ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜୟଯାତ୍ରା; ରାଇରଙ୍ଗପୁରରୁ ରାଷ୍ଟ୍ରପତି ଭବନ

The Sakala Picture
Published On

ଓଡିଶା ପାଇଁ ଐତିହାସିକ ଦିନ । ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ୩ୟ ପର୍ଯ୍ୟାୟ ଭୋଟ ଗଣତି ପରେ ଜିତିଲେ ଦ୍ରୌପଦୀ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ ମୁର୍ମୁ । ତାଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା ନିର୍ବାଚନ ଲଢୁଥିଲେ । ପ୍ରଥମ ଆଦିବାସୀ ମହିଳା ଭାବେ ସେ ଦେଶର ପ୍ରଥମ ନାଗରିକ […]

ଓଡିଶା ପାଇଁ ଐତିହାସିକ ଦିନ । ରାଷ୍ଟ୍ରପତି ନିର୍ବାଚନ ଜିତିଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ୩ୟ ପର୍ଯ୍ୟାୟ ଭୋଟ ଗଣତି ପରେ ଜିତିଲେ ଦ୍ରୌପଦୀ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଦ୍ରୌପଦୀ ମୁର୍ମୁ । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିଥିଲେ ମୁର୍ମୁ । ତାଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା ନିର୍ବାଚନ ଲଢୁଥିଲେ । ପ୍ରଥମ ଆଦିବାସୀ ମହିଳା ଭାବେ ସେ ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି । ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିଂହ୍ନାଙ୍କୁ ବିପୁଳ ଭୋଟରେ ପରାସ୍ତ କରି ସେ ରାଇସିନା ହିଲକୁ ଯାଇଛନ୍ତି । ୫ ଲକ୍ଷ ୭୭ ହଜାର ୭୭୭ ଭୋଟ ପାଇ ତୃତୀୟ ରାଉଣ୍ଡରେ ହିଁ ବିଜୟକୁ ନିଜ ନାମରେ କରିଛନ୍ତି ଦ୍ରୌପଦୀ । ଅନ୍ୟପକ୍ଷରେ ତୃତୀୟ ରାଉଣ୍ଡ ସୁଦ୍ଧା ଯଶଓ୍ବନ୍ତୁ ମୋଟ ୨ ଲକ୍ଷ ୬୧ ହଜାର ୬୨ ଖଣ୍ଡ ଭୋଟ ମିଳିଛି । ତେବେ ଚତୁର୍ଥ ରାଉଣ୍ଡ ଗଣତି ପରେ ଦ୍ରୌପଦୀ କେତେ ଭୋଟ ପାଇ ବିଜୟ ହାସଲ କରୁଛନ୍ତି ଜଣାପଡିବ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ଓଡ଼ିଶାର ଏକ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାର ଏକ ଅଖ୍ୟାତ ଗ୍ରାମରୁ ଆରମ୍ଭ ହୋଇଥିବା ଏକ ଗୌରବମୟ ଯାତ୍ରା ରାଜ୍ୟ ସରକାରଙ୍କ ଅଧୀନରେ ଜଣେ ତୃତୀୟ ଶ୍ରେଣୀ କର୍ମଚାରୀ, ସ୍କୁଲ ଶିକ୍ଷକ, ବିଜ୍ଞାପିତ ଅଞ୍ଚଳର ପରିଷଦର କାଉନ୍‍ସିଲର, ବିଧାୟିକା, ମନ୍ତ୍ରୀ, ଭାରତର ପ୍ରଥମ ମହିଳା ଆଦିବାସୀ ରାଜ୍ୟପାଳ ଆଦି ସୋପାନ ଦେଇ ଏବେ ପହଞ୍ଚିଛି ଦେଶର ସର୍ବୋଚ୍ଚ ମର୍ଯ୍ୟାଦାସମ୍ପନ୍ନ ରାଷ୍ଟ୍ରପତି ଭବନରେ। ସାନ୍ତାଳ ସମ୍ପ୍ରଦାୟର ଏହି ମହିଳା ଦ୍ରୌପଦୀ ମୁର୍ମୁଙ୍କ ଗୌରବମୟ ଜୟଯାତ୍ରାରେ ତାହା ବୋଧହୁଏ ଥିଲା ସବୁଠାରୁ ସ୍ମରଣୀୟ ଓ ଐତିହାସିକ ମୁହୂର୍ତ୍ତ ଯେତେବେଳେ ବିଜେପି ସଭାପତି ଜେପି ନଡ୍ଡା ଶ୍ରୀମତୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କଲେ। ଏହାପରେ ସ୍ୱାଧୀନ ଭାରତ ତାହାର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପାଇବା ଏକପ୍ରକାର ନିଶ୍ଚିତ ହୋଇଗଲା। ଏଥିସହିତ ଓଡ଼ିଶାର ଗୌରବୋଜ୍ଜ୍ୱଳ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଲେଖାଯିବାର ଅୟମାରମ୍ଭ ମଧ୍ୟ ହେଲା।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସଂଘର୍ଷରୁ ଉତ୍କର୍ଷର ଯାତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦ ଜୁନ୍‍ ୧୯୫୮ରେ ମୟୂରଭଞ୍ଜ ଜିଲ୍ଳାର କୁସୁମି ବ୍ଲକର ଉପରବେଢ଼଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଏହି ଜିଲ୍ଲାରେ ରାଜ୍ୟର ଅର୍ଦ୍ଧାଧିକ ଆଦିବାସୀ ବସବାସ କରନ୍ତି। ତାଙ୍କ ପିତା ବିରଞ୍ଚି ନାରାୟଣ ଟୁଡୁ ଜଣେ କୃଷିଜୀବୀ ଥିଲେ। ଆର୍ଥିକ ଅନଟନ ଭିତରେ ବହୁ କଷ୍ଟ ସ୍ୱୀକାର କରି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ୧୯୭୯ ମସିହାରେ ରାଜ୍ୟ ଜଳସେଚନ ଏବଂ ବିଦ୍ୟୁତ୍‍ ବିଭାଗରେ କନିଷ୍ଠ କିରାଣି ଭାବରେ କର୍ମମୟ ଜୀବନ ଆରମ୍ଭ କରିଥିଲେ। ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିବା ପରେ ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅର ଯତ୍ନ ନେବା ପାଇଁ ସେ ୧୯୮୩ ମସିହାରେ ସରକାରୀ ଚାକିରି ଛାଡ଼ି ଦେଇଥିଲେ। ତା’ପରେ ସେ ରାଇରଙ୍ଗପୁର ସହରକୁ ଚାଲିଗଲେ ଏବଂ ୧୯୯୪ରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଅବୈତନିକ ସହକାରୀ ଶିକ୍ଷକ ରୂପେ ଯୋଗ ଦେଇଥିଲେ। ନିୟତି ବୋଧହୁଏ କିଛି ଭିନ୍ନ ଚାହୁଁଥିଲା। ତେଣୁ ପ୍ରାୟ ତିନିବର୍ଷ ପରେ ତାଙ୍କ ଭିତରେ ରାଜନୀତି ପ୍ରତି ଆଗ୍ରହ ସୃଷ୍ଟି ହେଲା। ପରିବାରର ପ୍ରେରଣା ଓ ଉତ୍ସାହରେ ସେ ରାଜନୀତିରେ ଯୋଗ ଦେଲେ। ଏଥିସହିତ ରାଇରଙ୍ଗପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲର ନିର୍ବାଚନରେ ଜିତିଥିଲେ। ଏହିଠାରୁ ଆରମ୍ଭ ହେଲା ସକ୍ରିୟ ରାଜନୈତିକ ଜୀବନଯାତ୍ରା। ସେହି ପରିଷଦର ଉପାଧ୍ୟକ୍ଷ ପଦବୀ ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିବାରୁ ମୁର୍ମୁ ଏହାର ଉପସଭାପତି ହୋଇଥିଲେ। ସେହିବର୍ଷ ତାଙ୍କୁ ବିଜେପିର ରାଜ୍ୟ ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପ-ସଭାପତି ଘୋଷଣା କରାଯାଇଥିଲା। ୨୦୦୨ ରୁ ୨୦୦୯ ପର୍ଯ୍ୟନ୍ତ ସେ ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ ମଧ୍ୟ ରହିଥିଲେ। ୨୦୧୦ରେ ବିଜେପିର ମୟୂରଭଞ୍ଜ ଜିଲ୍ଲା(ପଶ୍ଚିମ) ସଭାପତି ହୋଇଥିଲେ ଏବଂ ୨୦୧୩ରେ ସେହି ପଦବୀ ପାଇଁ ପୁନଃନିର୍ବାଚିତ ହୋଇଥିଲେ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

୨୦୦୦ରେ ଅନୁଷ୍ଠିତ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ବିଜେପି ଟିକେଟ୍‍ରେ ରାଇରଙ୍ଗପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ। ଏହା ଥିଲା ଶ୍ରୀମତୀ ମୁର୍ମୁଙ୍କ ପ୍ରଥମ ବିଧାନସଭା ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା। ସେହିଥର ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ବାଣିଜ୍ୟ ଓ ପରିବହନ, ମତ୍ସ୍ୟଚାଷ ଓ ପଶୁପାଳନ ବିଭାଗର ରାଷ୍ଟ୍ରମନ୍ତ୍ରୀ ପଦରେ ସ୍ୱାଧୀନ ଦାୟିତ୍ୱ ତୁଲାଇଥିଲେ। ୨୦୦୪ ବିଧାନସଭା ନିର୍ବାଚନରେ ସେ ପୁନର୍ବାର ସେହି ଆସନରୁ ଜିତିଥିଲେ। ୨୦୦୭ ମସିହାରେ ତାଙ୍କୁ ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟିକା ଭାବରେ ‘ନୀଳକଣ୍ଠ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ୨୦୧୫ରେ ଶ୍ରୀମତୀ ମୁର୍ମୁଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ଏହି ପଦବୀରେ ମଧ୍ୟ ସେ ଥିଲେ ଦେଶର ପ୍ରଥମ ଆଦିବାସୀ ମହିଳା।

ଇତିମଧ୍ୟରେ ଶ୍ରୀମତୀ ମୁର୍ମୁଙ୍କୁ ବହୁ ବ୍ୟକ୍ତିଗତ ତଥା ପାରିବାରିକ ଦୁଃଖଦ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ତାଙ୍କ ସ୍ୱାମୀ ଏବଂ ଦୁଇ ପୁଅଙ୍କ ଅକାଳ ଦେହାନ୍ତ ହେବା ପରେ ବହୁ ଘାତ ପ୍ରତିଘାତ ମଧ୍ୟରେ ସେ ତାଙ୍କ ଜୀବନଯାତ୍ରା ଅବ୍ୟାହତ ରଖିଥିଲେ ଏବଂ ମାନସିକ ଶାନ୍ତି ଓ ସ୍ଥିରତା ସନ୍ଧାନରେ ଶ୍ରୀମତୀ ମୁର୍ମୁ ପ୍ରଜାପିତା ବ୍ରହ୍ମାକୁମାରୀ ଆଧ୍ୟାତ୍ମିକ ସଂସ୍ଥାନ ସହିତ ଅନେକ ଦିନ ଧରି ଜଡ଼ିତ ରହିଥିଲେ। କିନ୍ତୁ ସେ କେବେ ପରିସ୍ଥିତି ଓ ସମୟ ଆଗରେ ହାର ମାନି ନାହାନ୍ତି। ଏହି ଦୃଢ଼ମନା ମହିଳାଙ୍କ ଏକନିଷ୍ଠ ସାଧନା, କର୍ତ୍ତବ୍ୟନିଷ୍ଠା ଓ ଦେଶ/ଜାତି ପ୍ରତି ସମର୍ପିତ ସାଧନା ହିଁ ଆଜି ତାଙ୍କୁ ଦେଶର ସର୍ବୋଚ୍ଚ ଆସନ ପାଇଁ ଆମନ୍ତ୍ରଣ କରୁଛି। ତାଙ୍କର ଏକମାତ୍ର ଝିଅ ଇତିଶ୍ରୀ ମୁର୍ମୁ ଏବେ ଭୁବନେଶ୍ୱରର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖାରେ କାର୍ଯ୍ୟରତ।

ଶ୍ରୀମତୀ ମୁର୍ମୁଙ୍କ ସତୀର୍ଥମାନଙ୍କର ମତରେ ରାଜନୈତିକ ଜୀବନ ଆରମ୍ଭରୁ ଝାଡ଼ଖଣ୍ଡର ରାଜ୍ୟପାଳ ଭାବେ କାର୍ଯ୍ୟକାଳ ସାରିବା ପର୍ଯ୍ୟନ୍ତ ସେ ଆଦିବାସୀମାନଙ୍କ ଅଧିକାର ପାଇଁ ଆନ୍ତରିକତାର ସହ ବିଭିନ୍ନ ଅଭିଯାନରେ ଯୋଗଦାନ କରିଛନ୍ତି। ସେ ସବୁଠାରେ ସାଧାରଣ ଲୋକଙ୍କ ସମସ୍ୟା ଉତ୍‍ଥାପନ କରି ସେସବୁର ସମାଧାନର ବାଟ ବାହାର କରିବା ପାଇଁ ଉଦ୍ୟମ କରି ଆସିଛନ୍ତି। ତାଙ୍କ ଶାସନ କାଳରେ ଆଦିବାସୀ କିମ୍ୱା ମହିଳାଙ୍କ ଉପରେ ଅତ୍ୟାଚାର ଘଟଣାରେ ସେ ସ୍ୱାଭାବିକ ଭାବେ ଅତିଶୟ ପ୍ରତିକ୍ରିୟାଶୀଳ ହେବା ସହିତ ଘଟଣାକୁ ଗମ୍ଭୀରତାର ସହିତ ନେଉଥିଲେ। ସେ ରାଞ୍ଚିର କାଶ୍ୟପ ମେମୋରିଆଲ ଚକ୍ଷୁ ଡାକ୍ତରଖାନାକୁ ଚକ୍ଷୁଦାନ କରିବେ ବୋଲି ୨୦୧୬ରେ ଘୋଷଣା କରିଥିଲେ।
ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏନ୍‍ଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ଓଡ଼ିଶା ପାଇଁ ଯେତିକି ଆନନ୍ଦଦାୟକ ଥିଲା ଓଡ଼ିଶାବାସୀଙ୍କ ମନରେ ତା’ଠାରୁ ଅଧିକ ଉତ୍ସାହ ଭରି ଦେଇଥିଲା ଯେତେବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମ୍ପୂର୍ଣ୍ଣ ସମର୍ଥନ ଘୋଷଣା କରିଥିଲେ। ବିଦେଶ ଗସ୍ତରେ ଥାଇ ଟୁଇଟ୍‍ ଜରିଆରେ ଶ୍ରୀପଟ୍ଟନାୟକ କହିଥିଲେ ଯେ ‘ଦେଶର ସର୍ବୋଚ୍ଚ କାର୍ଯ୍ୟାଳୟ ପାଇଁ ଏନ୍‍ଡିଏ ପ୍ରାର୍ଥୀ ଘୋଷିତ ହୋଇଥିବାରୁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ। ଯେତେବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋ ସହ ଏହି ବିଷୟରେ ଆଲୋଚନା କଲେ ମୁଁ ଆନନ୍ଦିତ ହେଲି। ଏହା ପ୍ରକୃତରେ ଓଡ଼ିଶାବାସୀଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ। ମୁଁ ନିଶ୍ଚିତ ଯେ ଦେଶରେ ମହିଳା ସଶକ୍ତୀକରଣରେ ଶ୍ରୀମତୀ ମୁର୍ମୁ ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିବେ।’ ସେହିପରି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କହିଛନ୍ତି ଯେ ‘ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜ ଜୀବନକୁ ସମାଜ ସେବା ତଥା ଗରିବ, ଦଳିତ ବର୍ଗର ଲୋକଙ୍କୁ ସଶକ୍ତ କରିବାରେ ଉତ୍ସର୍ଗ କରିଛନ୍ତି। ତାଙ୍କର ଦୀର୍ଘ ପ୍ରଶାସନିକ ଅଭିଜ୍ଞତା ଅଛି ଏବଂ ତାଙ୍କର ଆଜି ପର୍ଯ୍ୟନ୍ତ କାର୍ଯ୍ୟାବଳୀ ପ୍ରଶଂସନୀୟ। ମୋର ବିଶ୍ୱାସ ଯେ ସେ ଆମ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ।’

ଇତିମଧ୍ୟରେ ଶ୍ରୀମତୀ ମୁର୍ମୁ ବିଭିନ୍ନ ରାଜ୍ୟ ଗସ୍ତ କରି ବିଧାୟକ ଓ ସାଂସଦମାନଙ୍କର ସମର୍ଥନ ଲୋଡ଼ୁଛନ୍ତି। ଏହି ପର୍ଯ୍ୟାୟରେ ତାଙ୍କର ଓଡ଼ିଶା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ବିଜେଡି ସମେତ ସମସ୍ତ ଦଳ ବିଧାୟକମାନଙ୍କୁ ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଓ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ଶାସକ ବିଜେଡି ଦଳର ବରିଷ୍ଠ ନେତାମାନେ ରାଜ୍ୟର ବିଭିନ୍ନ ବିରୋଧୀ ଦଳର ମୁଖ୍ୟମାନଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଶ୍ରୀମତୀ ମୁର୍ମୁଙ୍କ ପାଇଁ ସମର୍ଥନ ଲୋଡ଼ିଥିଲେ। ଏଠାରେ ଉଲ୍ଲେଖନୀୟ ଯେ ଶ୍ରୀମତୀ ମୁର୍ମୁଙ୍କର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପାଇଁ ଏନ୍‍ଡିଏ ମେଣ୍ଟ ହାତରେ ପ୍ରାୟ ୪୮% ଭୋଟ ସଂଖ୍ୟା ଥିଲା। ବିଜେଡି ସାଂସଦ ତଥା ବିଧାୟକମାନଙ୍କର ଭୋଟ ମିଶିଗଲା ପରେ ଶ୍ରୀମତୀ ମୁର୍ମୁଙ୍କ ବିଜୟ ସୁନିଶ୍ଚିତ ହୋଇଥିଲା। ତଥାପି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଓଡ଼ିଶାରେ ଅନ୍ୟ ଦଳର ବିଧାୟକଙ୍କୁ ଏଥିପାଇଁ ସମର୍ଥନ ମାଗିବା ପ୍ରମାଣ କରେ ଯେ ଓଡ଼ିଶାର ଜଣେ ସଚ୍ଚୋଟ, କର୍ମଠ, ଆଦିବାସୀ ମହିଳା ନେତା ପ୍ରଥମ ଥର ପାଇଁ ଭାରତର ରାଷ୍ଟ୍ରମୁଖ୍ୟ ତଥା ସାମ୍ବିଧାନିକ ମୁଖ୍ୟ ହେବାର ଗୌରବ ଲାଭ କରୁଥିବାରୁ ସମସ୍ତ ନିର୍ବାଚିତ ଓଡ଼ିଆ ବିଧାୟକ ଓ ସାଂସଦ ଯେପରି ଏକ ହୋଇ ଗର୍ବର ସହିତ ଶ୍ରୀମତୀ ମୁର୍ମୁଙ୍କ ପଛରେ ଠିଆ ହେବେ। ଆମ ସମସ୍ତ ଓଡ଼ିଶାବାସୀ ମଧ୍ୟ ସ୍ୱାଧୀନ ଭାରତର ଅମୃତ ମହୋତ୍ସବ ବର୍ଷରେ ଏଭଳି ଏକ ଗୌରବମୟ ପଦରେ ଜଣେ ଓଡ଼ିଆ ଆଦିବାସୀ ମହିଳା ଅଭିଷିକ୍ତ ହେବାକୁ ଯାଉଥିବାରୁ ଏକ ଐତିହାସିକ ଆନନ୍ଦର ଅନୁଭବ କରୁଛେ।

ଏସବୁ ସତ୍ତ୍ୱେ ରାଜନୀତିର ଏକ ପଙ୍କିଳ ସ୍ୱରୂପ ମଧ୍ୟ ରହିଛି। ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା, କ୍ଷମତା ପ୍ରତିଯୋଗିତା ଏବଂ ବେଳେ ବେଳେ କୁଟିଳ ଓ କୁତ୍ସିତ ରାଜନୀତି ଆମର ବହୁ କଷ୍ଟୋପାର୍ଜିତ ସ୍ୱାଧୀନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ଚରମ ପ୍ରତୀକ ଭାରତୀୟ ସମ୍ବିଧାନର ପରମ୍ପରାର ପରାକାଷ୍ଠାକୁ ପ୍ରତିହତ କରିବାକୁ କିଛି ରାଜନୈତିକ ଦଳ ଚେଷ୍ଟାରତ। ନିକଟରେ କଂଗ୍ରେସ ଦଳର ଜଣେ ନେତା ଯେଉଁଭଳି ଭାବେ ରାଷ୍ଟ୍ରପତି ପଦ ପାଇଁ ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ବର୍ଣ୍ଣନା କରିଥିଲେ, ତାହା ଅତୀବ ନିନ୍ଦନୀୟ। ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରାରମ୍ଭିକ ଦିନରେ ଏ ବିଷୟକୁ ନେଇ ଗୃହ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଓ କନ୍ଦଳର ପରିବେଶ ସୃଷ୍ଟି ହୋଇଥିଲା। ସମାଜର ନିମ୍ନବର୍ଗରୁ ଉଠି ରାଷ୍ଟ୍ରର ସର୍ବୋଚ୍ଚ ପଦବୀ ପର୍ଯ୍ୟନ୍ତ ଯାତ୍ରା ପ୍ରତି ଅପମାନସୂଚକ ଶବ୍ଦ ପ୍ରୟୋଗ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ମୂଲ୍ୟବୋଧର ସମ୍ପୂର୍ଣ୍ଣ ପରିପନ୍ଥୀ। ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଯେଉଁଦିନ ଦିଲ୍ଲୀର ରାୟସିନା ହିଲ୍‍ସ ସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲ୍‍ରେ ଦେଶର ଷୋହଳତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ସେହିଦିନ ସାରା ଭାରତର ଆଦିବାସୀ ଓ ଦଳିତ ସମାଜ, ବିଶେଷକରି ପ୍ରତ୍ୟେକ ଓଡ଼ିଆ ପ୍ରାଣ ନିଶ୍ଚୟ ସ୍ପନ୍ଦିତ ହୋଇ ଉଠିବ।

21 Jul 2022 By The Sakala

https://www.thesakala.in/latest-odisha-news/jayayatra-of-president-smt-draupadi-murmu/article-13500
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର