ଅନୁଭବଙ୍କ ସମର୍ଥନରେ ସୋସିଆଲ ମିଡିଆ ୟୁଜରସ୍, ବଦଳିଲା ‘ବର୍ଷା-ଅନୁଭବ’ ଫେସବୁକ୍ ପେଜର ନାମ

The Sakala Picture
Published On

ଭୁବନେଶ୍ୱର: ସାସଂଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିବାଦ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତକାଲି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାପରେ ଅନୁଭବଙ୍କ ସମର୍ଥନରେ ବାହାରିଛନ୍ତି ଅନେକ ୟୁଜର। ଏମିତିକି ଫେସବୁକରେ ଥିବା ଅନୁଭବ-ବର୍ଷା ନାମକ ଏକ ପେଜର ନାମ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଯେଉଁ ପେଜର ନାମକୁ ପରିବର୍ତ୍ତନ କରାଯାଇ ଜଷ୍ଟିର- ଫର- ଅନୁଭବ ରଖାଯାଇଛି।  ବର୍ତ୍ତାମାନ ସୋସିଆଲ ମିଡିଆରେ […]

ଭୁବନେଶ୍ୱର: ସାସଂଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିବାଦ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତକାଲି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାପରେ ଅନୁଭବଙ୍କ ସମର୍ଥନରେ ବାହାରିଛନ୍ତି ଅନେକ ୟୁଜର। ଏମିତିକି ଫେସବୁକରେ ଥିବା ଅନୁଭବ-ବର୍ଷା ନାମକ ଏକ ପେଜର ନାମ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଯେଉଁ ପେଜର ନାମକୁ ପରିବର୍ତ୍ତନ କରାଯାଇ ଜଷ୍ଟିର- ଫର- ଅନୁଭବ ରଖାଯାଇଛି।  ବର୍ତ୍ତାମାନ ସୋସିଆଲ ମିଡିଆରେ ହିଁ ୟୁଜର ଉଭୟଙ୍କୁ ସମାଲୋଚନା ଏବଂ ସମର୍ଥନ କରିବା ଆରମ୍ଭ କରିଦେଇଛନ୍ତି ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଗତକାଲି  ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ମୁହଁ ଖୋଲି କହିଥିଲେ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼ର କାହାଣୀ । କାହିଁକି ସେ ବିଛେଦ ଚାହୁଛନ୍ତି ତାହାର ଏକ ଭିଡିଓ ପୋଷ୍ଟ କରିିଥିଲେ ଅନୁଭବ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଏହି ଭିଡିଓରେ ଅନୁଭବ ମହାନ୍ତି ପାରିବାରିକ ବିବାଦ ଓ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼କୁ ନେଇ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଥିଲେ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ସେ ସେସିଆଲ ମିଡିଆରେ ଛାଡିଥିବା ଭିଡିଓରେ କହିଥିଲେ ଯେ-  ‘ମୁଁ ଗାଳିଗୁଲଜ କରେ। ୨୪ ଘଣ୍ଟା ମଦ୍ୟପାନ କରେ। ସାଙ୍ଗସାଥୀଙ୍କୁ ଘରକୁ ଡାକି ମଦ ପିଏ। ସାଙ୍ଗସାଥୀଙ୍କ ସାମ୍ନାରେ ମଧ୍ୟ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଏ। ହାତରେ ମାରେ, ଗୋଡ଼ରେ ମାରେ, ଆଉ ଲାଠିରେ ବି ମାରେ। ଏ ସବୁ ସେ ପିଟିସନରେ ଲେଖିଛନ୍ତି। ଯଦି ଏ କଥା ସତ, ତା’ହେଲେ ପୁଣି କାହିଁକି ରହିବାକୁ ଚାହୁଁଛ। ମୋତେ ଡିଭର୍ସ ଦିଅ। ମୋତେ ବଞ୍ଚିବାକୁ ଦିଅ ବର୍ଷା।’

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ଅଭିନେତାରୁ ରାଜନେତା ପାଲଟିଥିବା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡ଼ିଓ ଜାରି କରି ଏସବୁ କହିଛନ୍ତି। ଏଥିଯୋଗୁଁ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ ଭିତରେ ଥିବା ବିବାଦ ପୁଣି ତୀବ୍ର ହୋଇଛି। କିଛି ଦିନ ପୂର୍ବେ ଜାରି କରିଥିବା ଭିଡ଼ିଓରେ ସେ ନିଜ ଦାମ୍ପତ୍ୟ ଜୀବନର ବିବାଦ ବିଷୟରେ କହିଥିଲେ। ଶନିବାର ଜାରି କରିଥିବା ଭିଡ଼ିଓରେ ପ୍ରେମର ଆରମ୍ଭ ଠୁ କୋର୍ଟକଚେରି ମାମଲା ପର୍ଯ୍ୟନ୍ତ ସବୁ କିଛି ଟିକିନିଖି ବଖାଣିଛନ୍ତି ଅନୁଭବ।

ପ୍ରାୟ ଘଣ୍ଟାଏ ଅବଧିର ଏହି ଭିଡିଓରେ ଅନୁଭବ କହିଛନ୍ତି, ଚଳଚ୍ଚିତ୍ର ‘ନେଇ ଯା’ରେ ମେଘ ମୋତେ’ ସୁଟିଂ ସମୟରେ ଆମ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୬ବର୍ଷର ପ୍ରେମ ଜୀବନ ପରେ ଉଭୟ ବିବାହ କରିଥିଲୁ। ବିବାହ ପୂର୍ବରୁ ହାତ ଧରିବାକୁ ମଧ୍ୟ ସେ ଡରୁଥିଲେ। ଏଣୁ ଏଭଳି ଜଣେ ଝିଅକୁ ବାହା ହେବି ବୋଲି ମୁଁ ସ୍ଥିର କରି ନେଇଥିଲି। ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କ ମନରେ ପିଲାଟି ବେଳୁ ଡର ଅଛି ବୋଲି ସେ କହୁଥିଲେ। ବିବାହ ପରେ ପ୍ରଥମ କିଛି ଦିନ ସେ ମୋ ଠାରୁ ଅଲଗା ରହିଥିଲେ। ଜଣେ ବାଲ୍ୟବନ୍ଧୁଙ୍କୁ ଘରକୁ ଡାକିଥିଲେ। ଫଳରେ ମୋତେ ସାନ ଭାଇର ରୁମ୍‌ରେ ଶୋଇବାକୁ ପଡ଼ିଥିଲା। ଏହି ଘଟଣାକୁ ନେଇ ଘର ଲୋକ ଅଶାନ୍ତି ହୋଇଥିଲେ। ସେ ସମୟରେ ଘର ଲୋକଙ୍କୁ ଓ ବର୍ଷାଙ୍କୁ ବହୁତ ବୁଝାଇଥିଲି। ‘କଟକର ରହଣୀ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ବର୍ଷା ମୋ ସହ ଶାରୀରିକ ସମ୍ପର୍କ ରଖିନାହାନ୍ତି।’

ଅନୁଭବ କହିଛନ୍ତି ଯେ, ‘ମେଣ୍ଟାଲ’ ଚଳଚ୍ଚିତ୍ର ସୁଟିଂ ସେଟ୍‍ରେ ବର୍ଷା ତାଙ୍କୁ ଗାଳି କରିଥିଲେ। ଏହି ସିନେମା ତିଆରି ସମୟରେ ମାନସିକ ନିର୍ଯାତନାର ଶିକାର ହୋଇଛି। ସେଟ୍‌ରେ କିପରି ଗାଳି ଗୁଲଜ କରନ୍ତି ତାହା କିଛି ବରିଷ୍ଠ କଳାକାର ଜାଣନ୍ତି। ସେଟରେ ମୁଁ କାନ୍ଦିଛି ମଧ୍ୟ। ଏହାଛଡ଼ା ତାଙ୍କ ସିନେମା କ୍ୟାରିୟର ମୁଁ ନଷ୍ଟ କରିଦେଲି ବୋଲି ସେ ସବୁବେଳେ ଆରୋପ କରୁଥିଲେ; ହେଲେ ଏହା ଆଦୌ ସତ ନୁହେଁ। ସେ ତାଙ୍କ କ୍ୟାରିୟରରେ ସବୁବେଳେ ଆଗକୁ ଯାଆନ୍ତୁ ବୋଲି ଚାହୁଁଥିଲି। ତାଙ୍କ ବିବାଦକୁ ଗଣମାଧ୍ୟମ ସଠିକ ଭାବେ ଲୋକଙ୍କ ନିକଟରେ ପହଞ୍ଚାଉନାହିଁ ବୋଲି ଅନୁଭବ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର