ବାଘବାଘୁଣୀଙ୍କ ମଧ୍ୟରେ ଗଢ଼ି ଉଠିଛି ପ୍ରେମସମ୍ପର୍କ; ତାରବାଡ଼କୁ ଲାଗି ଉଭୟ ନେଉଛନ୍ତି ପ୍ରେମର ପରଶ

The Sakala Picture
Published On

ନନ୍ଦନକାନନ: ନନ୍ଦନକାନନର ପ୍ରାକୃତିକ ଶୋଭାରାଜିରେ ରହୁଥିବା ବାଘବାଘୁଣୀଙ୍କ ମଧ୍ୟରେ ଗଢ଼ି ଉଠିଛି ପ୍ରେମସମ୍ପର୍କ। ଯାହାକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଏମିତି ପ୍ରେମରେ ପଡ଼ି ବାଘ ହେଣ୍ଟାଳି ହଉଛି, ଆଉ ହେଣ୍ଟାଳ ଶୁଣି ବାଉଳି ହଉଛି ବାଘୁଣୀ। ଯାହା ଏବେ ନନ୍ଦନକାନନରେ ଦେଖିବାକୁ ମିଳିଛି। ବାଘ ‘ପ୍ରଦୀପ’ ପ୍ରେମର ମହକରେ ନିଜକୁ ହଜେଇ ଦେଇ ଜଙ୍ଗଲରୁ କୁଦାମାରି ଆସି ବାଘୁଣୀ ‘କାନନ’ ନନ୍ଦନକାନନରେ ସାରାଜୀବନ ବନ୍ଦୀ ଜୀବନକୁ ଆପଣେଇ ନେଇଥିଲା। ଜଙ୍ଗଲୀ ବାଘ ‘ନନ୍ଦନ’ ୧୮ ଫୁଟ୍‍ର ତାରବାଡ଼ […]

ନନ୍ଦନକାନନ: ନନ୍ଦନକାନନର ପ୍ରାକୃତିକ ଶୋଭାରାଜିରେ ରହୁଥିବା ବାଘବାଘୁଣୀଙ୍କ ମଧ୍ୟରେ ଗଢ଼ି ଉଠିଛି ପ୍ରେମସମ୍ପର୍କ। ଯାହାକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଏମିତି ପ୍ରେମରେ ପଡ଼ି ବାଘ ହେଣ୍ଟାଳି ହଉଛି, ଆଉ ହେଣ୍ଟାଳ ଶୁଣି ବାଉଳି ହଉଛି ବାଘୁଣୀ। ଯାହା ଏବେ ନନ୍ଦନକାନନରେ ଦେଖିବାକୁ ମିଳିଛି। ବାଘ ‘ପ୍ରଦୀପ’ ପ୍ରେମର ମହକରେ ନିଜକୁ ହଜେଇ ଦେଇ ଜଙ୍ଗଲରୁ କୁଦାମାରି ଆସି ବାଘୁଣୀ ‘କାନନ’ ନନ୍ଦନକାନନରେ ସାରାଜୀବନ ବନ୍ଦୀ ଜୀବନକୁ ଆପଣେଇ ନେଇଥିଲା। ଜଙ୍ଗଲୀ ବାଘ ‘ନନ୍ଦନ’ ୧୮ ଫୁଟ୍‍ର ତାରବାଡ଼ ଡେଇଁ ପଶିଆସିଥିଲା ନନ୍ଦନକାନନକୁ। ‘ମେଘା’ ପାଇଁ କାହିଁ କେତେ କୋଷ ବାଟ ଅତିକ୍ରମ କରି ଚାଲି ଆସିଥିଲା ‘ନନ୍ଦନ’। ଆଉ ଏବେ ପୁଣି ବାଘବାଘୁଣୀ ପ୍ରେମକୁ ନେଇ ମସଗୁଲ ହୋଇଛନ୍ତି ପର୍ଯ୍ୟଟକ। ଏଇ କିଛି ଦିନ ହେବ ଉଭୟ ବାଘ ‘ସେଫ୍‍’ ଓ ବାଘୁଣୀ ‘ରୁପା’ ପ୍ରେମରେ ପଡ଼ି ହେଣ୍ଟାଳ ଛାଡୁଛନ୍ତି। ଦୁହେଁ ପାଖାପାଖି ଦୁଇଟି ଖୁଆଡ଼ରେ ରହୁଛନ୍ତି। ପରସ୍ପରଙ୍କୁ ପ୍ରେମ କରି ବସିଛନ୍ତି। ଦଣ୍ଡେ ନ ଦେଖିଲେ ଉଭୟ ଖୁଆଡ଼ ସାରା ବୁଲିବୁଲି ପରସ୍ପରକୁ ଖୋଜାଖୋଜି ହେଉଛନ୍ତି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ବାଘ ‘ସେଫ୍‍’ ଆଉ ଧଳାବାଘୁଣୀ ‘ରୁପା’ର ପ୍ରେମଗାଥା ନନ୍ଦନକାନନରେ ଚହଳ ସୃଷ୍ଟି କରିଛି। ଯିଏ ଯାଉଛି ଉଭୟଙ୍କୁ ଘଡ଼ିଏ ରହି ଦେଖୁଛନ୍ତି। ଉଭୟେ ମିଳନ ପାଇଁ ତାରବାଡ଼କୁ ଲାଗି ଛିଡ଼ା ହୋଇ ଦେହକୁ ଘଷି ହେଉଛନ୍ତି। ‘ସେଫ୍‍’ ୨୦୨୧ ସେପ୍ଟେମ୍ବର ୨୪ରେ ଜନ୍ମ ହୋଇଥିବାବେଳେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ହାଇଦରାବାଦରୁ ୨୦୧୬ ଡିସେମ୍ବର ୭ରେ ନନ୍ଦନକାନନ ଆସିଥିଲା। ‘ସେଫ୍‍’ ନନ୍ଦନକାନନକୁ ଆସିବା ପରେ ସାଧାରଣ ବାଘୁଣୀ ଅଙ୍କିତା ସହ ୨୦୧୮ ମସିହା ଜାନୁଆରୀ ୧୨ ତାରିଖରେ ମିଶିବା ଦ୍ୱାରା ଦୁଇଟି ସାଧାରଣ ରଙ୍ଗର ଛୁଆ ଜନ୍ମ ହୋଇଥିଲେ। ଗୋଟିଏ ‘ସିଲା’ ଓ ଅନ୍ୟଟି ନାମକରଣ ପୂର୍ବରୁ ମରିଯାଇଥିଲା। ଧଳାବାଘୁଣୀ ‘ସ୍ନେହା’ ସହ ଦୁଇଥର ମିଳନ କରିଥିଲା। ପ୍ରଥମଥର କୌଣସି ଛୁଆ ହୋଇ ନ ଥିବାବେଳେ ଦ୍ୱିତୀୟ ଥର ୯ ଜାନୁଆରୀ ୨୦୨୦ରେ ‘ରୁପା’ ଓ ‘ରାଜେଶ’ ଜନ୍ମ ହୋଇଥିଲେ। ଧଳାବାଘୁଣୀ ବିଜୟା ସହ ମିଳନ କରି ୨୮ ମାର୍ଚ୍ଚ ୨୦୨୧ରେ ରକି, ରାକେଶ ଓ ବଂଶୀ ଜନ୍ମ ହୋଇଥିଲେ। ୧୧ ମାର୍ଚ୍ଚ ୨୦୨୨ରେ ରୁପା ପ୍ରଥମେ ରାଜେଶ ସହ ମିଳନରୁ ୩ଟି ଛୁଆ ଜନ୍ମ ଦେଇଥିଲା।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

01 Sep 2022 By The Sakala

ବାଘବାଘୁଣୀଙ୍କ ମଧ୍ୟରେ ଗଢ଼ି ଉଠିଛି ପ୍ରେମସମ୍ପର୍କ; ତାରବାଡ଼କୁ ଲାଗି ଉଭୟ ନେଉଛନ୍ତି ପ୍ରେମର ପରଶ

ନନ୍ଦନକାନନ: ନନ୍ଦନକାନନର ପ୍ରାକୃତିକ ଶୋଭାରାଜିରେ ରହୁଥିବା ବାଘବାଘୁଣୀଙ୍କ ମଧ୍ୟରେ ଗଢ଼ି ଉଠିଛି ପ୍ରେମସମ୍ପର୍କ। ଯାହାକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ଏମିତି ପ୍ରେମରେ ପଡ଼ି ବାଘ ହେଣ୍ଟାଳି ହଉଛି, ଆଉ ହେଣ୍ଟାଳ ଶୁଣି ବାଉଳି ହଉଛି ବାଘୁଣୀ। ଯାହା ଏବେ ନନ୍ଦନକାନନରେ ଦେଖିବାକୁ ମିଳିଛି। ବାଘ ‘ପ୍ରଦୀପ’ ପ୍ରେମର ମହକରେ ନିଜକୁ ହଜେଇ ଦେଇ ଜଙ୍ଗଲରୁ କୁଦାମାରି ଆସି ବାଘୁଣୀ ‘କାନନ’ ନନ୍ଦନକାନନରେ ସାରାଜୀବନ ବନ୍ଦୀ ଜୀବନକୁ ଆପଣେଇ ନେଇଥିଲା। ଜଙ୍ଗଲୀ ବାଘ ‘ନନ୍ଦନ’ ୧୮ ଫୁଟ୍‍ର ତାରବାଡ଼ ଡେଇଁ ପଶିଆସିଥିଲା ନନ୍ଦନକାନନକୁ। ‘ମେଘା’ ପାଇଁ କାହିଁ କେତେ କୋଷ ବାଟ ଅତିକ୍ରମ କରି ଚାଲି ଆସିଥିଲା ‘ନନ୍ଦନ’। ଆଉ ଏବେ ପୁଣି ବାଘବାଘୁଣୀ ପ୍ରେମକୁ ନେଇ ମସଗୁଲ ହୋଇଛନ୍ତି ପର୍ଯ୍ୟଟକ। ଏଇ କିଛି ଦିନ ହେବ ଉଭୟ ବାଘ ‘ସେଫ୍‍’ ଓ ବାଘୁଣୀ ‘ରୁପା’ ପ୍ରେମରେ ପଡ଼ି ହେଣ୍ଟାଳ ଛାଡୁଛନ୍ତି। ଦୁହେଁ ପାଖାପାଖି ଦୁଇଟି ଖୁଆଡ଼ରେ ରହୁଛନ୍ତି। ପରସ୍ପରଙ୍କୁ ପ୍ରେମ କରି ବସିଛନ୍ତି। ଦଣ୍ଡେ ନ ଦେଖିଲେ ଉଭୟ ଖୁଆଡ଼ ସାରା ବୁଲିବୁଲି ପରସ୍ପରକୁ ଖୋଜାଖୋଜି ହେଉଛନ୍ତି।

ବାଘ ‘ସେଫ୍‍’ ଆଉ ଧଳାବାଘୁଣୀ ‘ରୁପା’ର ପ୍ରେମଗାଥା ନନ୍ଦନକାନନରେ ଚହଳ ସୃଷ୍ଟି କରିଛି। ଯିଏ ଯାଉଛି ଉଭୟଙ୍କୁ ଘଡ଼ିଏ ରହି ଦେଖୁଛନ୍ତି। ଉଭୟେ ମିଳନ ପାଇଁ ତାରବାଡ଼କୁ ଲାଗି ଛିଡ଼ା ହୋଇ ଦେହକୁ ଘଷି ହେଉଛନ୍ତି। ‘ସେଫ୍‍’ ୨୦୨୧ ସେପ୍ଟେମ୍ବର ୨୪ରେ ଜନ୍ମ ହୋଇଥିବାବେଳେ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ହାଇଦରାବାଦରୁ ୨୦୧୬ ଡିସେମ୍ବର ୭ରେ ନନ୍ଦନକାନନ ଆସିଥିଲା। ‘ସେଫ୍‍’ ନନ୍ଦନକାନନକୁ ଆସିବା ପରେ ସାଧାରଣ ବାଘୁଣୀ ଅଙ୍କିତା ସହ ୨୦୧୮ ମସିହା ଜାନୁଆରୀ ୧୨ ତାରିଖରେ ମିଶିବା ଦ୍ୱାରା ଦୁଇଟି ସାଧାରଣ ରଙ୍ଗର ଛୁଆ ଜନ୍ମ ହୋଇଥିଲେ। ଗୋଟିଏ ‘ସିଲା’ ଓ ଅନ୍ୟଟି ନାମକରଣ ପୂର୍ବରୁ ମରିଯାଇଥିଲା। ଧଳାବାଘୁଣୀ ‘ସ୍ନେହା’ ସହ ଦୁଇଥର ମିଳନ କରିଥିଲା। ପ୍ରଥମଥର କୌଣସି ଛୁଆ ହୋଇ ନ ଥିବାବେଳେ ଦ୍ୱିତୀୟ ଥର ୯ ଜାନୁଆରୀ ୨୦୨୦ରେ ‘ରୁପା’ ଓ ‘ରାଜେଶ’ ଜନ୍ମ ହୋଇଥିଲେ। ଧଳାବାଘୁଣୀ ବିଜୟା ସହ ମିଳନ କରି ୨୮ ମାର୍ଚ୍ଚ ୨୦୨୧ରେ ରକି, ରାକେଶ ଓ ବଂଶୀ ଜନ୍ମ ହୋଇଥିଲେ। ୧୧ ମାର୍ଚ୍ଚ ୨୦୨୨ରେ ରୁପା ପ୍ରଥମେ ରାଜେଶ ସହ ମିଳନରୁ ୩ଟି ଛୁଆ ଜନ୍ମ ଦେଇଥିଲା।

https://www.thesakala.in/latest-odisha-news/love-relationship-between-the-tigers-in-nandankanan/article-14609
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର