ବ୍ରଜରାଜନଗର ବାଜି ଜିତିଲା ବିଜେଡି, ୬୬ ହଜାରରୁ ଅଧିକ ଭୋଟରେ ଅଳକା ମହାନ୍ତି ବିଜୟୀ

The Sakala Picture
Published On

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ । ବୃହତ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଅଳକା ମହାନ୍ତି । ୬୬ ହଜାର ୧୨୨ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଜୟ ପରେ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି । ଚଳିତ ଉପନିର୍ବାଚନରେ ବିଜେପିକୁ […]

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ । ବୃହତ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଅଳକା ମହାନ୍ତି । ୬୬ ହଜାର ୧୨୨ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଜୟ ପରେ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ସ୍ଥଗିତ ରହିଲା ବସ୍‌ ଧର୍ମଘଟ, STA କମିଶନରଙ୍କ ସହ ଆଲୋଚନା ପରେ ବସ୍ ମାଲିକ ସଂଘର ନିଷ୍ପତ୍ତି

ଚଳିତ ଉପନିର୍ବାଚନରେ ବିଜେପିକୁ ପଛରେ ପକାଇ ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ । ଗଣତି ପରଠାରୁ ଦ୍ବିତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ତେବେ ବିବେକର ଏହି ମୁକାବିଲାରେ କଂଗ୍ରେସ ଆଗେଇ ଦ୍ବିତୀୟ ସ୍ଥାନ ହାସଲ କରିଛି । କଂଗ୍ରେସ ବ୍ରଜରାଜନଗରରେ ଏକ ହୋଇ ଲଢ଼େଇ କରିଥିଲା । ସବୁ ବିଧାୟକ ଗାଁ ଗାଁ ବୁଲି ପ୍ରଚାର କରିଥିଲେ । ଯାହାର ଫଳ ବ୍ରଜରାଜନଗର ଉପନିର୍ବାଚନରେ ଦେଖିବାକୁ ମିଳିଛି । ଉଭୟ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଉପରେ ଭରସା କରିଥିଲେ ମଧ୍ୟ ବିଜେପିକୁ ଲୋକ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସକୁ ପ୍ରଚାରର ଫଳ ମିଳିଥିବା ଦଳ କହିଛି ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ସ୍ୱର୍ଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଧର୍ମପତ୍ନୀ ହେଉଛନ୍ତି ଅଳକା ମହାନ୍ତି । ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅକାଳ ବିୟୋଗ ପରେ ବ୍ରଜରାଜନଗର ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା । ମେ ୩୧ ତାରିଖରେ ମତଦାନ ହେବା ପରେ ଆଜି ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିପୁଳ ସମର୍ଥନରେ ବିଜେଡି ପ୍ରାର୍ଥୀ ଅଳକା ବାଜିମାତ୍ କରିଛନ୍ତି।

ଆହୁରି ପଢ଼ନ୍ତୁ: କୁବେର ITDA ସହକାରୀ ନିର୍ବାହୀ ଯନ୍ତ୍ରୀ: ମିଳିଲାଣି ୧କେଜିରୁ ଉର୍ଦ୍ଧ୍ୱ ସୁନା, ଦୁଇ କୋଟି ଟଙ୍କା ସହ ୫ଟି ଆଲିସାନ କୋଠା ଓ ୧୪ଟି ପ୍ଲଟ ଠାବ

03 Jun 2022 By The Sakala

ବ୍ରଜରାଜନଗର ବାଜି ଜିତିଲା ବିଜେଡି, ୬୬ ହଜାରରୁ ଅଧିକ ଭୋଟରେ ଅଳକା ମହାନ୍ତି ବିଜୟୀ

ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବାଜିମାତ । ବୃହତ ବିଜୟ ହାସଲ କରିଛନ୍ତି ବିଜୁ ଜନତା ଦଳର ପ୍ରାର୍ଥୀ ଅଳକା ମହାନ୍ତି । ୬୬ ହଜାର ୧୨୨ ଭୋଟରେ ବିଜୟ ଲାଭ କଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଜୟ ପରେ ବିଜୟ ଉତ୍ସବ ମନାଉଛନ୍ତି ବିଜେଡି କର୍ମୀ । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇଲେ ଅଳକା । ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି ।

ଚଳିତ ଉପନିର୍ବାଚନରେ ବିଜେପିକୁ ପଛରେ ପକାଇ ବ୍ରଜରାଜନଗରରେ ଦ୍ବିତୀୟ ସ୍ଥାନରେ ରହିଛି କଂଗ୍ରେସ । ଗଣତି ପରଠାରୁ ଦ୍ବିତୀୟ ସ୍ଥାନ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ତେବେ ବିବେକର ଏହି ମୁକାବିଲାରେ କଂଗ୍ରେସ ଆଗେଇ ଦ୍ବିତୀୟ ସ୍ଥାନ ହାସଲ କରିଛି । କଂଗ୍ରେସ ବ୍ରଜରାଜନଗରରେ ଏକ ହୋଇ ଲଢ଼େଇ କରିଥିଲା । ସବୁ ବିଧାୟକ ଗାଁ ଗାଁ ବୁଲି ପ୍ରଚାର କରିଥିଲେ । ଯାହାର ଫଳ ବ୍ରଜରାଜନଗର ଉପନିର୍ବାଚନରେ ଦେଖିବାକୁ ମିଳିଛି । ଉଭୟ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଉପରେ ଭରସା କରିଥିଲେ ମଧ୍ୟ ବିଜେପିକୁ ଲୋକ ସଂପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସକୁ ପ୍ରଚାରର ଫଳ ମିଳିଥିବା ଦଳ କହିଛି ।

ସ୍ୱର୍ଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ଧର୍ମପତ୍ନୀ ହେଉଛନ୍ତି ଅଳକା ମହାନ୍ତି । ବିଜେଡି ବିଧାୟକ କିଶୋର କୁମାର ମହାନ୍ତିଙ୍କ ଅକାଳ ବିୟୋଗ ପରେ ବ୍ରଜରାଜନଗର ବିଧାନସଭା ପାଇଁ ଉପନିର୍ବାଚନ ହୋଇଥିଲା । ମେ ୩୧ ତାରିଖରେ ମତଦାନ ହେବା ପରେ ଆଜି ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ବିପୁଳ ସମର୍ଥନରେ ବିଜେଡି ପ୍ରାର୍ଥୀ ଅଳକା ବାଜିମାତ୍ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର