ଶିଳ୍ପ ନେଉଥିବା ପାଣିର ହିସାବ ରଖିବ ‘୫-ଟି’

The Sakala Picture
Published On

ଭୁବନେଶ୍ୱର : ଶିଳ୍ପ ସଂସ୍ଥା ନେଉଥିବା ପାଣିର ଟିକିନିଖି ହିସାବ ରଖାଯିବ। କେତେ ପାଣି ବ୍ୟବହାର ହେଲା, ବ୍ୟବହୃତ ପାଣିର କେତେ ବିଲିଂ ହେଲା, ପାଣି ଯୋଗାଣର ସ୍ଥିତି କ’ଣ ତାହାର ସବିଶେଷ ବିବରଣୀ ସେଣ୍ଟ୍ରାଲ ସର୍ଭରରେ ଗଛିତ ରହିବ। ଏହି କାମରେ ଆଉ ବ୍ୟକ୍ତିଗତ ହସ୍ତକ୍ଷେପ ରହିବ ନାହିଁ। ସେନ୍ସର ଆଧାରିତ ଇଣ୍ଟରନେଟ୍‍ ଅଫ୍‍ ଥିଙ୍ଗ୍‍ସ (ଆଇଓଟି) କୌଶଳ ଏସବୁ ହିସାବ ରଖିବ। ପରୀକ୍ଷାମୂଳକ ଭାବେ ରାଜ୍ୟର ଦୁଇ ପ୍ରମୁଖ ଶିଳ୍ପ ସଂସ୍ଥା ଚୌଦ୍ୱାରସ୍ଥିତ ଇମ୍ଫା […]

ଭୁବନେଶ୍ୱର : ଶିଳ୍ପ ସଂସ୍ଥା ନେଉଥିବା ପାଣିର ଟିକିନିଖି ହିସାବ ରଖାଯିବ। କେତେ ପାଣି ବ୍ୟବହାର ହେଲା, ବ୍ୟବହୃତ ପାଣିର କେତେ ବିଲିଂ ହେଲା, ପାଣି ଯୋଗାଣର ସ୍ଥିତି କ’ଣ ତାହାର ସବିଶେଷ ବିବରଣୀ ସେଣ୍ଟ୍ରାଲ ସର୍ଭରରେ ଗଛିତ ରହିବ। ଏହି କାମରେ ଆଉ ବ୍ୟକ୍ତିଗତ ହସ୍ତକ୍ଷେପ ରହିବ ନାହିଁ। ସେନ୍ସର ଆଧାରିତ ଇଣ୍ଟରନେଟ୍‍ ଅଫ୍‍ ଥିଙ୍ଗ୍‍ସ (ଆଇଓଟି) କୌଶଳ ଏସବୁ ହିସାବ ରଖିବ। ପରୀକ୍ଷାମୂଳକ ଭାବେ ରାଜ୍ୟର ଦୁଇ ପ୍ରମୁଖ ଶିଳ୍ପ ସଂସ୍ଥା ଚୌଦ୍ୱାରସ୍ଥିତ ଇମ୍ଫା ଏବଂ ପାରାଦ୍ୱୀପସ୍ଥିତ ଇଫ୍‍କୋରେ ଏହି ବ୍ୟବସ୍ଥା ଆରମ୍ଭ କରିଛି ଜଳସମ୍ପଦ ବିଭାଗ। ରାଜ୍ୟ ସରକାର ପ୍ରମୁଖ ନଦୀରୁ ଶିଳ୍ପ ସଂସ୍ଥାମାନଙ୍କୁ ପାଣି ଯୋଗାଇ ଦେଉଛନ୍ତି। ତେବେ ଏହାକୁ ନେଇ ବିଭାଗ ବିରୋଧରେ ଅନେକ ଅଭିଯୋଗ ହୋଇଆସୁଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ଏଥିରେ ମୁଖ୍ୟ ଅଭିଯୋଗ ହେଉଛି ଜଳର ଅପଚୟ ଏବଂ କମ୍‍ ବିଲ୍‍ ଆଦାୟ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ‘୫-ଟି’ ଉପକ୍ରମ ଅଧୀନରେ ଆଇଓଟି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ ପ୍ରମୁଖ ଭୂମିକା ନେବ ସୂଚନା ଓ ପ୍ରଯୁକ୍ତି। ଜଳ ସଂଗ୍ରହ ହେଉଥିବା ପଏଣ୍ଟରେ ସେନ୍ସର ଆଧାରିତ ମିଟର ଖଞ୍ଜାଯିବ। ଏଥିପାଇଁ ସମ୍ପୃକ୍ତ ଶିଳ୍ପ ସଂସ୍ଥା ପ୍ରଥମେ ଜଳ ସମ୍ପଦ ବିଭାଗର ଡିଭିଜନ୍‍ ସ୍ତରୀୟ ଅଧିକାରୀ (ଅଧିକ୍ଷଣ ଯନ୍ତ୍ରୀ/ନିର୍ବାହୀ ଯନ୍ତ୍ରୀ)ଙ୍କୁ ଯୋଗାଯୋଗ କରିବା ପରେ ଆଇଓଟି ସେବା ପ୍ରଦାନକାରୀ ସଂସ୍ଥାକୁ ଏଥିପାଇଁ ବରାଦ ଦେବେ। ଏନ୍‍ଆଇସି ସହିତ ସମନ୍ୱୟ ରକ୍ଷା କରି ଆଇଓଟି ସେବା ପ୍ରଦାନକାରୀ ସଂସ୍ଥା ମିଟର୍‍ ବସାଇବା ପାଇଁ ପଦକ୍ଷେପ ନେବ। ଏନ୍‍ଆଇସି ସହିତ ଆଲୋଚନା କରି ସେନ୍ସର ଆଧାରିତ ମିଟର୍‍ ବସାଇବା ପାଇଁ ମାର୍ଗଦର୍ଶୀକା ପ୍ରସ୍ତୁତ କରାଯିବ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

ଏନ୍‍ଆଇସିର ଅନୁମତି ମିଳିବା ପରେ ଯାଇ ସମ୍ପୃକ୍ତ ଅଧିକାରୀଙ୍କ ଉପସ୍ଥିତିରେ ମିଟର୍‍ ବସାଯିବ। ମିଟର୍‍ ବସିବା ପରେ ତାହା ଠିକ୍‍ ଭାବେ କାମ କରୁଛି କି ନାହିଁ ତାହା ସମ୍ପୃକ୍ତ ଯନ୍ତ୍ରୀ ସୁନିଶ୍ଚିତ କରିବେ। ଏହି ଉପକରଣ ପାଣିର ଗତି ମାପିବା ସହିତ ବ୍ଲୁଟୁଥ୍‍, ଜିଏସ୍‍ଏମ୍‍, ୱାଇଫାଇ ଜରିଆରେ ଏନ୍‍ଆଇସିର ସର୍ଭରକୁ ତଥ୍ୟ ପଠାଇବ। ଏହି ତଥ୍ୟ ଆଧାରରେ ପାଣି ବିଲ୍‍ ପ୍ରସ୍ତୁତ କରାଯିବ ଏବଂ ଇଣ୍ଡଷ୍ଟ୍ରିଆଲ ୱାଟର୍‍ କଞ୍ଜପସନ୍‍ ଆଣ୍ଡ ରେଭିନ୍ୟୁ କଲେକ୍ସନ୍‍ ମନିଟୋରିଂ (ଆଇଡବ୍ଲୁସିଆରସିଏମ୍‍) ଅନ୍‍ଲାଇନ୍‍ ପୋର୍ଟାଲରେ ବିଲ୍‍ ପୈଠ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ଶିଳ୍ପ ସଂସ୍ଥାକୁ ଜଳଯୋଗାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱୟଞ୍ଚାଳିତ ହେବା ସହିତ ପାରଦର୍ଶୀ, ବ୍ୟବହାର ଉପଯୋଗୀ, ତ୍ରୁଟିଶୂନ୍ୟ ହୋଇପାରିବ। ଏହି ମିଟର୍‍ରେ କିଛି ହେରଫେର୍‍ କରାଯାଇ ପାରିବ ନାହିଁ ଏବଂ ଜଳ ବ୍ୟବହାରର ରିୟଲ୍‍ ଟାଇମ୍‍ ତଥ୍ୟ ସର୍ଭରରେ ଅପଲୋଡ୍‍ କରିବ। ତେଣୁ ଜଣେ ଚାହିଁଲେ ବି ଏହି ତଥ୍ୟରେ ଗୋଳମାଳ କରି ବିଲ୍‍ କମାଇବା ସମ୍ଭାବନା ନାହିଁ। ଗତ ଫେବୃଆରୀ ୧୭ ତାରିଖରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ; କହିଲେ, ବିଜେପି ସରକାରରେ ନେତୃତ୍ୱ ସଙ୍କଟ, ବଢୁଛି ନାରୀ ନିର୍ଯାତନା

18 Aug 2022 By The Sakala

ଶିଳ୍ପ ନେଉଥିବା ପାଣିର ହିସାବ ରଖିବ ‘୫-ଟି’

ଭୁବନେଶ୍ୱର : ଶିଳ୍ପ ସଂସ୍ଥା ନେଉଥିବା ପାଣିର ଟିକିନିଖି ହିସାବ ରଖାଯିବ। କେତେ ପାଣି ବ୍ୟବହାର ହେଲା, ବ୍ୟବହୃତ ପାଣିର କେତେ ବିଲିଂ ହେଲା, ପାଣି ଯୋଗାଣର ସ୍ଥିତି କ’ଣ ତାହାର ସବିଶେଷ ବିବରଣୀ ସେଣ୍ଟ୍ରାଲ ସର୍ଭରରେ ଗଛିତ ରହିବ। ଏହି କାମରେ ଆଉ ବ୍ୟକ୍ତିଗତ ହସ୍ତକ୍ଷେପ ରହିବ ନାହିଁ। ସେନ୍ସର ଆଧାରିତ ଇଣ୍ଟରନେଟ୍‍ ଅଫ୍‍ ଥିଙ୍ଗ୍‍ସ (ଆଇଓଟି) କୌଶଳ ଏସବୁ ହିସାବ ରଖିବ। ପରୀକ୍ଷାମୂଳକ ଭାବେ ରାଜ୍ୟର ଦୁଇ ପ୍ରମୁଖ ଶିଳ୍ପ ସଂସ୍ଥା ଚୌଦ୍ୱାରସ୍ଥିତ ଇମ୍ଫା ଏବଂ ପାରାଦ୍ୱୀପସ୍ଥିତ ଇଫ୍‍କୋରେ ଏହି ବ୍ୟବସ୍ଥା ଆରମ୍ଭ କରିଛି ଜଳସମ୍ପଦ ବିଭାଗ। ରାଜ୍ୟ ସରକାର ପ୍ରମୁଖ ନଦୀରୁ ଶିଳ୍ପ ସଂସ୍ଥାମାନଙ୍କୁ ପାଣି ଯୋଗାଇ ଦେଉଛନ୍ତି। ତେବେ ଏହାକୁ ନେଇ ବିଭାଗ ବିରୋଧରେ ଅନେକ ଅଭିଯୋଗ ହୋଇଆସୁଛି।

ଏଥିରେ ମୁଖ୍ୟ ଅଭିଯୋଗ ହେଉଛି ଜଳର ଅପଚୟ ଏବଂ କମ୍‍ ବିଲ୍‍ ଆଦାୟ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ‘୫-ଟି’ ଉପକ୍ରମ ଅଧୀନରେ ଆଇଓଟି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଥିରେ ପ୍ରମୁଖ ଭୂମିକା ନେବ ସୂଚନା ଓ ପ୍ରଯୁକ୍ତି। ଜଳ ସଂଗ୍ରହ ହେଉଥିବା ପଏଣ୍ଟରେ ସେନ୍ସର ଆଧାରିତ ମିଟର ଖଞ୍ଜାଯିବ। ଏଥିପାଇଁ ସମ୍ପୃକ୍ତ ଶିଳ୍ପ ସଂସ୍ଥା ପ୍ରଥମେ ଜଳ ସମ୍ପଦ ବିଭାଗର ଡିଭିଜନ୍‍ ସ୍ତରୀୟ ଅଧିକାରୀ (ଅଧିକ୍ଷଣ ଯନ୍ତ୍ରୀ/ନିର୍ବାହୀ ଯନ୍ତ୍ରୀ)ଙ୍କୁ ଯୋଗାଯୋଗ କରିବା ପରେ ଆଇଓଟି ସେବା ପ୍ରଦାନକାରୀ ସଂସ୍ଥାକୁ ଏଥିପାଇଁ ବରାଦ ଦେବେ। ଏନ୍‍ଆଇସି ସହିତ ସମନ୍ୱୟ ରକ୍ଷା କରି ଆଇଓଟି ସେବା ପ୍ରଦାନକାରୀ ସଂସ୍ଥା ମିଟର୍‍ ବସାଇବା ପାଇଁ ପଦକ୍ଷେପ ନେବ। ଏନ୍‍ଆଇସି ସହିତ ଆଲୋଚନା କରି ସେନ୍ସର ଆଧାରିତ ମିଟର୍‍ ବସାଇବା ପାଇଁ ମାର୍ଗଦର୍ଶୀକା ପ୍ରସ୍ତୁତ କରାଯିବ।

ଏନ୍‍ଆଇସିର ଅନୁମତି ମିଳିବା ପରେ ଯାଇ ସମ୍ପୃକ୍ତ ଅଧିକାରୀଙ୍କ ଉପସ୍ଥିତିରେ ମିଟର୍‍ ବସାଯିବ। ମିଟର୍‍ ବସିବା ପରେ ତାହା ଠିକ୍‍ ଭାବେ କାମ କରୁଛି କି ନାହିଁ ତାହା ସମ୍ପୃକ୍ତ ଯନ୍ତ୍ରୀ ସୁନିଶ୍ଚିତ କରିବେ। ଏହି ଉପକରଣ ପାଣିର ଗତି ମାପିବା ସହିତ ବ୍ଲୁଟୁଥ୍‍, ଜିଏସ୍‍ଏମ୍‍, ୱାଇଫାଇ ଜରିଆରେ ଏନ୍‍ଆଇସିର ସର୍ଭରକୁ ତଥ୍ୟ ପଠାଇବ। ଏହି ତଥ୍ୟ ଆଧାରରେ ପାଣି ବିଲ୍‍ ପ୍ରସ୍ତୁତ କରାଯିବ ଏବଂ ଇଣ୍ଡଷ୍ଟ୍ରିଆଲ ୱାଟର୍‍ କଞ୍ଜପସନ୍‍ ଆଣ୍ଡ ରେଭିନ୍ୟୁ କଲେକ୍ସନ୍‍ ମନିଟୋରିଂ (ଆଇଡବ୍ଲୁସିଆରସିଏମ୍‍) ଅନ୍‍ଲାଇନ୍‍ ପୋର୍ଟାଲରେ ବିଲ୍‍ ପୈଠ କରାଯିବ। ଏହି ବ୍ୟବସ୍ଥା ଦ୍ୱାରା ଶିଳ୍ପ ସଂସ୍ଥାକୁ ଜଳଯୋଗାଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱୟଞ୍ଚାଳିତ ହେବା ସହିତ ପାରଦର୍ଶୀ, ବ୍ୟବହାର ଉପଯୋଗୀ, ତ୍ରୁଟିଶୂନ୍ୟ ହୋଇପାରିବ। ଏହି ମିଟର୍‍ରେ କିଛି ହେରଫେର୍‍ କରାଯାଇ ପାରିବ ନାହିଁ ଏବଂ ଜଳ ବ୍ୟବହାରର ରିୟଲ୍‍ ଟାଇମ୍‍ ତଥ୍ୟ ସର୍ଭରରେ ଅପଲୋଡ୍‍ କରିବ। ତେଣୁ ଜଣେ ଚାହିଁଲେ ବି ଏହି ତଥ୍ୟରେ ଗୋଳମାଳ କରି ବିଲ୍‍ କମାଇବା ସମ୍ଭାବନା ନାହିଁ। ଗତ ଫେବୃଆରୀ ୧୭ ତାରିଖରେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।

https://www.thesakala.in/latest-odisha-news/5-to-account-for-industrial-water-consumption/article-14221
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର