ତୁଟିଲା ପଶ୍ଚିମ ଓଡ଼ିଶାବାସୀଙ୍କ ଆଶା : ବର୍ଷ ବର୍ଷ ଝୁଲାଇ ରଖିବା ପରେ ସୁନ୍ଦରଗଡ଼ରେ ‘ଏମ୍ସ’ ସ୍ଥାପନ କରିବାକୁ ମନା କରିଦେଲେ କେନ୍ଦ୍ର ସରକାର

The Sakala Picture
Published On

ଭୁବନେଶ୍ୱର : ପୁଣିଥରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରତାରଣାର ଶିକାର ହୋଇଛି ଓଡ଼ିଶା। ଭୁବନେଶ୍ୱରରେ ଇଏସ୍‍ଆଇ ମେଡିକାଲ କଲେଜ ଓ ହସ୍‍ପିଟାଲ, ରାଉରକେଲା ଆଇଜିଏଚ୍‍ରେ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରତିଶ୍ରୁତିରୁ କେନ୍ଦ୍ର ସରକାର ଓହରି ଯାଇଥିବାବେଳେ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ସ୍ଥାପନ ପ୍ରସଙ୍ଗରେ ହାତ ଟେକି ଦେଇଛନ୍ତି କେନ୍ଦ୍ର ସରକାର। ଓଡ଼ିଶା ସରକାର ସୁନ୍ଦରଗଡ଼ରେ ‘ଏମ୍ସ’ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ସରକାର […]

ଭୁବନେଶ୍ୱର : ପୁଣିଥରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ପ୍ରତାରଣାର ଶିକାର ହୋଇଛି ଓଡ଼ିଶା। ଭୁବନେଶ୍ୱରରେ ଇଏସ୍‍ଆଇ ମେଡିକାଲ କଲେଜ ଓ ହସ୍‍ପିଟାଲ, ରାଉରକେଲା ଆଇଜିଏଚ୍‍ରେ ମେଡିକାଲ କଲେଜ ସ୍ଥାପନ ନିମନ୍ତେ ପ୍ରତିଶ୍ରୁତିରୁ କେନ୍ଦ୍ର ସରକାର ଓହରି ଯାଇଥିବାବେଳେ ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ସ୍ଥାପନ ପ୍ରସଙ୍ଗରେ ହାତ ଟେକି ଦେଇଛନ୍ତି କେନ୍ଦ୍ର ସରକାର।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ଓଡ଼ିଶା ସରକାର ସୁନ୍ଦରଗଡ଼ରେ ‘ଏମ୍ସ’ ସ୍ଥାପନ ନିମନ୍ତେ ପ୍ରସ୍ତାବ ଦେଇଥିଲେ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ କେନ୍ଦ୍ର ସରକାର ପ୍ରସ୍ତୁତ ନୁହନ୍ତି ବୋଲି ସିଧାସିଧା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡ଼. ଭାରତୀ ପ୍ରବୀଣ ପାୱାର। ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶାରେ ଦ୍ୱିତୀୟ ଏମ୍ସ ସ୍ଥାପନ ନିମନ୍ତେ କୌଣସି ପ୍ରସ୍ତାବ ନାହିଁ ବୋଲି ଡ଼. ପାୱାର ରାଜ୍ୟସଭାରେ ସୂଚନା ଦେଇଛନ୍ତି। ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ନେଇ ଘୋଷଣା କରୁଥିବା କେନ୍ଦ୍ର ସରକାରଙ୍କ ଏହି ନାସ୍ତିବାଣୀ ରାଜ୍ୟର ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ସହ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାବାସୀଙ୍କ ପାଇଁ ଉପହାସ ପରି ହୋଇଛି।

ଆହୁରି ପଢ଼ନ୍ତୁ: ଡ୍ରପଆଉଟ୍‌ ପାଇଁ ଓଡ଼ିଶାରେ ବଢ଼ୁଛି ବାଲ୍ୟ ବିବାହ; ସାମାଜିକ ବିଧି ବ୍ୟବସ୍ଥା ଅନ୍ୟତମ ପ୍ରମୁଖ କାରଣ

ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ନିକଟରେ ଦାବି କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପ୍ରସଙ୍ଗରେ କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ, ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ, ବିଜେଡି ସାଂସଦମାନେ ବିଭିନ୍ନ ସମୟରେ ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ସରକାର, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ମନ୍ତ୍ରଣାଳୟର ଉଚ୍ଚ ଅଧିକାରୀଙ୍କ ନିକଟରେ ଦାବି ରଖିଛନ୍ତି। ମାତ୍ର ଏବେ କେନ୍ଦ୍ର ସରକାର ସୁନ୍ଦରଗଡ଼ ଏମ୍ସ କଥା ସମ୍ପୂର୍ଣ୍ଣ ଏଡ଼ାଇ ଯାଇଛନ୍ତି ଓ ପରୋକ୍ଷରେ ବାଲେଶ୍ୱରରେ ପ୍ରତିଷ୍ଠା ହୋଇଥିବା ଗୋଟିଏ ସାଟେଲାଇଟ୍‍ ସେଣ୍ଟରକୁ ନେଇ ସନ୍ତୁଷ୍ଟ ରହିବାକୁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଗତକାଲି ରାଜ୍ୟସଭାରେ ବିଜେଡି ସାଂସଦ ଡ଼ ସସ୍ମିତ ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର କହିଛନ୍ତି ଯେ ବାଲେଶ୍ୱର ଠାରେ ଭୁବନେଶ୍ୱରର ଏମ୍ସର ଏକ ସାଟେଲାଇଟ୍‍ ସେଣ୍ଟର କାର୍ଯ୍ୟକ୍ଷମ ହୋଇଛି। ସୁନ୍ଦରଗଡ଼ ଠାରେ ଦ୍ୱିତୀୟ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଅନୁରୋଧ କରିଥିଲେ; କିନ୍ତୁ ସୁନ୍ଦରଗଡ଼ରେ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମନ୍ତ୍ରାଳୟ ନିକଟରେ କୌଣସି ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ଡ଼. ପାୱାର କହିଛନ୍ତି।ସୁନ୍ଦରଗଡ଼ରେ ରାଜ୍ୟର ଦ୍ୱିତୀୟ ଏମ୍ସ ହସ୍ପିଟାଲ ପ୍ରତିଷ୍ଠା ପାଇଁ ବିଧାନସଭାରେ ରାଜ୍ୟ ସରକାର ସଂକଳ୍ପ ପାରିତ କରିଛନ୍ତି। ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟସେବା ଦୃଷ୍ଟିରୁ ଦାବି ପୂରଣ ନ ହେବା ଯାଏ କେନ୍ଦ୍ର ନିକଟରେ ରାଜ୍ୟ ଲଢ଼େଇ କରିବ ବୋଲି ଗତବର୍ଷ ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଏ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ୨୦୨୧ ମାର୍ଚ୍ଚ ୧୫ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପତ୍ର ଲେଖି ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଦାବି ଦୋହରାଇଥିଲେ। ଏହାବ୍ୟତୀତ ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀ, ଆଇନ୍‍ଜୀବୀ, ଜନସାଧାରଣଙ୍କ ସମୂହ ଦାବି ଉପସ୍ଥାପନ ପରିପ୍ରେକ୍ଷୀରେ ଗତ ବର୍ଷ ନଭେମ୍ବର ମାସରେ ମୁଖ୍ୟ ଶାସନ ସଚିବ ଏନ୍‍ଟିପିସି ଦ୍ୱାରା ନିର୍ମାଣ ହୋଇଥିବା ସୁନ୍ଦରଗଡ଼ରେ ପ୍ରସ୍ତାବିତ ମେଡିକାଲ କଲେଜର ଭିତ୍ତିଭୂମିକୁ ଏମ୍ସ ହସ୍ପିଟାଲରେ ପରିବର୍ତ୍ତିତ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ। ଏପରିକି ଏପ୍ରିଲ ମାସରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏକ ଟିମ୍‍ ପଠାଇ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପାଇଁ ଆବଶ୍ୟକ ସ୍ଥିତି ଯାଞ୍ଚ କରିଥିଲେ। ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ହେବା ଉଚିତ ବୋଲି ମଧ୍ୟ ସେତେବେଳେ ଏହି ଟିମ୍‍ର ସଦସ୍ୟମାନେ ରାଜ୍ୟ ସରକାରଙ୍କୁ କହିଥିଲେ। ୨୦୧୩ ମସିହାରେ ରାଜ୍ୟ ସରକାର ଓ ଏନ୍‍ଟିପିସି ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସହମତି ହୋଇଥିଲା। ଏଥି ନିମନ୍ତେ ରାଜ୍ୟ ସରକାର ବିନା ମୂଲ୍ୟରେ ୨୧ ଏକର ଜମି ଯୋଗାଇ ଦେଇଥିଲେ। ପ୍ରଥମେ ଏନଟିପିସି ମେଡିକାଲ କଲେଜ ପରିଚାଳନା ଦାୟିତ୍ୱରୁ ଓହରି ଯାଇଥିଲା, ଏବେ ଏମ୍ସ ପାଇଁ କେନ୍ଦ୍ର ସରକାର ମନା କରିଦେଲେ। ଆଦିବାସୀ ଅଧ୍ୟୁଷିତ ଏବଂ ଖଣି ସମୃଦ୍ଧ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଏକାନ୍ତ ଜରୁରୀ ବୋଲି ରାଜ୍ୟ ସରକାର କହି ଆସୁଛନ୍ତି। ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ହେଲେ ଉପାନ୍ତ ଅଞ୍ଚଳରେ ଥିବା ଜିଲ୍ଲାର ଲୋକେ ଏହା ଦ୍ୱାରା ଉପକୃତ ହୋଇପାରିଥାନ୍ତେ। ହେଲେ କେନ୍ଦ୍ର ସରକାର ସିଧାସଳଖ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେବା ରାଜ୍ୟବାସୀଙ୍କ ପାଇଁ ପ୍ରତାରଣା ସଦୃଶ ହୋଇଛି ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

03 Aug 2022 By The Sakala

https://www.thesakala.in/latest-odisha-news/centre-govt-rejected-establishment-of-aiims-at-sundargarh/article-13831
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର