ମନୋରଞ୍ଜନ
ଓଡ଼ିଶା
ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ, ପାସ ହାରରେ ଛାତ୍ରୀ ଆଗୁଆ
ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ଏ ନେଇ ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍ କରିଥିବା ବେଳେ ୮,୬୯୯ ଜଣ ଫେଲ୍ ହୋଇଛନ୍ତି। ମାଲକାନଗିରିର ୨ଟି ସ୍କୁଲ୍ ଓ […]
ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ। ଚଳିତ ବର୍ଷ ପାସ୍ ହାର ୯୦.୫୫% ରହିଛି। ଏ ନେଇ ଆନୁଷ୍ଠାନିକ ଭାବେ ରେଜଲ୍ଟ ପ୍ରକାଶ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ। କଟକ ବୋର୍ଡ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍ କରିଥିବା ବେଳେ ୮,୬୯୯ ଜଣ ଫେଲ୍ ହୋଇଛନ୍ତି। ମାଲକାନଗିରିର ୨ଟି ସ୍କୁଲ୍ ଓ ଅନୁଗୁଳର ଗୋଟିଏ ସ୍କୁଲ୍ରେ ଫଳାଫଳ ଶୂନ ରହିଛି। ୧୧୭୦ ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି ।
ସୂଚନା ଅନୁଯାୟୀ, ୨, ୫୬, ୮୭୭ଜଣ ଛାତ୍ର ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ଏଥିସହ ଛାତ୍ରମାନଙ୍କ ପାସ୍ ହାର ୮୮.୭୭ ପ୍ରତିଶତ ରହିଛି। ସେହିପରି ୨, ୬୦, ୯୭୦ଜଣ ଛାତ୍ରୀ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି। ଏଥିସହ ଛାତ୍ରୀମାନଙ୍କ ପାସ୍ ହାର ୯୨.୩୭ ପ୍ରତିଶତ ରହିଛି।
ମୋଟ ପାସ୍ ହୋଇଥିବା ପିଲାଙ୍କ ମଧ୍ୟରୁ A-୧ରେ ୮ ହଜାର ୧୧୯ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ । A-୨ରେ ୫୪ ହଜାର ୮୮୯ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ସେହପରି B-୧ରେ ୧୨୦୨୦୩ ଛାତ୍ରଛାତ୍ରୀ ପାସ କରିଥିବା ବେଳେ B-୨ରେ ୧୪୨୨୬୬ ଜଣ ଛାତ୍ରଛାତ୍ରୀ ପାସ ହୋଇଛନ୍ତି।ହେଲେ ଚଳିତଥର ସପ୍ଲିମେଣ୍ଟାରୀ ପରୀକ୍ଷା ହେବନି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ଯେଉଁ ଛାତ୍ରଛାତ୍ରୀ ରିଚେକିଂ ଚାହୁଁଥିବେ ସେମାନଙ୍କୁ ୧୫ ଦିନ ସମୟ ମିଳିବ। ରିଚେକିଂ ପାଇଁ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୧୧ରୁ ୨୫ ପର୍ୟ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।
ଛାତ୍ରଛାତ୍ରୀମାନେ ୨ଟି ବୋର୍ଡ ୱେବସାଇଟ ମାଧ୍ୟମରେ ନିଜର ରେଜଲ୍ଟ ସମ୍ପର୍କରେ ଜାଣିପାରିବେ। ଏଥି ପାଇଁ ବୋର୍ଡ଼ www.bseodisha.ac.in ଓ www.bseodisha.nic.in ୱେବସାଇଟ୍ ଜାରି କରିଛି। ଯଦି କୌଣସି ଅଞ୍ଚଳରେ ନେଟୱର୍କର ସମସ୍ୟା ରହିଛି ତାହେଲେ ସମ୍ପୃକ୍ତ ଅଞ୍ଚଳର ପରୀକ୍ଷାର୍ଥୀମାନେ ଏସଏମଏସ ଜରିଆରେ ମଧ୍ୟ ନିଜର ରେଜଲ୍ଟ ପାଇ ପାରିବେ। ଏଥିପାଇଁ ଛାତ୍ରଛାତ୍ରୀ OR10<ROLL NO> ଟାଇପ କରି ୫୬୭୬୭୫୦ ନମ୍ବରକୁ ଏକ ଏସଏମସ ପଠାଇବେ।
ଖବର ଅନୁଯାୟୀ, ଚଳିତ ଥର ବୋର୍ଡ଼ ପକ୍ଷରୁ ୩ଟି ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଥିବାବେଳେ ଯେଉଁ ପଦ୍ଧତିରେ ପରୀକ୍ଷାର୍ଥୀମାନେ ସର୍ବାଧିକ ମାର୍କ ରଖିଥିବେ ତାହାକୁ ଚୂଡାନ୍ତ ମାର୍କ ବୋଲି ଗ୍ରହଣ କରାଯାଇଛି।






