ଜଳକା ନଦୀରେ ବୁଲୁଛି କୁମ୍ଭୀର, ଭୟଭୀତ ଅବସ୍ଥାରେ ବନ୍ୟା ବିପନ୍ନ

The Sakala Picture
Published On

ରୁପ୍ସା/ବସ୍ତା: ସାବଧାନ ! ନଦୀରେ ବୁଲୁଛି କୁମ୍ଭୀର । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ଅନ୍ତର୍ଗତ ଗାନ୍ଧୀଛକ ନିକଟ ଦେଇ ଗତି କରି ଥିବା ଜଳକା ନଦୀ ୬.୫୨ରେ ବିପଦ ସଙ୍କଟ ଉପରେ ବନ୍ୟା ଜଳ ପ୍ରବାହିତ କରୁଥିବା ବେଳେ ୧୩ ଟି ପଂଚାୟତ ର ଲୋକ ଜଳମଗ୍ନ ଅବସ୍ଥାରେ ରହିଛନ୍ତି । ତେବେ ଏହାର ପ୍ରଭାବରେ ବସ୍ତା ବ୍ଲକର ୧୩ଟି ପଞ୍ଚାୟତର ବହୁ ପରିବାର ନିରାପଦ ସ୍ଥାନକୁ ଆସିଥିବା ବେଳେ ଅନେକ ପରିବାର […]

ରୁପ୍ସା/ବସ୍ତା: ସାବଧାନ ! ନଦୀରେ ବୁଲୁଛି କୁମ୍ଭୀର । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ଅନ୍ତର୍ଗତ ଗାନ୍ଧୀଛକ ନିକଟ ଦେଇ ଗତି କରି ଥିବା ଜଳକା ନଦୀ ୬.୫୨ରେ ବିପଦ ସଙ୍କଟ ଉପରେ ବନ୍ୟା ଜଳ ପ୍ରବାହିତ କରୁଥିବା ବେଳେ ୧୩ ଟି ପଂଚାୟତ ର ଲୋକ ଜଳମଗ୍ନ ଅବସ୍ଥାରେ ରହିଛନ୍ତି । ତେବେ ଏହାର ପ୍ରଭାବରେ ବସ୍ତା ବ୍ଲକର ୧୩ଟି ପଞ୍ଚାୟତର ବହୁ ପରିବାର ନିରାପଦ ସ୍ଥାନକୁ ଆସିଥିବା ବେଳେ ଅନେକ ପରିବାର ଜଳ ମଗ୍ନରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ଏଥି ମଧ୍ୟରେ ଜଳକା ନଦୀର ଗାନ୍ଧିଛକ ନିକଟରେ କୁମ୍ଭୀର ପହଁରୁ ଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସ୍ତା ବ୍ଲକରେ ଉଭୟ ଜଳକା ସମେତ ସୁବର୍ଣ୍ଣରେଖା ନଦୀର ପ୍ରଭାବରେ ବନ୍ୟା ପରିସ୍ଥିତିରେ ଲୋକେ ଜଳମଗ୍ନ ରେ ଯାତାୟାତ କରୁଛନ୍ତି । ଏହିପରି ସ୍ଥିତିରେ ବିଷଧର ସାପ କାମୁଡ଼ା ସମେତ ଓ ଜୀବଜନ୍ତୁ ଉପରେ ଭୟଭୀତ ଅବସ୍ଥାରେ ଜନ ଜୀବନ ବିତୁ ଥିବା ବେଳେ ଏବେ କୁମ୍ଭୀର ଆତଙ୍କ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । କୁମ୍ଭୀର ବୁଲୁଥିବା ନେଇ ବନ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ କୌଣସି ଖବର ନଥିବା ବେଳେ କୁମ୍ଭୀର ଆତଙ୍କ ପାଇଁ ଅତିଆବଶ୍ୟକ ନଥିଲେ ପାଣିକୁ ନ ଓଲ୍ହାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

22 Aug 2022 By The Sakala

ଜଳକା ନଦୀରେ ବୁଲୁଛି କୁମ୍ଭୀର, ଭୟଭୀତ ଅବସ୍ଥାରେ ବନ୍ୟା ବିପନ୍ନ

ରୁପ୍ସା/ବସ୍ତା: ସାବଧାନ ! ନଦୀରେ ବୁଲୁଛି କୁମ୍ଭୀର । ସୂଚନା ଅନୁଯାୟୀ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ଅନ୍ତର୍ଗତ ଗାନ୍ଧୀଛକ ନିକଟ ଦେଇ ଗତି କରି ଥିବା ଜଳକା ନଦୀ ୬.୫୨ରେ ବିପଦ ସଙ୍କଟ ଉପରେ ବନ୍ୟା ଜଳ ପ୍ରବାହିତ କରୁଥିବା ବେଳେ ୧୩ ଟି ପଂଚାୟତ ର ଲୋକ ଜଳମଗ୍ନ ଅବସ୍ଥାରେ ରହିଛନ୍ତି । ତେବେ ଏହାର ପ୍ରଭାବରେ ବସ୍ତା ବ୍ଲକର ୧୩ଟି ପଞ୍ଚାୟତର ବହୁ ପରିବାର ନିରାପଦ ସ୍ଥାନକୁ ଆସିଥିବା ବେଳେ ଅନେକ ପରିବାର ଜଳ ମଗ୍ନରେ ରହିଛନ୍ତି ।

ଏଥି ମଧ୍ୟରେ ଜଳକା ନଦୀର ଗାନ୍ଧିଛକ ନିକଟରେ କୁମ୍ଭୀର ପହଁରୁ ଥିବା ଦୃଶ୍ୟ ଦେଖିବାକୁ ମିଳିଛି । ବସ୍ତା ବ୍ଲକରେ ଉଭୟ ଜଳକା ସମେତ ସୁବର୍ଣ୍ଣରେଖା ନଦୀର ପ୍ରଭାବରେ ବନ୍ୟା ପରିସ୍ଥିତିରେ ଲୋକେ ଜଳମଗ୍ନ ରେ ଯାତାୟାତ କରୁଛନ୍ତି । ଏହିପରି ସ୍ଥିତିରେ ବିଷଧର ସାପ କାମୁଡ଼ା ସମେତ ଓ ଜୀବଜନ୍ତୁ ଉପରେ ଭୟଭୀତ ଅବସ୍ଥାରେ ଜନ ଜୀବନ ବିତୁ ଥିବା ବେଳେ ଏବେ କୁମ୍ଭୀର ଆତଙ୍କ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । କୁମ୍ଭୀର ବୁଲୁଥିବା ନେଇ ବନ ବିଭାଗ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ କୌଣସି ଖବର ନଥିବା ବେଳେ କୁମ୍ଭୀର ଆତଙ୍କ ପାଇଁ ଅତିଆବଶ୍ୟକ ନଥିଲେ ପାଣିକୁ ନ ଓଲ୍ହାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର