ମୃତ୍ୟୁ ପରେ ବି ଅମର ରାଇମୋହନ : ହସ୍ପିଟାଲରେ ରାଇଙ୍କ ଚକ୍ଷୁଦାନ କଲେ ପରିବାର ଲୋକ

The Sakala Picture
Published On

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତର ଖ୍ୟାତନାମା ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ବି ତାଙ୍କ ଆଖି ଦୁନିଆ ଦେଖିବ। ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଆଖି ଦାନ କରିଛନ୍ତି ପରିବାର ଲୋକ। ଏବେ ରାଇଙ୍କ ଦୁଇ ଆଖି ପୁଣିଥରେ ଦୁନିଆ ଦେଖିବ। କୌଣସି ଦୃଷ୍ଟିହୀନ ଲୋକ ତାଙ୍କ ଆଖିରେ ଦୁନିଆ ଦେଖି ପାରିବ। ଯାହା ଦ୍ବାରା ମୃତ୍ୟୁ ପରେ ମଧ୍ୟ ଅମର ହୋଇ ରହିବେ ରାଇମୋହନ। ତାଙ୍କ ଦୁଇ ଆଖି […]

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତର ଖ୍ୟାତନାମା ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ବି ତାଙ୍କ ଆଖି ଦୁନିଆ ଦେଖିବ। ରାଇମୋହନଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ଆଖି ଦାନ କରିଛନ୍ତି ପରିବାର ଲୋକ। ଏବେ ରାଇଙ୍କ ଦୁଇ ଆଖି ପୁଣିଥରେ ଦୁନିଆ ଦେଖିବ। କୌଣସି ଦୃଷ୍ଟିହୀନ ଲୋକ ତାଙ୍କ ଆଖିରେ ଦୁନିଆ ଦେଖି ପାରିବ। ଯାହା ଦ୍ବାରା ମୃତ୍ୟୁ ପରେ ମଧ୍ୟ ଅମର ହୋଇ ରହିବେ ରାଇମୋହନ। ତାଙ୍କ ଦୁଇ ଆଖି ପୁଣିଥରେ ଦୁନିଆ ଦେଖିବ।

ଆହୁରି ପଢ଼ନ୍ତୁ: ଅଗ୍ନି ନିରାପତ୍ତା ନଥିଲେ ସାବଧାନ: ଆଜିଠୁ ସାରା ରାଜ୍ୟରେ ଅଗ୍ନିଶମ ବିଭାଗର ସରପ୍ରାଇଜ୍ ଯାଞ୍ଚ ଆରମ୍ଭ

ଶୁକ୍ରବାର ମଧ୍ୟାହ୍ନରେ ରାଇମୋହନ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହାପରେ ତାଙ୍କ ମରଶରୀରକୁ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ପରିବାର ଲୋକ ରାଇଙ୍କ ଦୁଇ ଆଖି ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁ ନାଲି ନାଲି ଆଖିକୁ ଦେଖି, ଦିନେ ଦର୍ଶକ ଭୟରେ ଥରୁଥିଲେ । ଯେଉଁ ଆଖିକୁ ଦେଖି ଦର୍ଶକ ତାଙ୍କ ଅଭିନୟରେ ମତୁଆଲା ହେଉଥିଲେ । ରାଇମୋହନଙ୍କ ସେଇ ଆଖି ତାଙ୍କ ମୃତ୍ୟୁ ପରେ ବି ଜୀବିତ ରହିବ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସୂଚନାଯୋଗ୍ୟ ୧୯୬୩ ମସିହାରେ ରାଇମୋହନ ପରିଡ଼ା ଜନ୍ମ ହୋଇଥିଲେ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଉଦୟପୁର ଗାଁରେ। କରଞ୍ଜିଆ କଲେଜରେ ପାଠପଢ଼ା ଶେଷ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ। ସେ ଏଠାରେ ନାଟକ ବିଭଗର ଛାତ୍ର ଥିଲେ। ସେ ଅଭିନୟରେ ତାଲିମ ନେଇଥିଲେ।ରାଇମୋହନ ପରିଡ଼ା ୯୦ଟି ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବା ସହିତ ୧୫ଟି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି। ସେ ୪୦ରୁ ଅଧିକ ନାଟକରେ ଅଭିନୟ କରିଥିବା ବେଳେ ଯାତ୍ରାରେ ମଧ୍ୟ କାମ କରିଛନ୍ତି। ବିଶେଷ କରି ନେଗେଟିଭ୍ କ୍ୟାରେକ୍ଟରରେ ସେ ଛାଡ଼ି ଯାଇଛନ୍ତି ସ୍ୱତନ୍ତ୍ର ଛାପ।

ଆହୁରି ପଢ଼ନ୍ତୁ: ରାସ୍ତା ଉପରେ ଜଳିଗଲା କଣ୍ଟେନର୍, ଅଳ୍ପକେ ବର୍ତ୍ତିଲେ ଚାଳକ; ରୋଷେଇରୁ ନିଆଁ ଲାଗିଥିବା ସନ୍ଦେହ

୧୯୮୫ରେ ରାଇମୋହନ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ୧୯୮୭ରେ ସେ ‘ସାଗର’ ଫିଲ୍ମରେ ପ୍ରଥମେ ନେଗେଟିଭ୍ କ୍ୟାରେକ୍ଟରେ ଅଭିନୟ କରିଥିଲେ। ‘ସତମିଛ’, ‘ରାମଲକ୍ଷ୍ମଣ’, ‘ଆସିବୁ କେବେ ସାଜି ମୋ ରାଣୀ’, ‘ନାଗପଞ୍ଚମୀ’, ’ଉଦଣ୍ଡୀସୀତା’, ‘ଦେ ମା’ ଶକ୍ତି ଦେ’, ‘ଜୟ ଶ୍ରୀରାମ’, ‘ତୁ ଥିଲେ ମୋ ଡର କାହାକୁ’, ‘ରଣଭୂମି’, ’ମେଣ୍ଟାଲ ଟୋକା’, ‘ସିଂହବାହିନୀ’, ‘କୁଳନନ୍ଦନ’, ‘କଣ୍ଢେଇ ଆଖିରେ ଲୁହ’, ‘ତୁ ଥିଲେ ମୋ ଡର କାହାକୁ’, ‘କୋଟିଏ ମଣିଷ ଗୋଟିଏ ଜଗା’ ଓ ‘ମିଷ୍ଟର ମଜ୍‌ନୁ’ ଭଳି ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି। ଅଭିନୟ ପାଇଁ ସେ ବହୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର