ଆକାଶରୁ ଖସିଲା ମୃତ୍ୟୁ : ବଜ୍ରପାତରେ ମାଆ-ଝିଅଙ୍କ ସମେତ ୩ ମୃତ

The Sakala Picture
Published On

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ୩ ଜଣଙ୍କ ଜୀବନ ନେଇଛି। ବହଳଦା ଥାନାର ନିମାଡ଼ିହାରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ତିରିଂ ଥାନା ବାରୁଡ଼ିହି ଗ୍ରାମରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଦୁଇ ଦୁଇଜଣ ହେଲେ ମାଆ ଝିଅ, ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ସେହିପରି ତିରିଂ ଥାନା ବାରୁଡିହି ଗାଁରେ ଜଣେ ଯୁବକ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। […]

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ୩ ଜଣଙ୍କ ଜୀବନ ନେଇଛି। ବହଳଦା ଥାନାର ନିମାଡ଼ିହାରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ତିରିଂ ଥାନା ବାରୁଡ଼ିହି ଗ୍ରାମରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଦୁଇ ଦୁଇଜଣ ହେଲେ ମାଆ ଝିଅ, ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ସେହିପରି ତିରିଂ ଥାନା ବାରୁଡିହି ଗାଁରେ ଜଣେ ଯୁବକ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏହି ଅଞ୍ଚଳରେ ଆଜି ଅପରାହ୍ନରେ ବର୍ଷା ସହିତ ବଜ୍ରପାତ ହୋଇଛି।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

ମିଳିଥିବା ସୂଚନାଅନୁସାରେ ବହଳଦା ଥାନା ନିମଡ଼ିହି ଗ୍ରାମର ଗୋପୀ ମୁଣ୍ଡାଙ୍କ ସ୍ତ୍ରୀ ରାଣୀ ମୁଣ୍ଡା(୨୫) ଓ ଝିଅ ପାନ ମୁଣ୍ଡା(୫) ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ବର୍ଷା ହେବାରୁ ବରଗଛ ମୂଳରେ ଛିଡା ହୋଇଥିଲେ।  ତେବେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ତେବେ ସେହି ପାର୍ଶ୍ଵ ଦେଇ ଯାଉଥିବା ଗୋପୀ ମୁଣ୍ଡାଙ୍କ ଝିଅ ଲେଚେ ମୁଣ୍ଡା ମଧ୍ୟ ବଜ୍ରପାତର ପ୍ରଭାଵରେ ସଂଜ୍ଞାହୀନ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି ତିରିଂ ଥାନା ବାରୁଡ଼ିହି ଗ୍ରାମର କାଣ୍ଡେ ପୂର୍ତ୍ତିଙ୍କ ପୁଅ ଶ୍ୟାମ ଚରମ ପୂର୍ତ୍ତି (୪୨) ବଜ୍ରପାତରେ ପ୍ରାଣ ହରାଇଛନ୍ତି।

ଆହୁରି ପଢ଼ନ୍ତୁ: ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କଲେ ରାଜ୍ୟ ସରକାର

28 Aug 2022 By The Sakala

ଆକାଶରୁ ଖସିଲା ମୃତ୍ୟୁ : ବଜ୍ରପାତରେ ମାଆ-ଝିଅଙ୍କ ସମେତ ୩ ମୃତ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ବଜ୍ରପାତ ୩ ଜଣଙ୍କ ଜୀବନ ନେଇଛି। ବହଳଦା ଥାନାର ନିମାଡ଼ିହାରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ବେଳେ ତିରିଂ ଥାନା ବାରୁଡ଼ିହି ଗ୍ରାମରେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ମହିଳା ଦୁଇ ଦୁଇଜଣ ହେଲେ ମାଆ ଝିଅ, ପୋଖରୀକୁ ଗାଧେଇବା ପାଇଁ ଯାଉଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା। ସେହିପରି ତିରିଂ ଥାନା ବାରୁଡିହି ଗାଁରେ ଜଣେ ଯୁବକ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏହି ଅଞ୍ଚଳରେ ଆଜି ଅପରାହ୍ନରେ ବର୍ଷା ସହିତ ବଜ୍ରପାତ ହୋଇଛି।

ମିଳିଥିବା ସୂଚନାଅନୁସାରେ ବହଳଦା ଥାନା ନିମଡ଼ିହି ଗ୍ରାମର ଗୋପୀ ମୁଣ୍ଡାଙ୍କ ସ୍ତ୍ରୀ ରାଣୀ ମୁଣ୍ଡା(୨୫) ଓ ଝିଅ ପାନ ମୁଣ୍ଡା(୫) ଗ୍ରାମ ପୋଖରୀକୁ ଗାଧୋଇବାକୁ ଯାଉଥିବା ସମୟରେ ବର୍ଷା ହେବାରୁ ବରଗଛ ମୂଳରେ ଛିଡା ହୋଇଥିଲେ।  ତେବେ ବଜ୍ରପାତ ଘଟିବାରୁ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ତେବେ ସେହି ପାର୍ଶ୍ଵ ଦେଇ ଯାଉଥିବା ଗୋପୀ ମୁଣ୍ଡାଙ୍କ ଝିଅ ଲେଚେ ମୁଣ୍ଡା ମଧ୍ୟ ବଜ୍ରପାତର ପ୍ରଭାଵରେ ସଂଜ୍ଞାହୀନ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ବହଳଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି ତିରିଂ ଥାନା ବାରୁଡ଼ିହି ଗ୍ରାମର କାଣ୍ଡେ ପୂର୍ତ୍ତିଙ୍କ ପୁଅ ଶ୍ୟାମ ଚରମ ପୂର୍ତ୍ତି (୪୨) ବଜ୍ରପାତରେ ପ୍ରାଣ ହରାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର