ନିଜ ଜନ୍ମଦିନରେ ନବୀନଙ୍କ ଫ୍ୟାନ୍‌ ଖଗେଶ୍ବରଙ୍କୁ ବାଇକ୍ ଉପହାର ଦେଲେ ପ୍ରଣବ ପ୍ରକାଶ ଦାସ

The Sakala Picture
Published On

ଭୁବନେଶ୍ୱର: ନୂଆ ଗାଡି ଚଢିବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ ଫ୍ୟାନ ଖଗେଶ୍ବର । ନିଜ ଜନ୍ମଦିନରେ ପ୍ରଣବ ପ୍ରକାଶ ଦେଲେ ଏହି ଉପହାର । ଏକ ଭିନ୍ନ ଢ଼ଙ୍ଗରେ ନିଜ ଜନ୍ମଦିନ ପାଳିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ୍ ତଥା ବିଜୁ ଜନତା ଦଳର ଦୃଢ଼ ସମର୍ଥକ ଖଗେଶ୍ୱରଙ୍କୁ ଏକ ମୋଟର ସାଇକେଲ ଗିଫ୍ଟ କରିଛନ୍ତି ପ୍ରଣବ । ବିଜେଡି ସାଂଗଠନିକ ସମ୍ପାଦକଙ୍କ ଠାରୁ ଏହି […]

ଭୁବନେଶ୍ୱର: ନୂଆ ଗାଡି ଚଢିବେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ ଫ୍ୟାନ ଖଗେଶ୍ବର । ନିଜ ଜନ୍ମଦିନରେ ପ୍ରଣବ ପ୍ରକାଶ ଦେଲେ ଏହି ଉପହାର । ଏକ ଭିନ୍ନ ଢ଼ଙ୍ଗରେ ନିଜ ଜନ୍ମଦିନ ପାଳିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଫ୍ୟାନ୍ ତଥା ବିଜୁ ଜନତା ଦଳର ଦୃଢ଼ ସମର୍ଥକ ଖଗେଶ୍ୱରଙ୍କୁ ଏକ ମୋଟର ସାଇକେଲ ଗିଫ୍ଟ କରିଛନ୍ତି ପ୍ରଣବ । ବିଜେଡି ସାଂଗଠନିକ ସମ୍ପାଦକଙ୍କ ଠାରୁ ଏହି ଗିଫ୍ଟ ପାଇଁ ଖଗେଶ୍ୱର ବେଶ୍ ଖୁସି ହୋଇଥିବା ବେଳେ ଅନ୍ୟକର୍ମୀଙ୍କୁ ମଧ୍ୟ ଏହା ବେଶ୍ ଉତ୍ସାହିତ କରିଛି ।

ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ

ସମସ୍ତଙ୍କ ନିକଟରେ ନବୀନଙ୍କ ଫ୍ୟାନ୍‌ ଭାବେ ପରିଚିତ ଖଗେଶ୍ୱର ସର୍ବଦା ବିଜେଡିର ଲୋଗୋ ଏବଂ ବିଜୁ ଜନତା ଦଳ ଲେଖା ଥିବା ପୋଷାକ ପିନ୍ଧୁଥିବା ବେଳେ ସେ ବ୍ୟବହାର କରୁଥିବା ବାଇକ୍ ମଧ୍ୟ ବିଜେଡି ପତାକା ରଙ୍ଗର । ସେ ଦଳର କୌଣସି ପଦ ପଦବୀରେ ନଥିଲେ ମଧ୍ୟ ଦଳୀୟ ସମାବେଶ ଓ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳେ । ହାତରେ ବିଜେଡି ପତାକା ଧରି ନବୀନଙ୍କ ଗୁଣଗାନ କରୁଥିବା ପ୍ରାୟ ସମସ୍ତେ ଶୁଣିଛନ୍ତି ଓ ଦେଖିଛନ୍ତି । ଏଭଳି ଜଣେ ନିସ୍ୱାର୍ଥପର ସମର୍ଥକଙ୍କୁ ପ୍ରଣବଙ୍କ ଏହି ଉପହାର ଅନ୍ୟ କର୍ମୀ ଓ ଖଗେଶ୍ୱରଙ୍କୁ ବେଶ୍ ଉତ୍ସାହିତ କରିଛି । ଅପରପକ୍ଷରେ ଏହି ଫଟୋଟି ସୋସିଆଲ ମିଡିଆରେ ମଧ୍ୟ ଲୋକଙ୍କ ଦ୍ୱାରା ବେଶ୍ ଆଦୃତ ହୋଇଛି । ଏଭଳି କାର୍ଯ୍ୟକୁ ସାମାଜିକ ଗଣମାଧ୍ୟମାରେ ଲୋକେ ବେଶ୍ ପ୍ରଶଂସା କରିଥିବା ବେଳେ ପ୍ରଣବଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର