ରାଜ୍ୟରେ ଉପର ମୁହାଁ କରୋନା ଗ୍ରାଫ୍‌ : ୫ ଶହ ଡେଇଁଲା ଦୈନିକ ସଂକ୍ରମଣ

The Sakala Picture
Published On

ଭୁବନେଶ୍ବର : କାଟୁକରୁ ନାହିଁ କରୋନା କଟକଣା । ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଗଲାଣି। ଏପ୍ରିଲ ମାସରେ କରୋନା ସଂକ୍ରମଣ ଶିର୍ଷରେ ପହଞ୍ଚିବ ବୋଲି ବିଭିନ୍ନସ୍ଥରରେ ରିପୋର୍ଟ ପ୍ରକାଶ ପାଇଲାଣି। କିନ୍ତୁ ଏହା ସେତ୍ତ୍ବ କରୋନାକୁ ପରାସ୍ତ କରିବା ପାଇଁ ଜନତାଙ୍କ ସହଯୋଗ ମିଳୁଥିବା ପରି ଦେଖାଯାଉନାହିଁ। ଦିନକୁ ଦିନ ବେକାକୁ ହେବା ସହ ରେକର୍ଡ ଭାଙ୍ଗି ଚାଲିଛି ମହାମାରୀ। ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର୍‌ କରିଥିବା ବେଳେ ବେଳେ ରାଜ୍ୟରେ […]

ଭୁବନେଶ୍ବର : କାଟୁକରୁ ନାହିଁ କରୋନା କଟକଣା । ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଗଲାଣି। ଏପ୍ରିଲ ମାସରେ କରୋନା ସଂକ୍ରମଣ ଶିର୍ଷରେ ପହଞ୍ଚିବ ବୋଲି ବିଭିନ୍ନସ୍ଥରରେ ରିପୋର୍ଟ ପ୍ରକାଶ ପାଇଲାଣି। କିନ୍ତୁ ଏହା ସେତ୍ତ୍ବ କରୋନାକୁ ପରାସ୍ତ କରିବା ପାଇଁ ଜନତାଙ୍କ ସହଯୋଗ ମିଳୁଥିବା ପରି ଦେଖାଯାଉନାହିଁ। ଦିନକୁ ଦିନ ବେକାକୁ ହେବା ସହ ରେକର୍ଡ ଭାଙ୍ଗି ଚାଲିଛି ମହାମାରୀ। ଆଜି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ପାର୍‌ କରିଥିବା ବେଳେ ବେଳେ ରାଜ୍ୟରେ ବି ୫୦୦ ଡେଇଁଛି ଦୈନିକ ପଜିଟିଭ ସଂଖ୍ୟା। ଗତ ୩ ଦିନ ହେଲା ୫୦୦ ମୁହାଁ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୫୭୩ରେ ପହଞ୍ଚି ଯାଇଛି। ଚିହ୍ନଟ ୫୭୩ ଆକ୍ରାନ୍ତଙ୍କ ମଧ୍ୟରୁ ସଂଗରୋଧରୁ ୩୩୭ ଓ ସ୍ଥାନୀୟ ଅଞ୍ଚଳରୁ ୨୩୬ ସଂକ୍ରମିତ ରହିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

 

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ଖୋର୍ଦ୍ଧାରୁ ସର୍ବାଧିକ ୯୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ସୁନ୍ଦରଗଡ଼ରୁ ୮୦, ନୂଆପଡ଼ାରୁ ୬୦, ବରଗଡ଼ରୁ ୪୩, ଝାରସୁଗୁଡ଼ା ୩୯ , ଅନୁଗୁଳ ୩୨, କଟକ ୨୮, କଳାହାଣ୍ଡିରୁ ୨୪ ,ବଲାଙ୍ଗିର ୨୦, ରାୟଗଡ଼ା ୧୬, ମୟୂରଭଞ୍ଜ ୧୩, ବାଲେଶ୍ବରରୁ ୧୧, କେନ୍ଦୁଝର ଓ ଗଞ୍ଜାମରୁ ୮ ଜଣ ଲେଖାଏଁ , ନବରଙ୍ଗପୁର, ଭଦ୍ରକ, ଗଜପତି, କୋରାପୁଟରୁ ୩ ଲେଖାଏଁ, ସୋନପୁର ୨, ନୟାଗଡ଼, କେନ୍ଦ୍ରାପଡ଼ା, କନ୍ଧମାଳ, ଦେବଗଡ଼ ଓ ବୌଦ୍ଧରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର