ନେପାଳ ବିମାନ ଦୁର୍ଘଟଣା: ୪ ଓଡ଼ିଆ ଯାତ୍ରୀଙ୍କ ମୃତଦେହ ଚିହ୍ନଟ, ପ୍ରଥମ ପତ୍ନୀଙ୍କ ସହ ୧୦ ଦିନ ରହିବାକୁ ଯାଇଥିଲେ ଅଶୋକ

The Sakala Picture
Published On

ଭୁବନେଶ୍ୱର: ନେପାଳ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ୨୨ଜଣଙ୍କ ମଧ୍ୟରୁ ୪ଜଣ ଓଡ଼ିଆ ଥିବା ସୋମବାର ସ୍ପଷ୍ଟ ହୋଇଛି। ସେମାନେ ହେଲେ ଜୟଦେବ ବିହାର ଅନ୍ତର୍ଗତ ଗଙ୍ଗାଧର ନଗର ନିବାସୀ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ବନ୍ଦେକର ତ୍ରିପାଠୀ ଏବଂ ଦୁଇ ପିଲା ଧନୂଷ ତ୍ରିପାଠୀ, ଋତିକା ତ୍ରିପାଠୀ। ସେମାନଙ୍କ ମୃତଦେହ ଚିହ୍ନଟ କରାଯିବା ପରେ ଏନେଇ ନେପାଳ ଏୟାରଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଖୁବ୍‍ ଶୀଘ୍ର ସେମାନଙ୍କ ମୃତଦେହ ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ନେପାଳ […]

ଭୁବନେଶ୍ୱର: ନେପାଳ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ୨୨ଜଣଙ୍କ ମଧ୍ୟରୁ ୪ଜଣ ଓଡ଼ିଆ ଥିବା ସୋମବାର ସ୍ପଷ୍ଟ ହୋଇଛି। ସେମାନେ ହେଲେ ଜୟଦେବ ବିହାର ଅନ୍ତର୍ଗତ ଗଙ୍ଗାଧର ନଗର ନିବାସୀ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ବନ୍ଦେକର ତ୍ରିପାଠୀ ଏବଂ ଦୁଇ ପିଲା ଧନୂଷ ତ୍ରିପାଠୀ, ଋତିକା ତ୍ରିପାଠୀ। ସେମାନଙ୍କ ମୃତଦେହ ଚିହ୍ନଟ କରାଯିବା ପରେ ଏନେଇ ନେପାଳ ଏୟାରଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଖୁବ୍‍ ଶୀଘ୍ର ସେମାନଙ୍କ ମୃତଦେହ ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ନେପାଳ ଏୟାରଲାଇନ୍ସ କର୍ତ୍ତୃପକ୍ଷ କହିଛନ୍ତି, ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଛି। ତେବେ ଏଯାଏଁ ୧୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି, ସେଥିରେ ୪ଜଣ ଓଡ଼ିଆ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିବେ ମହାପ୍ରଭୁ, ଅପେକ୍ଷାରେ ନନ୍ଦା ଓ ଭଦ୍ରା

ଅନ୍ୟପଟରେ ମୃତ ଓଡ଼ିଆ ପରିବାରକୁ ନେଇ ନୂଆ ତଥ୍ୟ ଏବେ ସାମନାକୁ ଆସିଛି। ଅଶୋକ ତ୍ରିପାଠୀଙ୍କ ପରିବାର ନେପାଳ ବୁଲିବାକୁ ଯାଇଥିଲେ ଏବଂ ସେହି ସମୟରେ ଏହି ଦୁର୍ଘଟଣା ଘଟିଛି। ଅଶୋକ ତାଙ୍କ ପୂର୍ବ ପତ୍ନୀ ବୈଭବୀ ବନ୍ଦେକର ତ୍ରିପାଠୀ ଓ ଦୁଇ ପିଲାଙ୍କ ସହ ନେପାଳ ଯାଇଥିଲେ। କିଛି ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। କିନ୍ତୁ ପୁଅ-ଝିଅ ମା’ ବୈଭବୀ ବନ୍ଦେକରଙ୍କ ସହ ମୁମ୍ୱାଇରେ ରହୁଥିଲେ। ପରିବାରରେ ସେମାନେ ନିଷ୍ପତି କରିଥିଲେ ଯେ ବର୍ଷକରେ ୧୦ ଦିନ ସେମାନେ ଏକାଠି ରହିବେ। ସେହିକ୍ରମରେ ଅଶୋକ ୧୦ ଦିନ ରହିବା ପାଇଁ ପତ୍ନୀଙ୍କ ନିକଟକୁ ଯାଇଥିଲେ। ସେଠାରୁ ସେମାନେ ପରିବାର ସଦସ୍ୟ ନେପାଳ ଯାଇଥିଲେ। ପୂର୍ବରୁ ମଧ୍ୟ ସେମାନେ ଏକାଧିକ ସ୍ଥାନ ବୁଲିଛନ୍ତି। ବୈଭବୀ ମୁମ୍ୱାଇରେ ଜଣେ କର୍ମଜୀବୀ ମହିଳା। ତାଙ୍କ ପୁଅ ଧନୁଷ ଏବଂ ଝିଅ ରିତିକା ତାଙ୍କ ସହ ରହୁଥିଲେ। ଅଶୋକ ତ୍ରିପାଠୀ, ପୂର୍ବ ପତ୍ନୀ ବୈଭବୀ, ପୁଅ ଧନୂଷ ଓ ଝିଅ ଋତିକା ଏକାଠି ତାରା ଏୟାରଲାଇନ୍ସ ବିମାନରେ ବସିଥିଲେ। ସେମାନଙ୍କ ସହ ୧୩ ଜଣ ନେପାଳୀ, ୨ ଜଣ ଜର୍ମାନ ନାଗରିକ ଏବଂ ଓଡ଼ିଶାର ଏହି ଚାରିଜଣ ସେହି ବିମାନରେ ପୋଖରା ବୁଲିବାକୁ ଯାଉଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

31 May 2022 By The Sakala

ନେପାଳ ବିମାନ ଦୁର୍ଘଟଣା: ୪ ଓଡ଼ିଆ ଯାତ୍ରୀଙ୍କ ମୃତଦେହ ଚିହ୍ନଟ, ପ୍ରଥମ ପତ୍ନୀଙ୍କ ସହ ୧୦ ଦିନ ରହିବାକୁ ଯାଇଥିଲେ ଅଶୋକ

ଭୁବନେଶ୍ୱର: ନେପାଳ ବିମାନ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ୨୨ଜଣଙ୍କ ମଧ୍ୟରୁ ୪ଜଣ ଓଡ଼ିଆ ଥିବା ସୋମବାର ସ୍ପଷ୍ଟ ହୋଇଛି। ସେମାନେ ହେଲେ ଜୟଦେବ ବିହାର ଅନ୍ତର୍ଗତ ଗଙ୍ଗାଧର ନଗର ନିବାସୀ ଅଶୋକ ତ୍ରିପାଠୀ, ପତ୍ନୀ ବୈଭବୀ ବନ୍ଦେକର ତ୍ରିପାଠୀ ଏବଂ ଦୁଇ ପିଲା ଧନୂଷ ତ୍ରିପାଠୀ, ଋତିକା ତ୍ରିପାଠୀ। ସେମାନଙ୍କ ମୃତଦେହ ଚିହ୍ନଟ କରାଯିବା ପରେ ଏନେଇ ନେପାଳ ଏୟାରଲାଇନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଖୁବ୍‍ ଶୀଘ୍ର ସେମାନଙ୍କ ମୃତଦେହ ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି। ନେପାଳ ଏୟାରଲାଇନ୍ସ କର୍ତ୍ତୃପକ୍ଷ କହିଛନ୍ତି, ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଛି। ତେବେ ଏଯାଏଁ ୧୬ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି, ସେଥିରେ ୪ଜଣ ଓଡ଼ିଆ ଅଛନ୍ତି।

ଅନ୍ୟପଟରେ ମୃତ ଓଡ଼ିଆ ପରିବାରକୁ ନେଇ ନୂଆ ତଥ୍ୟ ଏବେ ସାମନାକୁ ଆସିଛି। ଅଶୋକ ତ୍ରିପାଠୀଙ୍କ ପରିବାର ନେପାଳ ବୁଲିବାକୁ ଯାଇଥିଲେ ଏବଂ ସେହି ସମୟରେ ଏହି ଦୁର୍ଘଟଣା ଘଟିଛି। ଅଶୋକ ତାଙ୍କ ପୂର୍ବ ପତ୍ନୀ ବୈଭବୀ ବନ୍ଦେକର ତ୍ରିପାଠୀ ଓ ଦୁଇ ପିଲାଙ୍କ ସହ ନେପାଳ ଯାଇଥିଲେ। କିଛି ବର୍ଷ ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା। କିନ୍ତୁ ପୁଅ-ଝିଅ ମା’ ବୈଭବୀ ବନ୍ଦେକରଙ୍କ ସହ ମୁମ୍ୱାଇରେ ରହୁଥିଲେ। ପରିବାରରେ ସେମାନେ ନିଷ୍ପତି କରିଥିଲେ ଯେ ବର୍ଷକରେ ୧୦ ଦିନ ସେମାନେ ଏକାଠି ରହିବେ। ସେହିକ୍ରମରେ ଅଶୋକ ୧୦ ଦିନ ରହିବା ପାଇଁ ପତ୍ନୀଙ୍କ ନିକଟକୁ ଯାଇଥିଲେ। ସେଠାରୁ ସେମାନେ ପରିବାର ସଦସ୍ୟ ନେପାଳ ଯାଇଥିଲେ। ପୂର୍ବରୁ ମଧ୍ୟ ସେମାନେ ଏକାଧିକ ସ୍ଥାନ ବୁଲିଛନ୍ତି। ବୈଭବୀ ମୁମ୍ୱାଇରେ ଜଣେ କର୍ମଜୀବୀ ମହିଳା। ତାଙ୍କ ପୁଅ ଧନୁଷ ଏବଂ ଝିଅ ରିତିକା ତାଙ୍କ ସହ ରହୁଥିଲେ। ଅଶୋକ ତ୍ରିପାଠୀ, ପୂର୍ବ ପତ୍ନୀ ବୈଭବୀ, ପୁଅ ଧନୂଷ ଓ ଝିଅ ଋତିକା ଏକାଠି ତାରା ଏୟାରଲାଇନ୍ସ ବିମାନରେ ବସିଥିଲେ। ସେମାନଙ୍କ ସହ ୧୩ ଜଣ ନେପାଳୀ, ୨ ଜଣ ଜର୍ମାନ ନାଗରିକ ଏବଂ ଓଡ଼ିଶାର ଏହି ଚାରିଜଣ ସେହି ବିମାନରେ ପୋଖରା ବୁଲିବାକୁ ଯାଉଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର