ଛତିଶଗଡ଼ ପରେ ଓଡ଼ିଶା ପାଇଁ ବିପଦ ଆଣିଲା ଝାଡ଼ଖଣ୍ଡ : ଉତ୍ତର ଓଡ଼ିଶାରେ ବଡ଼ ବନ୍ୟା ଆଶଙ୍କା

The Sakala Picture
Published On

ଭୁବନେଶ୍ବର : ସୁବର୍ଣ୍ଣରେଖା ନଦୀରେ ଆସୁଛି ବଡ଼ ବନ୍ୟା । ଝାଡ଼ଖଣ୍ଡ ଗାଲୁଡିହର ୧୬ଟି ଗେଟ ଖୋଲାଯିବା ଫଳରେ ୪.୨୫ ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ଫଳରେ ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆଲର୍ଟରେ ରହିବାକୁ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଘଟଣାସ୍ଥଳକୁ ଅତିରିକ୍ତ ଦୁଇ ଏନଡିଆରଏଫ, ୨ ଓଡ୍ରାଫ୍, ୮ଟି ଫାୟାର ସର୍ଭିସ ଟିମ ପଠାଯାଇଛି । ଭୋଗରାଇ, ବାଲିଆପାଳ […]

ଭୁବନେଶ୍ବର : ସୁବର୍ଣ୍ଣରେଖା ନଦୀରେ ଆସୁଛି ବଡ଼ ବନ୍ୟା । ଝାଡ଼ଖଣ୍ଡ ଗାଲୁଡିହର ୧୬ଟି ଗେଟ ଖୋଲାଯିବା ଫଳରେ ୪.୨୫ ଲକ୍ଷ କ୍ୟୁସେକ ପାଣି ନିଷ୍କାସିତ ହେଉଛି । ଫଳରେ ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି । ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆଲର୍ଟରେ ରହିବାକୁ କହିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଘଟଣାସ୍ଥଳକୁ ଅତିରିକ୍ତ ଦୁଇ ଏନଡିଆରଏଫ, ୨ ଓଡ୍ରାଫ୍, ୮ଟି ଫାୟାର ସର୍ଭିସ ଟିମ ପଠାଯାଇଛି । ଭୋଗରାଇ, ବାଲିଆପାଳ ଓ ବସ୍ତାର ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ଏଥିସହ ୪ରୁ ୫ଟି ଅତିରିକ୍ତ ଟିମ୍‌ ଯାଜପୁର ଏବଂ ଭଦ୍ରକକୁ ସକାଳ ହେବା ପୂର୍ବରୁ ପଠାଇବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଲଘୁଚାପଜନିତ ଲଗାଣ ବର୍ଷା ଏବଂ ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜ୍‌ ଗେଟ୍‌ ଖୋଲିବା ପରେ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହାର ପ୍ରଭାବରେ ଆସନ୍ତା ୩୦ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି । ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଆଦି ନଦୀର ଜଳସ୍ତର କ୍ରମାଗତ ଭାବେ ଗତକାଲିଠୁ ବୃଦ୍ଧି ପାଇବାରେ ଲାଗିଥିବାବେଳେ ପ୍ରଶାସନ ପକ୍ଷରୁ ସତର୍କ ପଦକ୍ଷେପ ନିଆଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କ ଗଣମାଧ୍ୟମକୁ ସୂଚନା ଅନୁସାରେ ଆସନ୍ତା ୩୦ଘଣ୍ଟା ମଧ୍ୟରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ନଦୀରେ ବନ୍ୟା ଆସିବାର ଆଶଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଗତକାଲି ପୂର୍ବାହ୍ନରେ ଝାଡ଼ଖଣ୍ଡ ସରକାର ଗାଲୁଡ଼ିହି ବ୍ୟାରେଜ୍‌ର ୭ଟି ଗେଟ୍ ଖୋଲିଥିଲେ। ହେଲେ ନିୟନ୍ତ୍ରଣ ବାହାରକୁ ଯାଉଥିବା ଲକ୍ଷ୍ୟ କରି ସେମାନେ ରାତି ୮ଟା ବେଳକୁ ଆଉ ସାତଟି ଏବଂ ରାତି ୧୦.୩୦ଟା ବେଳକୁ ପୁଣି ଦୁଇଟି ଗେଟ୍ ଖୋଲି ଦେଇଛନ୍ତି। ଫଳରେ ମୋଟ ୧୬ଟି ଗେଟ୍ ଦେଇ ଏବେ ୪.୨୫ଲକ୍ଷ କ୍ୟୁସେକ୍ ଜଳ ସୁବର୍ଣ୍ଣରେଖା ଆଡ଼କୁ ମାଡ଼ି ଆସୁଛି। ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା ବିଳମ୍ବିତ ରାତିରେ ଟ୍ବିଟ୍ କରି ଜଣାଇଛନ୍ତି ଯେ ସୁବର୍ଣ୍ଣରେଖା ନଦୀରେ ଏକ ବଡ଼ ବନ୍ୟା ଆସୁଛି। ପରିସ୍ଥିତିକୁ ମୁକାବିଲା କରିବା ଲାଗି ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାକୁ ଅତିରିକ୍ତ ଦୁଇଟି ଏନ୍‌ଡିଆର୍‌ଏଫ୍, ୨ଟି ଓଡ଼୍ରାଫ୍ ଓ ୮ଟି ଅଗ୍ନିଶମ ଦଳ ପଠାଯାଉଛି। ସବୁ ପଞ୍ଚାୟତର ସରପଞ୍ଚ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରି ଲୋକଙ୍କୁ ନିରାପଦ ସ୍ଥାନକୁ ନେବା ଲାଗି ଏସ୍‌ଆର୍‌ସି ଉଭୟ ଜିଲ୍ଲାର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଅନ୍ୟପଟେ ବୈତରଣୀ ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି। ସେଠାରେ ମଧ୍ୟ ବନ୍ୟା ପରିସ୍ଥିତି ଗମ୍ଭୀର ଆଡ଼କୁ ଗତି କରୁଛି। ରାତି ୧୨ଟା ସୁଦ୍ଧା ଆଖୁଆପଦା ଠାରେ ଜଳସ୍ତର ବିପଦ ସଙ୍କେତ (୧୭.୮୩ ମିଟର) ଡେଇଁ ୧୮.୩୬ମିଟର ଛୁଇଁଛି। ବୈତରଣୀ ନଦୀ ଆନନ୍ଦପୁର ଠାରେ ମଧ୍ୟ ବିପଦସଙ୍କେତ ଡେଇଁଯାଇଛି। ଏଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବା ବେଳେ ଜଳସ୍ତର ୩୮.୭୯ ମିଟର ଛୁଇଁଲାଣି ଓ ଦ୍ରୁତ ବେଗରେ ବଢ଼ୁଛି। ଏଠାକୁ ମଧ୍ୟ ଅତିରିକ୍ତ ଅଗ୍ନିଶମ ଦଳ ପଠାଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ବୁଢ଼ାବଳଙ୍ଗ ଏବଂ ବଂଶଧାରା, ଋଷିକୁଲ୍ୟା ନଦୀ ବଢ଼ୁଥିବା ବେଳେ ଏବେ ଏହି ଦୁଇଟି ନଦୀ ଦ୍ରୁତ ବେଗରେ ଫୁଲୁଥିବା କାରଣରୁ ରାଜ୍ୟ ପୁଣି ଗୋଟିଏ ଭୀଷଣ ବନ୍ୟା ପରିସ୍ଥିତି ସାମ୍ନା କରିବାକୁ ଯାଉଛି। ତେବେ ଆଶ୍ବସ୍ତର ବିଷୟ ହେଉଛି, ରିପୋର୍ଟ ଲେଖା ହେବା ବେଳକୁ ମହାନଦୀ ଓ ଏହାର ଶାଖା ନଦୀରେ ଜଳପ୍ରବାହ କମୁଛି। ଛତିଶଗଡ଼ରେ ହେଉଥିବା ବର୍ଷାର ବିଶେଷ ପ୍ରଭାବ ଏଯାଏ ପରିଲକ୍ଷିତ ହୋଇନାହିଁ।

ଶୁକ୍ରବାର ରାତିରୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ବୁଢ଼ାବଳଙ୍ଗ, କତରା ନଦୀରେ ବନ୍ୟା‌ ଆସି ତଳିଆ ଅଞ୍ଚଳରେ ପାଣି ପଶିଛି। ଜିଲ୍ଲାର ସବୁ ଛୋଟବଡ଼ ନଦୀ ଓ ନାଳ ଉଛୁଳୁଥିବାରୁ ଅଧିକାଂଶ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମୋରଡ଼ା, ରାସଗୋବିନ୍ଦପୁର, ବେତନଟୀ, ବାଙ୍ଗିରିପୋଷି, ବିଶୋଇ ଆଦି ବ୍ଲକ୍‌ର ପ୍ରମୁଖ ରାସ୍ତାରେ ୪-୫ ଫୁଟ୍‌ର ବର୍ଷାଜଳ ପ୍ରବାହିତ ହୋଇ ଯାତାୟାତ ଠପ୍‌ ହୋଇଯାଇଛି। ଶୁକୃଳି ଓ ରରୁଁଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଖଇରୀଭଣ୍ଡାର ନଦୀରେ ଜଳସ୍ତର ବଢ଼ି ଚାଲିଥିବା ବେଳେ ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ଓ କତରା ନଦୀରେ ବନ୍ୟା ଆସି ବାଙ୍ଗିରିପୋଷି ବ୍ଲକ୍‌ର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ବାଲେଶ୍ବର ଜିଲ୍ଲାରେ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ସହିତ ଜଳକା ବି ଫୁଲୁଛି। ଲଗାଣ ବର୍ଷାରେ ଭୋଗରାଇ, ବାଲିଆପାଳ, ବସ୍ତା, ଜଳେଶ୍ବର, ନୀଳଗିରି ବ୍ଲକର ୧୯ଟି ପଞ୍ଚାୟତର ୩୪ଟି ଗାଁ ଏବଂ ବାଲେଶ୍ବର, ଜଳେଶ୍ବର ଓ ନୀଳଗିରି ପୌରାଞ୍ଚଳରେ ୫୨୮୧ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ବିତ୍ପାତରେ ୨୦୦ରୁ ଅଧିକ କଚ୍ଚାଘର ଭାଙ୍ଗିଯାଇଛି।

21 Aug 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର