ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

The Sakala Picture
Published On

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଘାଘରାମୁଣ୍ଡା ଗାଁ ଖେସରା ଜଙ୍ଗଲରେ ମାଈ ହାତୀର ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡକୁ ନିଲମ୍ବିତ କରିଛନ୍ତି ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ । ଫରେଷ୍ଟର ସରୋଜ କୁମାର ବେହେରା ଓ ଫରେଷ୍ଟ ଗାର୍ଡ ସ୍ଵର୍ଣପ୍ରଭା ସେଠ ନିଜ କାମରେ ଅବହେଳା ଯୋଗୁଁ ବିଦ୍ୟୁତ ତାର ଫାଶରେ ଗୋଟିଏ ୨୫ ବର୍ଷୀୟ ମାଈ ହାତୀର ମୃତ୍ୟୁ ହୋଇଥିବା ଡିଏଫଓ ମତବ୍ୟକ୍ତ କରିଛନ୍ତି […]

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଘାଘରାମୁଣ୍ଡା ଗାଁ ଖେସରା ଜଙ୍ଗଲରେ ମାଈ ହାତୀର ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡକୁ ନିଲମ୍ବିତ କରିଛନ୍ତି ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ । ଫରେଷ୍ଟର ସରୋଜ କୁମାର ବେହେରା ଓ ଫରେଷ୍ଟ ଗାର୍ଡ ସ୍ଵର୍ଣପ୍ରଭା ସେଠ ନିଜ କାମରେ ଅବହେଳା ଯୋଗୁଁ ବିଦ୍ୟୁତ ତାର ଫାଶରେ ଗୋଟିଏ ୨୫ ବର୍ଷୀୟ ମାଈ ହାତୀର ମୃତ୍ୟୁ ହୋଇଥିବା ଡିଏଫଓ ମତବ୍ୟକ୍ତ କରିଛନ୍ତି । ସୂଚନା ଅନୁଯାୟୀ, ଗତ ମାସ ୨୮ ତାରିଖ ଦିନ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଘାଘରାମୁଣ୍ଡା ଗାଁ ଖେସରା ଜଙ୍ଗଲରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ସଂପୃକ୍ତ ଅଞ୍ଚଳରେ ଯେମିତି ପାଟ୍ରୋଲିଂ ହେବା କଥା ସେମିତି ହୋଇନଥିଲା। ଦୁଇ କର୍ମଚାରୀ ସବୁଦିନେ ପାଟ୍ରୋଲିଂରେ ଯାଉ ନଥିଲେ। ଅଗଷ୍ଟ ୨୬ ତାରିଖରୁ ୱାର୍ଣ୍ଣିଂ ଦିଆଯାଇଥିଲେ ମଧ୍ୟ ଫରେଷ୍ଟର ତାହାକୁ ଖାତିର କରି ନଥିଲେ। ସେଥିପାଇଁ ସଂପୃକ୍ତ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କ ସ୍ଥାନରେ ଆଉ ଜଣେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ସେଠାରେ ନିଯୁକ୍ତ କରାଯିବ ବୋଲି ଡିଏଫଓ ପ୍ରକାଶଚାନ୍ଦ କହିଛନ୍ତି। ଗତମାସ ୨୮ ତାରିଖରେ ବିଦ୍ୟୁତ୍ ଚାର୍ଜିତ ଫାଶରେ ପଡ଼ି ହାତୀଟିର ଜୀବନ ଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

04 Sep 2022 By The Sakala

ମହାବିରୋଡ଼ ରେଞ୍ଜ ହାତୀ ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନିଲମ୍ବିତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଘାଘରାମୁଣ୍ଡା ଗାଁ ଖେସରା ଜଙ୍ଗଲରେ ମାଈ ହାତୀର ମୃତ୍ୟୁକୁ ନେଇ ଫରେଷ୍ଟର ଓ ଫରେଷ୍ଟ ଗାର୍ଡକୁ ନିଲମ୍ବିତ କରିଛନ୍ତି ଢେଙ୍କାନାଳ ଡିଏଫଓ ପ୍ରକାଶ ଚାନ୍ଦ ଗୋଗିନେନୀ । ଫରେଷ୍ଟର ସରୋଜ କୁମାର ବେହେରା ଓ ଫରେଷ୍ଟ ଗାର୍ଡ ସ୍ଵର୍ଣପ୍ରଭା ସେଠ ନିଜ କାମରେ ଅବହେଳା ଯୋଗୁଁ ବିଦ୍ୟୁତ ତାର ଫାଶରେ ଗୋଟିଏ ୨୫ ବର୍ଷୀୟ ମାଈ ହାତୀର ମୃତ୍ୟୁ ହୋଇଥିବା ଡିଏଫଓ ମତବ୍ୟକ୍ତ କରିଛନ୍ତି । ସୂଚନା ଅନୁଯାୟୀ, ଗତ ମାସ ୨୮ ତାରିଖ ଦିନ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଘାଘରାମୁଣ୍ଡା ଗାଁ ଖେସରା ଜଙ୍ଗଲରେ ଗୋଟିଏ ମାଈ ହାତୀର ମୃତ୍ୟୁ ହୋଇଥିଲା ।

ସଂପୃକ୍ତ ଅଞ୍ଚଳରେ ଯେମିତି ପାଟ୍ରୋଲିଂ ହେବା କଥା ସେମିତି ହୋଇନଥିଲା। ଦୁଇ କର୍ମଚାରୀ ସବୁଦିନେ ପାଟ୍ରୋଲିଂରେ ଯାଉ ନଥିଲେ। ଅଗଷ୍ଟ ୨୬ ତାରିଖରୁ ୱାର୍ଣ୍ଣିଂ ଦିଆଯାଇଥିଲେ ମଧ୍ୟ ଫରେଷ୍ଟର ତାହାକୁ ଖାତିର କରି ନଥିଲେ। ସେଥିପାଇଁ ସଂପୃକ୍ତ ଫରେଷ୍ଟର ଓ ଜଣେ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ସେମାନଙ୍କ ସ୍ଥାନରେ ଆଉ ଜଣେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ସେଠାରେ ନିଯୁକ୍ତ କରାଯିବ ବୋଲି ଡିଏଫଓ ପ୍ରକାଶଚାନ୍ଦ କହିଛନ୍ତି। ଗତମାସ ୨୮ ତାରିଖରେ ବିଦ୍ୟୁତ୍ ଚାର୍ଜିତ ଫାଶରେ ପଡ଼ି ହାତୀଟିର ଜୀବନ ଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର