ୍ୟକ୍ତିତ୍ୱର ଆଉ ଏକ ଦିଗ ହେଉଛି ତାଙ୍କର ଆତିଥେୟତା। ରାଜନୈତିକ ବିଚାରଧାରା, ଆଦର୍ଶ ଓ ମତଭେଦ ସତ୍ୱେ ବ୍ୟକ୍ତିଗତ ସମ୍ପର୍କର ଗୁରୁତ୍ୱ, ରାଜନୀତିରେ ପ୍ରବୀଣତାର ପରିଚୟ ଦେଇଛନ୍ତି। ପୁନଶ୍ଚ ରାଜ୍ୟର ସ୍ୱାର୍ଥ ହାସଲ ପାଇଁ କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଇଛନ୍ତି, ପକ୍ଷାନ୍ତରେ ଦେଶର ସ୍ୱାର୍ଥଜନିତ ପ୍ରସଙ୍ଗରେ ନିସର୍ତ୍ତ ସମର୍ଥନ ମଧ୍ୟ ପ୍ରଦାନ କରିଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ନବୀନଙ୍କ ନେତୃତ୍ୱରେ ଓଡ଼ିଶା ଅପ୍ରତିଦ୍ୱନ୍ଦ୍ୱୀ ହୋଇଛି। ଏଥିପାଇଁ ଜାତିସଂଘ ନବୀନଙ୍କୁ ସମ୍ମାନିତ କରିଛି। ମହାମାରୀର ଉପଯୁକ୍ତ ପରିଚାଳନା ଓ ଆପଦକାଳରେ ପଶୁପକ୍ଷୀଙ୍କ ନିମନ୍ତେ ଖାଦ୍ୟ ପାନୀୟ ବ୍ୟବସ୍ଥା କରାଯିବା ପଦକ୍ଷେପ ପାଇଁ ମିଳିଛି ‘ପେଟା’ ସମ୍ମାନ। କ୍ରୀଡ଼ା ପରିଚାଳନା ଓ କ୍ରୀଡ଼ା ବିକାଶରେ ନବୀନଙ୍କ ଉଦ୍ୟମ ଓ ଅବଦାନକୁ ସ୍ୱୀକୃତି ଦେଇଛି ସ୍ପୋର୍ଟସଷ୍ଟାର। ଖାଦ୍ୟ ସୁରକ୍ଷା ନିମିତ୍ତ ପଦକ୍ଷେପ ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ତାଙ୍କୁ ସମ୍ମାନିତ କରିଛି। ହକି ବିଶ୍ୱକପ୍ ସଫଳତାର ସହ ଆୟୋଜନ ପରେ ହକି ଇଣ୍ଡିଆ ପକ୍ଷରୁ ଏଫଆଇଏଚ୍ ପ୍ରେସିଡ଼େଷ୍ଟ ଆୱାର୍ଡ଼ ପ୍ରଦାନ କରାଯାଇଛି। ଏହା ସହିତ ଆଉଟଲୁକ୍ ଓ ଇଣ୍ଡିଆ ଟୁଡ଼େ ପରି ଜାତୀୟ ପତ୍ରିକା ଓ ସଂଗଠନ ପକ୍ଷରୁ ତାଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ, ଶ୍ରେଷ୍ଠ ପ୍ରଶାସକ, ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି।

06 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର