ଝିମିଟି ଖେଳରୁ ମହାଭାରତ; ସାମାନ୍ୟ ବଚସାରୁ ଦୁଇ ବନ୍ଧୁଙ୍କ ମଧ୍ୟରେ ହଣା କଟା

The Sakala Picture
Published On

ଟାଂଗୀ: ଝିମିଟି ଖେଳରୁ ମହା ଭାରତ । ସାମାନ୍ୟ କଥାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟ୍ୟରେ କଳି ଗୋଳ ପରେ ହଣା କଟା । ଜଣେ ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଭର୍ତି ହୋଇଥିବା ଜଣାପଡିଛି । ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଂଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗ୍ରାମରେ। ସୂଚନା ଅନୁସାରେ, ଗ୍ରାମର ଷଠିଆ ବେହେରା ଓ ତାଙ୍କର ବନ୍ଧୁ ବୀର ବେହେରା ଗାଁ ନିକଟରେ ଜଣେ ବ୍ୟକ୍ତିଙ୍କର ଏକ ସାମାଜିକ ଭୋଜିରେ ଯୋଗ […]

ଟାଂଗୀ: ଝିମିଟି ଖେଳରୁ ମହା ଭାରତ । ସାମାନ୍ୟ କଥାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟ୍ୟରେ କଳି ଗୋଳ ପରେ ହଣା କଟା । ଜଣେ ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଭର୍ତି ହୋଇଥିବା ଜଣାପଡିଛି । ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଂଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗ୍ରାମରେ।

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର ୨୦ ସାଂସଦ

ସୂଚନା ଅନୁସାରେ, ଗ୍ରାମର ଷଠିଆ ବେହେରା ଓ ତାଙ୍କର ବନ୍ଧୁ ବୀର ବେହେରା ଗାଁ ନିକଟରେ ଜଣେ ବ୍ୟକ୍ତିଙ୍କର ଏକ ସାମାଜିକ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ଦୁଇ ବନ୍ଧୁ ସେଠାରେ ଭୋଜି ଖାଇବା ପୂର୍ବରୁ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟ୍ୟରେ କଥା କଟା କଟି ହୋଇଥିଲା। ଉପସ୍ଥିତ ଗାଁ ଲୋକଙ୍କ ହସ୍ତକ୍ଷେପ ଫଳରେ ଘଟଣାର ମୀମାଂସା ହୋଇଥିଲା। ତେବେ ଏଥିରେ ମର୍ମାହତ ହୋଇ ଷଠିଆ ବେହେରା ସେଠାରୁ ଘରକୁ ପଳାଇ ଆସିଥିଲେ। ଘରେ ଏସବୁ ଘଟଣା କହିବା ପରେ ଷଠିଆ ବେହେରା ଓ ତାଙ୍କ ପୁତ୍ର ସଂଗ୍ରାମ ବେହେରା ଅନ୍ୟ ୨ ରୁ ୩ ଜଣ ସହଯୋଗୀଙ୍କ ସହ ଦୀକ୍ଷିତ ପଡା ଗାଁ ମୁଣ୍ଡରେ ଏକ ଅନ୍ଧାରିଆ ସ୍ଥାନରେ ପ୍ରତିଶୋଧ ପରାୟଣ ହୋଇ ଛକି ରହିଥିଲେ। ବୀର ବେହେରା ବାଇକ୍ ରେ ଆସୁଥିବା ଦେଖି ତାଙ୍କ ବାଇକ୍କୁ ଅଟକାଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ବୀର ବେହେରା ଗୁରୁତର ହୋଇଥିଲେ। ବୀରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ବୀରଙ୍କୁ ଊଦ୍ଧାର କରି ଟାଙ୍ଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏପଟେ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ଦୀକ୍ଷିତ ପଡା ଗାଁରେ ଚଢାଉ କରିଛି ପୋଲିସ୍। ପୋଲିସ୍ ଭୟରେ ଆକ୍ରମଣକାରୀ ଫେରାର ହୋଇଯାଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବସ୍ତାରେ ବିଜେଡିର ଶକ୍ତି ପ୍ରଦର୍ଶନ: ରବୀନ୍ଦ୍ର ଓ ସୁବାସିନୀଙ୍କ ବିନା ତୃଣମୂଳ ସଂଗଠନରେ ପଡ଼ିନି ଫରକ

01 Aug 2022 By The Sakala

ଝିମିଟି ଖେଳରୁ ମହାଭାରତ; ସାମାନ୍ୟ ବଚସାରୁ ଦୁଇ ବନ୍ଧୁଙ୍କ ମଧ୍ୟରେ ହଣା କଟା

ଟାଂଗୀ: ଝିମିଟି ଖେଳରୁ ମହା ଭାରତ । ସାମାନ୍ୟ କଥାକୁ ନେଇ ଦୁଇ ବନ୍ଧୁଙ୍କ ମଧ୍ୟ୍ୟରେ କଳି ଗୋଳ ପରେ ହଣା କଟା । ଜଣେ ଗୁରୁତର ହୋଇ ଟାଙ୍ଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ଭର୍ତି ହୋଇଥିବା ଜଣାପଡିଛି । ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଂଗୀ ଥାନା ଅଧିନସ୍ଥ ଦୀକ୍ଷିତପଡା ଗ୍ରାମରେ।

ସୂଚନା ଅନୁସାରେ, ଗ୍ରାମର ଷଠିଆ ବେହେରା ଓ ତାଙ୍କର ବନ୍ଧୁ ବୀର ବେହେରା ଗାଁ ନିକଟରେ ଜଣେ ବ୍ୟକ୍ତିଙ୍କର ଏକ ସାମାଜିକ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ଦୁଇ ବନ୍ଧୁ ସେଠାରେ ଭୋଜି ଖାଇବା ପୂର୍ବରୁ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟ୍ୟରେ କଥା କଟା କଟି ହୋଇଥିଲା। ଉପସ୍ଥିତ ଗାଁ ଲୋକଙ୍କ ହସ୍ତକ୍ଷେପ ଫଳରେ ଘଟଣାର ମୀମାଂସା ହୋଇଥିଲା। ତେବେ ଏଥିରେ ମର୍ମାହତ ହୋଇ ଷଠିଆ ବେହେରା ସେଠାରୁ ଘରକୁ ପଳାଇ ଆସିଥିଲେ। ଘରେ ଏସବୁ ଘଟଣା କହିବା ପରେ ଷଠିଆ ବେହେରା ଓ ତାଙ୍କ ପୁତ୍ର ସଂଗ୍ରାମ ବେହେରା ଅନ୍ୟ ୨ ରୁ ୩ ଜଣ ସହଯୋଗୀଙ୍କ ସହ ଦୀକ୍ଷିତ ପଡା ଗାଁ ମୁଣ୍ଡରେ ଏକ ଅନ୍ଧାରିଆ ସ୍ଥାନରେ ପ୍ରତିଶୋଧ ପରାୟଣ ହୋଇ ଛକି ରହିଥିଲେ। ବୀର ବେହେରା ବାଇକ୍ ରେ ଆସୁଥିବା ଦେଖି ତାଙ୍କ ବାଇକ୍କୁ ଅଟକାଇ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଫଳରେ ବୀର ବେହେରା ଗୁରୁତର ହୋଇଥିଲେ। ବୀରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଂଚି ବୀରଙ୍କୁ ଊଦ୍ଧାର କରି ଟାଙ୍ଗୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।ତେବେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏପଟେ ଟାଙ୍ଗୀ ଥାନାରେ ଅଭିଯୋଗ ପରେ ଦୀକ୍ଷିତ ପଡା ଗାଁରେ ଚଢାଉ କରିଛି ପୋଲିସ୍। ପୋଲିସ୍ ଭୟରେ ଆକ୍ରମଣକାରୀ ଫେରାର ହୋଇଯାଇଥିବା ଜଣାପଡିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର