ଦକ୍ଷ ମାନବ ସମ୍ବଳ ବିକାଶ ଓ ନିଯୁକ୍ତି ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱ : ଖୁବ୍‌ଶିଘ୍ର ପୂରଣ ହେବ ଖାଲି ପଦ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟ ସରକାର ପଞ୍ଚମ ପାଳିରେ ଅନ୍ୟ ବିକାଶମୂଳକ କାର୍ଯ୍ୟ ସହ ଦକ୍ଷ ମାନବ ସମ୍ବଳ ବିକାଶ ସହିତ ନିଯୁକ୍ତି ଉପରେ ଦେଇଛନ୍ତି ସର୍ବାଧିକ ଗୁରୁତ୍ୱ। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, କୃଷି ଓ ଗୃହ ବିଭାଗ ଅଧୀନରେ ସରକାରୀ ଭାବେ ରାଜ୍ୟର ଯୁବକ ଓ ଯୁବତୀମାନଙ୍କ ପାଇଁ ନିକଟରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି। ଏହା ସହିତ ବର୍ତ୍ତମାନଠାରୁ ଆସନ୍ତା ୨୦୨୩ ସୁଦ୍ଧା ବିଭିନ୍ନ ବିଭାଗରେ ଖାଲିଥÒବା ଓ ଖାଲି ହେବାକୁଥିବା ପଦ ସମ୍ପର୍କରେ ବିସ୍ତୃତ […]

ଭୁବନେଶ୍ୱର : ରାଜ୍ୟ ସରକାର ପଞ୍ଚମ ପାଳିରେ ଅନ୍ୟ ବିକାଶମୂଳକ କାର୍ଯ୍ୟ ସହ ଦକ୍ଷ ମାନବ ସମ୍ବଳ ବିକାଶ ସହିତ ନିଯୁକ୍ତି ଉପରେ ଦେଇଛନ୍ତି ସର୍ବାଧିକ ଗୁରୁତ୍ୱ। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା, କୃଷି ଓ ଗୃହ ବିଭାଗ ଅଧୀନରେ ସରକାରୀ ଭାବେ ରାଜ୍ୟର ଯୁବକ ଓ ଯୁବତୀମାନଙ୍କ ପାଇଁ ନିକଟରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି। ଏହା ସହିତ ବର୍ତ୍ତମାନଠାରୁ ଆସନ୍ତା ୨୦୨୩ ସୁଦ୍ଧା ବିଭିନ୍ନ ବିଭାଗରେ ଖାଲିଥÒବା ଓ ଖାଲି ହେବାକୁଥିବା ପଦ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ ନିମନ୍ତେ ମୁଖ୍ୟ ସଚିବ ବିଭିନ୍ନ ବିଭାଗରୁ ତଥ୍ୟ ଲୋଡ଼ିଛନ୍ତି। ଏହି ତଥ୍ୟ ମିଳିବା ପରେ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି ସମ୍ପର୍କରେ ପଦକ୍ଷେପ ଗ୍ରହଣ କରାଯିବ।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ, କଲେଜ, ଡ଼ାକ୍ତରଖାନା, ଥାନା, ଅଗ୍ନିଶମ ବାହିନୀ, କ୍ରୀଡ଼ା, କୃଷି ବିଭାଗ ଆଦିରେ ବହୁ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଆସନ୍ତା ୨୦୨୫ ସୁଦ୍ଧା ରାଜ୍ୟକୁ ଅନ୍ୟୂନ ୨.୨୫ ଲକ୍ଷ କୋଟି ଟଙ୍କା ଶିଳ୍ପ ନିବେଶ ନିମନ୍ତେ ରାଜ୍ୟ ସରକାର ପଥ ପ୍ରସ୍ତୁତ କରିଛନ୍ତି। ଏହି କ୍ଷେତ୍ରରେ ଅନ୍ୟୂନ ଲକ୍ଷେ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସୂଚନା ପ୍ରଯୁକ୍ତି ବିଦ୍ୟା, ଉଚ୍ଚଶିକ୍ଷା, ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦୃତ ଅଗ୍ରଗତି ହାସଲ କରିଛି। ଡ଼ାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସଫଳତା ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ହୋଇଛି। ‘ଭିସୁଟ୍‌’କୁ ଆଇଆଇଟି ସମକକ୍ଷ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ରାଜ୍ୟ ସରକାର ୧୦୦୦ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଭୁବନେଶ୍ୱରସ୍ଥିତ ସିଇଟିକୁ ଓଡ଼ିଶା ୟୁନିଭରସିଟି ଅଫ୍‌ ଟେକ୍‌ନିକାଲ୍‌ ଏଜୁକେଶନ୍‌ ଆଣ୍ଡ ରିସର୍ଚ୍ଚ (ଓୟୁଟିଇଆର୍‌)କୁ ରୂପାନ୍ତର କରାଯାଇଛି। ଏହା ସହିତ ବୈଷୟିକ ଜ୍ଞାନକୌଶଳ ଉପରେ ଉଚ୍ଚତର ଗବେଷଣା ସହ ଆନ୍ତର୍ଜାତୀୟ ମାନର ଶିକ୍ଷାନୁଷ୍ଠାନରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି। ରାଜ୍ୟରେ ସୃଷ୍ଟି ହେଉଥିବା ଦକ୍ଷ ମାନବସମ୍ବଳର ଉପଯୁକ୍ତ ବିନିଯୋଗ ସହ ସେମାନଙ୍କର ଯୋଗଦାନକୁ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ରୂପାନ୍ତରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ ପାଇଁ ନକ୍ସା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

ରାଜ୍ୟର ବିଭିନ୍ନ ବିଭାଗରେ ଖାଲିଥିବା ପଦ ପୂରଣ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏହିକ୍ରମରେ ହାଇସ୍କୁଲଗୁଡ଼ିକରେ ୧୭ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ବିଭିନ୍ନ ପର୍ଯ୍ୟାୟରେ ଡ଼ାକ୍ତରଖାନାଗୁଡ଼ିକରେ ୧୦୦୦ରୁ ଊର୍ଦ୍ଧ୍ବ ଏଲୋପାଥି, ହୋମିଓପାଥି ଓ ଆୟୁଷ ଡ଼ାକ୍ତରଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ସେହିପରି ଓପିଟିସିଏଲ୍‍ରେ ୯୨ ଜଣ ଓ ଅନ୍ୟ ବୈଷୟିକ ବିଭାଗରେ ୩୦ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଛନ୍ତି। କଲେଜଗୁଡ଼ିକରେ ୩୦୦ରୁ ଊର୍ଦ୍ଧ୍ବ ଅଣ ଅଧ୍ୟାପକ ଓ ଦୁଇ ପର୍ଯ୍ୟାୟରେ ୭୦୦ରୁ ଊର୍ଦ୍ଧ୍ବ ବିଭିନ୍ନ ବର୍ଗର ଅଧ୍ୟାପକମାନଙ୍କୁ ନିଯୁକ୍ତି ମିଳି ସାରିଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ୩୦୦ରୁ ଅଧିକ ପ୍ରଫେସର ଓ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ ଆହୁରି ଅନେକ ବିଭାଗରେ ସହକାରୀ ପ୍ରଫେସର ନିଯୁକ୍ତି ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି। ସେହିପରି ପୌରାଞ୍ଚଳଗୁଡ଼ିକରେ ନିଯୁକ୍ତି ପାଇଁ କ୍ୟାଡ଼ରଭୁକ୍ତ ୪୦ ଅଧିକାରୀ, ପରିବେଶ ବିଭାଗରେ ୩୫ ଜଣ
ବୈଜ୍ଞାନିକଙ୍କୁ ନିଯୁକ୍ତି ଦିଆଯାଇଛି।

ଏହାବ୍ୟତୀତ ପୁଲିସ ବାହିନୀ, କୃଷି ବିଭାଗ, ପରିବେଶ ଅଗ୍ନିଶମ ବିଭାଗ ଆଦିରେ ନିଯୁକ୍ତି ପ୍ରକ୍ରିୟା ଚାଲୁ ରହିଛି। ପାରମ୍ପରିକ ଶିକ୍ଷା ପରିବର୍ତ୍ତେ ନିଯୁକ୍ତିଭିତ୍ତିକ ଓ ବୃତ୍ତିଗତ ଶିକ୍ଷା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱାରୋପ କରି ଆସିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଧାରରେ ସରକାର ବୃତ୍ତିଗତ ଶିକ୍ଷାନୁଷ୍ଠାନଗୁଡ଼ିକ ସହ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଦକ୍ଷ ମାନବସମ୍ବଳ ଯେ କୌଣସି ଦେଶର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବାରୁ ଏହା ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଡ଼ାକ୍ତରୀ, ଇଞ୍ଜିନିୟରିଂ ପରି ବୃତ୍ତିଗତ ଶିକ୍ଷାନୁଷ୍ଠାନ ସ୍ଥାପନ ସହ ଶିକ୍ଷାନୁଷ୍ଠାନଗୁଡ଼ିକୁ ଉତ୍କର୍ଷ କେନ୍ଦ୍ର ଭାବରେ ଗଢ଼ି ତୋଳିବାକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ପରିଣତିସ୍ୱରୂପ ୨୦୧୪ ସୁଦ୍ଧା ଓଡ଼ିଶା ଡ଼ାକ୍ତର ବଳକା ରାଜ୍ୟରେ ପରିଣତ ହେବାକୁ ଯାଉଛି।

ଅନ୍ୟପକ୍ଷରେ ଓଡ଼ିଶା ଦେଶର ଆଇଟି ଓ ଅନ୍ୟ ଶିଳ୍ପ ହବ୍‍ରେ ପରିଣତ ହେବାକୁ ଯାଉଥିବାରୁ ଦକ୍ଷ ମାନବସମ୍ବଳ ସୃଷ୍ଟି ପାଇଁ ଇଞ୍ଜିନିଅରିଂ ଶିକ୍ଷାନୁଷ୍ଠାନ, ଦକ୍ଷତା ବିକାଶ କେନ୍ଦ୍ରଗୁଡ଼ିକୁ ଅଧିକ ବିକଶିତ କରାଯାଇଛି। ଯାହା ଫଳରେ ଓଡ଼ିଶାର ଯୁବକଯୁବତୀମାନଙ୍କୁ ଚାକିରି ପାଇଁ ରାଜ୍ୟ ବାହାରର ଅନ୍ୟ ସହରକୁ ଯିବାକୁ ପଡ଼ିବ ନାହିଁ। ୫ଟି ଉପକ୍ରମ ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ନିଯୁକ୍ତିରେ ସ୍ୱଚ୍ଛତା ଅଣାଯିବା ସହ ଉତ୍ସର୍ଗୀକୃତ କାର୍ଯ୍ୟ ନିମନ୍ତେ ନବନିଯୁକ୍ତ ଅଧିକାରୀ, କର୍ମଚାରୀଙ୍କୁ ପ୍ରସ୍ତୁତ କରାଯାଉଛି। ନିଜ ଦାୟିତ୍ୱ ପ୍ରତି ପ୍ରତିବଦ୍ଧ ହେବା ଓ ରାଜ୍ୟର ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ସର୍ବଦା ନବନିଯୁକ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଉଛନ୍ତି।

31 Aug 2022 By The Sakala

https://www.thesakala.in/latest-odisha-news/state-governments-emphasis-on-skilled-human-resource-development-and-recruitment-vacancies-to-be-filled-soon/article-14574
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର