ସୌରଭ ଗାଙ୍ଗୁଲିଙ୍କ ସ୍ବୀକାରୋକ୍ତି, ‘ରସଗୋଲା ଓଡ଼ିଶାର’

The Sakala Picture
Published On

ଭୁବନେଶ୍ବର: ରସଗୋଲା କାହାର? ଏହି ପ୍ରଶ୍ନକୁ ନେଇ କିଛି ବର୍ଷ ପୂର୍ବେ ଓଡ଼ିଶା ଓ ପଶ୍ଚିମବଙ୍ଗ ସାମ୍ନାସାମ୍ନି ହୋଇଥିଲେ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରୀସ୍ତର ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ଖୋଜା ଯାଇଥିଲା। ତେବେ ଏହାରି ମଧ୍ଯରେ ବିସିସିଆଇ ସଭାପାତି ସୌରଭ ଗାଙ୍ଗୁଲି ରସଗୋଲା ଓଡ଼ିଶାର ବୋଲି କହିଛନ୍ତି। ସେ ଆହୁରୁ ମଧ୍ଯ କହିଛନ୍ତି ଏହା ଜଗନ୍ନାଥ ମହାପ୍ରଭୁଙ୍କ ସହ ଜଡିତ ବୋଲି ସୂଚନା ରହିଛି। ଏପରି କହୁଥିବାର ଏକ ଭିଡିଓ ଭାଇରାଲ ହେବାରେ […]

ଭୁବନେଶ୍ବର: ରସଗୋଲା କାହାର? ଏହି ପ୍ରଶ୍ନକୁ ନେଇ କିଛି ବର୍ଷ ପୂର୍ବେ ଓଡ଼ିଶା ଓ ପଶ୍ଚିମବଙ୍ଗ ସାମ୍ନାସାମ୍ନି ହୋଇଥିଲେ। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ସରକାରୀସ୍ତର ପର୍ଯ୍ୟନ୍ତ ଏହି ପ୍ରଶ୍ନର ଉତ୍ତର ଖୋଜା ଯାଇଥିଲା। ତେବେ ଏହାରି ମଧ୍ଯରେ ବିସିସିଆଇ ସଭାପାତି ସୌରଭ ଗାଙ୍ଗୁଲି ରସଗୋଲା ଓଡ଼ିଶାର ବୋଲି କହିଛନ୍ତି। ସେ ଆହୁରୁ ମଧ୍ଯ କହିଛନ୍ତି ଏହା ଜଗନ୍ନାଥ ମହାପ୍ରଭୁଙ୍କ ସହ ଜଡିତ ବୋଲି ସୂଚନା ରହିଛି। ଏପରି କହୁଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସୌରଭ ଏହି କଥା ଏକ ଶୋ’ରେ କହୁଥିବାର ନଜର ଆସିଛନ୍ତି।

ସୂଚନାଯୋଗ୍ୟ ଯେ, ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ନୈବେଦ୍ୟ ଭାବେ ପ୍ରାୟ ୮୦୦ ବର୍ଷ ତଳୁ ରସଗୋଲା ଭୋଗ ହୋଇଆସୁଛି। ଏ ସମ୍ପର୍କରେ ବଳରାମ ଦାସ ରଚିତ ‘ଦାଣ୍ଡି ରାମାୟଣ’ରେ ମଧ୍ୟ ବର୍ଣ୍ଣନା ହୋଇଛି। ଇତିମଧ୍ୟରେ ଡାକ ବିଭାଗ ପକ୍ଷରୁ ‘ଶ୍ରୀଜଗନ୍ନାଥଙ୍କ ବ୍ୟଞ୍ଜନରେ ରସଗୋଲା’ ଶୀର୍ଷକରେ ସ୍ୱତନ୍ତ୍ର ଲଫାପା ଜାରି କରାଯାଇଛି। ମାତ୍ର ୧୫୦ ବର୍ଷ ତଳେ ଓଡିଆ କାରିଗରଙ୍କଠାରୁ ପଶ୍ଚିମବଙ୍ଗ କାରିଗରମାନେ ରସଗୋଲା ପ୍ରସ୍ତୁତି ଶିଖି ଏହାକୁ ନିଜର ବୋଲି ଦାବି କରିବା ପରଠାରୁ ଏହି ବିବାଦ ସୃଷ୍ଟି ହୋଇଥିଲା। ପଶ୍ଚିମବଙ୍ଗ ସରକାର ଚଞ୍ଚକତା ଓ ତ୍ରୁଟିପୂର୍ଣ୍ଣ ତଥ୍ୟ ଦେଇ ଭୌଗୋଳିକ ମାନ୍ୟତା ହାସଲ କରିଥିବାରୁ ଏ ନେଇ ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ ଓ ସାହିତ୍ୟ ପତ୍ରିକା ‘ଓଡିଆ ପର୍ବ’ ପକ୍ଷରୁ ଓଡିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।

୨୩ ଫେବ୍ରୁଆରୀ ୨୦୧୮ରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ କରାଯାଇଥିଲା। ଏହାପରେ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟିକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଏହାପରେ ୨୭ ମାର୍ଚ୍ଚ ୨୦୧୯ରେ ଜିଆଇ ରେଜିଷ୍ଟ୍ରି ପକ୍ଷରୁ ଜର୍ଣ୍ଣାଲରେ ଜନସାଧାରଣଙ୍କ ଅବଗତି ଓ ଆପତ୍ତି ନିମିତ୍ତ ପ୍ରକାଶ କରାଯାଇଥିଲା। ନିୟମ ଅନୁସାରେ ଏହି ବିଜ୍ଞପ୍ତିକୁ ୪ ମାସ ଧରି ଜିଆଇ ରେଜିଷ୍ଟ୍ରିର ୱେବସାଇଟରେ ଜନସାଧାରଣଙ୍କ ଆପତ୍ତି ପ୍ରକାଶ ଲାଗି ରଖା ଯାଇଥିଲା। ମାତ୍ର ‘ରସଗୋଲା’ର ଉତ୍ପତ୍ତି ନେଇ ଅକାଟ୍ୟ ପ୍ରମାଣ ରହିଥିବା ହେତୁ କୌଣସି ଆପତ୍ତି ଉଠି ନ ଥିଲା। ଏହା ପରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଲିଥିଲା।

ଆହୁରି ପଢ଼ନ୍ତୁ: ଅର୍ଜୁନ ତେନ୍ଦୁଲକର ଓ ସାନିଆ ଚାନ୍ଦୋକଙ୍କ ବିବାହ ସମ୍ପନ୍ନ: ମୁମ୍ବାଇରେ ଏକାଠି ହେଲେ କ୍ରିକେଟ ଓ ବଲିଉଡ ତାରକା

05 Aug 2022 By The Sakala

https://www.thesakala.in/latest-odisha-news/sourav-gangulys-confession-rasgola-is-from-odisha/article-13883
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର