ବାରବାଟୀ ଟି-୨୦: ଜୁନ୍ ୧ରୁ ଅନଲାଇନରେ ଟିକେଟ ବିକ୍ରି ଆରମ୍ଭ

The Sakala Picture
Published On

ଭୁବନେଶ୍ବର: ଜୁନ୍ ୧୨ରେ ହେବାକୁ ଥିବା ବାରବାଟୀରେ ଭାରତ-ଦ.ଆଫ୍ରିକା ଟି.ଟ୍ୱେଣ୍ଟି ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଓସିଏ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି କ୍ରୀଡା ସଚିବ। ବାରବାଟୀ ଷ୍ଟାଡିୟମରେ କ୍ରିକେଟ ମଜା ନେବେ ଦର୍ଶକ। ବାରବାଟୀରେ ଭାରତ ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆସନ୍ତା ଜୁନ ୧ ତାରିଖରୁ ହେବ ଟିକେଟ ବିକ୍ରି ଆରମ୍ଭ ହେବ। ଜୁନ୍ ୧ରୁ ଅନ୍‌ଲାଇନ୍ ଟିକେଟ ବିକ୍ରି  […]

ଭୁବନେଶ୍ବର: ଜୁନ୍ ୧୨ରେ ହେବାକୁ ଥିବା ବାରବାଟୀରେ ଭାରତ-ଦ.ଆଫ୍ରିକା ଟି.ଟ୍ୱେଣ୍ଟି ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଓସିଏ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି କ୍ରୀଡା ସଚିବ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ବାରବାଟୀ ଷ୍ଟାଡିୟମରେ କ୍ରିକେଟ ମଜା ନେବେ ଦର୍ଶକ। ବାରବାଟୀରେ ଭାରତ ଦକ୍ଷିଣଆଫ୍ରିକା ଟି-୨୦ ମ୍ୟାଚ ପାଇଁ ଆସନ୍ତା ଜୁନ ୧ ତାରିଖରୁ ହେବ ଟିକେଟ ବିକ୍ରି ଆରମ୍ଭ ହେବ। ଜୁନ୍ ୧ରୁ ଅନ୍‌ଲାଇନ୍ ଟିକେଟ ବିକ୍ରି  ଆରମ୍ଭ ହେବାକୁ ଥିବା ବେଳେ ୯ ଓ ୧୦ ତାରିଖରେ ଅଫ୍‌ଲାଇନ୍‌ ଟିକେଟ ବିକ୍ରି ହେବ। ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ସାମ୍ବାଦିକ ସମ୍ନିଳନୀରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ଷ୍ଟାଡିୟମର ପୁରା କ୍ଷମତା ସହିତ ଦର୍ଶକ ରହିବେ। ବୈଠକରେ ସୂଚନା ଦେଇଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ନା । ଖେଳାଳି ଆସିବା ଠାରୁ ଯିବା ପର୍ଯ୍ଯନ୍ତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହେବ। ୪୦ ହଜାର ଦର୍ଶକ ଆସିବାକୁ ଥିବାରୁ ପ୍ରାୟ ୧୫ ହଜାର ଗାଡ଼ି ଆସିବର ସମ୍ଭାବନା ରହିଛି। ତେଣୁ ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ବାଲିଯାତ୍ରା ପଡିଆରେ ସର୍ବସାଧାରଣଙ୍କ ପାଇଁ ଗାଡି ପାର୍କିଂ ବ୍ୟବସ୍ଥା ହେବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର