ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍

The Sakala Picture
Published On

ଭୁବନେଶ୍ୱର: ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍ । ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି ଓଡ଼ିଶା ଦଳ। ଭୋପାଳରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ ହରାଇ ବିଜୟୀ ହୋଇଛି ଓଡ଼ିଶା । ୨-୦ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧିନ ଓଡ଼ିଶା ଟିମ୍ । ଦଳ ପକ୍ଷରୁ ପୁନମ ବାର୍ଲା ଓ କାଞ୍ଚନ ବାର୍ଲା ଗୋଲ୍ ସ୍କୋର କରିଥିଲେ । ଦୁଇଟି ଯାକ ଗୋଲ୍ ଫିଲ୍ଡ […]

ଭୁବନେଶ୍ୱର: ଜାତୀୟ ମହିଳା ସିନିଅର ହକିରେ ଓଡ଼ିଶା ଟିମର ବାଜିମାତ୍ । ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଛି ଓଡ଼ିଶା ଦଳ। ଭୋପାଳରେ ଖେଳା ଯାଇଥିବା ଫାଇନାଲ ମ୍ୟାଚରେ କର୍ଣ୍ଣାଟକକୁ ହରାଇ ବିଜୟୀ ହୋଇଛି ଓଡ଼ିଶା । ୨-୦ ଗୋଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛି ଅସ୍ମିତା ବାର୍ଲାଙ୍କ ନେତୃତ୍ୱାଧିନ ଓଡ଼ିଶା ଟିମ୍ । ଦଳ ପକ୍ଷରୁ ପୁନମ ବାର୍ଲା ଓ କାଞ୍ଚନ ବାର୍ଲା ଗୋଲ୍ ସ୍କୋର କରିଥିଲେ । ଦୁଇଟି ଯାକ ଗୋଲ୍ ଫିଲ୍ଡ ଗୋଲ୍ ଥିଲା ।

ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା

ମ୍ୟାଚର ୩୪ତମ ମିନିଟରେ ପୁନମ ବାର୍ଲା ପ୍ରଥମ ଗୋଲ୍ ଦେଇ ଓଡ଼ିଶାକୁ ଆଗୁଆ କରିଥିଲେ । ମ୍ୟାଚର ୫୯ତମ ମିନିଟରେ କାଞ୍ଚନ ବାର୍ଲା ଦଳ ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ । ସମଗ୍ର ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଉଚ୍ଚକୋଟୀର ପ୍ରଦର୍ଶନ କରିଛି । ସେମିଫାଇନାଲରେ ଓଡ଼ିଶା, ଶକ୍ତିଶାଳୀ ଝାଡ଼ଖଣ୍ଡକୁ ୫-୦ ଗୋଲରେ ହରାଇଥିଲା ।

ଆହୁରି ପଢ଼ନ୍ତୁ: କୋଟିଆ ବିବାଦ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ ଭକ୍ତ ଦାସ, ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର