ନନ୍ଦନକାନନରେ ପର୍ଯ୍ଯଟକଙ୍କୁ ମାଡ଼ ଘଟଣା: ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦିଆଗଲା ଦାୟିତ୍ୱ

The Sakala Picture
Published On

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ଯଟକଙ୍କୁ ସଫାରି ବସ୍ କର୍ମଚାରୀଙ୍କ ମାଡ଼ ଘଟଣା । ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛ । ପର୍ଯ୍ଯଟକଙ୍କୁ ମାଡ଼ ଘଟଣାର ତଦନ୍ତ କରୁଛି ନନ୍ଦନକାନନ ପୁଲିସ । ତଦନ୍ତ ପରେ ଆକ୍ରମଣ କରିଥିବା ସଫାରି କର୍ମଚାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ସଫାରି ବସ୍ ଓ ବ୍ୟାଟେରୀ ଚଳିତ ଗାଡ଼ିକୁ ଟେଣ୍ଡର ପ୍ରକ୍ରିୟାରେ ନେଇଥିବା ଘରୋଇ ସଂସ୍ଥାର ଲାଇସେନ୍ସକୁ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ […]

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ଯଟକଙ୍କୁ ସଫାରି ବସ୍ କର୍ମଚାରୀଙ୍କ ମାଡ଼ ଘଟଣା । ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛ । ପର୍ଯ୍ଯଟକଙ୍କୁ ମାଡ଼ ଘଟଣାର ତଦନ୍ତ କରୁଛି ନନ୍ଦନକାନନ ପୁଲିସ । ତଦନ୍ତ ପରେ ଆକ୍ରମଣ କରିଥିବା ସଫାରି କର୍ମଚାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ସଫାରି ବସ୍ ଓ ବ୍ୟାଟେରୀ ଚଳିତ ଗାଡ଼ିକୁ ଟେଣ୍ଡର ପ୍ରକ୍ରିୟାରେ ନେଇଥିବା ଘରୋଇ ସଂସ୍ଥାର ଲାଇସେନ୍ସକୁ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ।

ଆହୁରି ପଢ଼ନ୍ତୁ: ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା: ଜନ୍ମବେଦୀରୁ ଶ୍ରୀମନ୍ଦିର ରତ୍ନସିଂହାସନ ଅଭିମୁଖେ ବାହାରିବେ ଚତୁର୍ଦ୍ଧାମୂରତି

ନନ୍ଦନକାନନରେ କୌଣସି ସମସ୍ୟା ହେଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପର୍ଯ୍ଯଟକଙ୍କୁ ଜଣାଯାଇଛି । ଏହାସହ ପ୍ରାଣୀ ଉଦ୍ୟାନରେ ଥିବା ସଫାରୀ, ବୋଟିଂ, ପାର୍କିଂରେ ବିଶୃଙ୍ଖଳା ହେଲେ ଆଇନକୁ ହାତକୁ ନ ନେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଗତକାଲି ଛତିଶଗଡ଼ର ପର୍ଯ୍ଯଟକଙ୍କୁ ଠେଙ୍ଗା, କାଠଫାଳିଆରେ ମାଡ଼ ମାରିବାର ଭିଡିଓ ଭାଇରଲ ହୋଇଥିଲା । ବିଳମ୍ବକୁ ନେଇ ବଚସା ହେବାରୁ ପର୍ଯ୍ଯଟକଙ୍କୁ ଆକ୍ରମଣ କରିଥିଲେ ୫୦ରୁ ଅଧିକ କର୍ମଚାରୀ । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ପର୍ଯ୍ଯଟକ ।

ଆହୁରି ପଢ଼ନ୍ତୁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ

ଅଭିଯୋଗ ଅନୁସାରେ, ଛତିଶଗଡ଼ରୁ ୨୬ ଜଣ ପର୍ଯ୍ଯଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରିରେ ବୁଲିବା ପାଇଁ ଦିନ ୨ଟାରେ ଟିକେଟ କାଟିଥିଲେ। ମାତ୍ର ୩ ଘଣ୍ଟା କାଳ ଅପେକ୍ଷା ପରେ ମଧ୍ୟ ସଫାରି ନମିଳିବାରୁ କର୍ମଚାରୀଙ୍କ ସହିତ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ପର୍ଯ୍ଯଟକଙ୍କୁ ଆକ୍ରମଣ କରିଥିଲେ ସଫାରି କର୍ମଚାରୀ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

23 May 2022 By The Sakala

ନନ୍ଦନକାନନରେ ପର୍ଯ୍ଯଟକଙ୍କୁ ମାଡ଼ ଘଟଣା: ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦିଆଗଲା ଦାୟିତ୍ୱ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ଯଟକଙ୍କୁ ସଫାରି ବସ୍ କର୍ମଚାରୀଙ୍କ ମାଡ଼ ଘଟଣା । ଅଧିକ ତଦନ୍ତ ପାଇଁ ରେଞ୍ଜ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛ । ପର୍ଯ୍ଯଟକଙ୍କୁ ମାଡ଼ ଘଟଣାର ତଦନ୍ତ କରୁଛି ନନ୍ଦନକାନନ ପୁଲିସ । ତଦନ୍ତ ପରେ ଆକ୍ରମଣ କରିଥିବା ସଫାରି କର୍ମଚାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ସଫାରି ବସ୍ ଓ ବ୍ୟାଟେରୀ ଚଳିତ ଗାଡ଼ିକୁ ଟେଣ୍ଡର ପ୍ରକ୍ରିୟାରେ ନେଇଥିବା ଘରୋଇ ସଂସ୍ଥାର ଲାଇସେନ୍ସକୁ ବାତିଲ କରାଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ଉପନିର୍ଦ୍ଦେଶକ ।

ନନ୍ଦନକାନନରେ କୌଣସି ସମସ୍ୟା ହେଲେ କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପର୍ଯ୍ଯଟକଙ୍କୁ ଜଣାଯାଇଛି । ଏହାସହ ପ୍ରାଣୀ ଉଦ୍ୟାନରେ ଥିବା ସଫାରୀ, ବୋଟିଂ, ପାର୍କିଂରେ ବିଶୃଙ୍ଖଳା ହେଲେ ଆଇନକୁ ହାତକୁ ନ ନେବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଗତକାଲି ଛତିଶଗଡ଼ର ପର୍ଯ୍ଯଟକଙ୍କୁ ଠେଙ୍ଗା, କାଠଫାଳିଆରେ ମାଡ଼ ମାରିବାର ଭିଡିଓ ଭାଇରଲ ହୋଇଥିଲା । ବିଳମ୍ବକୁ ନେଇ ବଚସା ହେବାରୁ ପର୍ଯ୍ଯଟକଙ୍କୁ ଆକ୍ରମଣ କରିଥିଲେ ୫୦ରୁ ଅଧିକ କର୍ମଚାରୀ । ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ ପର୍ଯ୍ଯଟକ ।

ଅଭିଯୋଗ ଅନୁସାରେ, ଛତିଶଗଡ଼ରୁ ୨୬ ଜଣ ପର୍ଯ୍ଯଟକ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରିରେ ବୁଲିବା ପାଇଁ ଦିନ ୨ଟାରେ ଟିକେଟ କାଟିଥିଲେ। ମାତ୍ର ୩ ଘଣ୍ଟା କାଳ ଅପେକ୍ଷା ପରେ ମଧ୍ୟ ସଫାରି ନମିଳିବାରୁ କର୍ମଚାରୀଙ୍କ ସହିତ ବଚସା ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ପର୍ଯ୍ଯଟକଙ୍କୁ ଆକ୍ରମଣ କରିଥିଲେ ସଫାରି କର୍ମଚାରୀ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର