ଲଘୁଚାପ ପାଲଟିଲା ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସଂଘଠିତ ଘୂର୍ଣ୍ଣିବଳୟ, ଆଜି ସ୍ପଷ୍ଟ ହେବ ବାତ୍ୟା ଚିତ୍ର

The Sakala Picture
Published On

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ଆଖପାଖ ଜଳରାଶି ଉପରେ ସଂଘଠିତ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ତୀବ୍ର ଅବପାତରେ ପରିଣତ ହେବାର ଖୁବ୍‌ ସମ୍ଭାବନା ଅଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ […]

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ଆଖପାଖ ଜଳରାଶି ଉପରେ ସଂଘଠିତ ଘୂର୍ଣ୍ଣିବଳୟ ପ୍ରଭାବରେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ‌କ୍ଷେତ୍ର ସୃଷ୍ଟି ହୋଇଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଏହି ଲଘୁଚାପ କ୍ଷେତ୍ର ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ତୀବ୍ର ଅବପାତରେ ପରିଣତ ହେବାର ଖୁବ୍‌ ସମ୍ଭାବନା ଅଛି। ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଆଜି ବାତ୍ୟାର ଚିତ୍ର ସ୍ପଷ୍ଟ ହୋଇପାରେ । ଏହା କେତେ ଘନୀଭୂତ ହେବ, କେଉଁ ଦିଗରେ ଗତି କରିବ ଓ କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହେବ ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

ଯଦି ବାତ୍ୟା ସୃଷ୍ଟି ହୁଏ ତେବେ  ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ସ୍ପଷ୍ଟ ହୋଇନି। ଶୁକ୍ରବାର ଉତ୍ତର ଆଣ୍ଡାମାନସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ଲଘୁଚାପ ସୃଷ୍ଟିର ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତରେ ପରିଣତ ହେବ। ପରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପରେ ୧୦ ତାରିଖ ସ୍ଥଳଭାଗ ଛୁଇଁବ ବୋଲି ବିଭିନ୍ନ ମଡେଲ୍‍ ଆକଳନ କରୁଥିଲେ। ମାତ୍ର ବର୍ତ୍ତମାନ ସାମୁଦ୍ରିକ ସ୍ଥିତିକୁ ଦେଖି ମଡେଲଗୁଡ଼ିକ ନିଜ ନିଜ ଆକଳନରେ ପରିବର୍ତ୍ତନ ଆଣୁଛନ୍ତି। ଆଣ୍ଡାମାନସାଗରରେ ଥିବା ସିଷ୍ଟମ (ସମ୍ଭାବ୍ୟ ଅବପାତ)ଟି ଘନୀଭୂତ ହେବାରେ ବାଧାସୃଷ୍ଟି ହେବା ସହ ଏହା ଅଧିକ ସକ୍ରିୟ ହୋଇପାରୁନାହିଁ। ଏହା ସହିତ ବିଭିନ୍ନ ସାମୁଦ୍ରିକ ପ୍ରକ୍ରିୟା ଯୋଗୁଁ ଏହା ଉପକୂଳରେ ପହଞ୍ଚିବା ମଧ୍ୟ ବିଳମ୍ବ ହୋଇପାରେ ବୋଲି ଜିଏଫ୍‍ଏସ୍‍ ଓ ଇସିଏମଡବ୍ଲ୍ୟୁଏଫ ଭଳି ମଡେଲ୍‍ ଦର୍ଶାଉଛନ୍ତି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଆଣ୍ଡାମାନସାଗରରେ ଥିବା ସିଷ୍ଟମଟି ବଙ୍ଗୋପସାଗର ଉପକୂଳକୁ ଆସିବ ବୋଲି ମଡେଲ୍‍ଗୁଡ଼ିକ ଆକଳନ କରିଛନ୍ତି। ହେଲେ ବର୍ତ୍ତମାନ ସ୍ଥିତିରେ ଉଭୟ ଉତ୍ତର ଓ ଦକ୍ଷିଣ ଭାରତମହାସାଗରରେ ସମାନ୍ତରାଳ ଭାବେ ଦୁଇଟି ସିଷ୍ଟମ ସକ୍ରିୟ ରହିଛି। ଏଥି ମଧ୍ୟରୁ ଦକ୍ଷିଣ ଭାରତମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପକ୍ଷେତ୍ର ଆଣ୍ଡାମାନସାଗରେ ଥିବା ସିଷ୍ଟମକୁ ସକ୍ରିୟ କରିବାରେ ବାଧା ସୃଷ୍ଟି କରୁଛି। କାରଣ ଆଣ୍ଡାମାନସାଗରରେ ଥିବା ସିଷ୍ଟମ ତୁଳନାରେ ଦକ୍ଷିଣଭାରତ ଭାରତମହାସାଗରରେ ଥିବା ସିଷ୍ଟମଟି ଅଧିକ ଶକ୍ତିଶାଳୀ ଥିବାରୁ ମେଘଖଣ୍ଡଗୁଡ଼ିକ ବିଷୁଭରେଖା ଅତିକ୍ରମ କରି ସେଠାକୁ ଚାଲିଯାଉଛି। ଯାହାଦ୍ୱାରା ଏହି ସିଷ୍ଟମ ଅଧିକ ଘନୀଭୂତ ହୋଇ ନପାରି ପ୍ରକ୍ରିୟା ବିଳମ୍ବିତ ହେଉଛି। ଏହି କାରଣ ପାଇଁ ପୂର୍ବରୁ ମଡେଲ୍‍ଗୁଡ଼ିକ ଏହା ୧୦ ତାରିଖରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରୁଥିବା ବେଳେ ବର୍ତ୍ତମାନ ଏହା ୧୨-୧୩ ତାରିଖ ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରୁଛନ୍ତି। ଏହାବ୍ୟତୀତ ମଡେଲ୍‍ଗୁଡ଼ିକ ମଧ୍ୟ ବାରମ୍ବାର ନିଜର ଆକଳନ ବଦଳାଉଛନ୍ତି। ଯାହାଦ୍ୱାରା ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ତାହା ଅସ୍ପଷ୍ଟ ରହିଛି। ବାୟୁମଣ୍ଡଳରେ ଗୁରୁଚାପ ରେଖା (ରିଜ୍‍ ଲାଇନ) ପ୍ରଭାବରେ ଉପର ସ୍ତରରର ପବନର ଦିଗ ନିୟନ୍ତ୍ରୀତ ହୋଇଥାଏ। ଏହି ପବନର ଦିଗ ଅନୁଯାୟୀ ବାତ୍ୟାର ଗତିପଥ ନିର୍ଦ୍ଧାରିତ ହୋଇଥାଏ। ହେଲେ ବର୍ତ୍ତମାନ ସ୍ଥିତିରେ ମଡେଲ୍‍ଗୁଡ଼ିକ ଏହି ଗୁରୁଚାପ ରେଖାକୁ ସଠିକ୍‍ ଭାବେ ଆକଳନ କରି ପାରୁ ନାହାନ୍ତି। ତେଣୁ ସମ୍ଭାବ୍ୟ ବାତ୍ୟାର ଗତିପଥ ସମ୍ପର୍କରେ ବାରମ୍ବାର ନିଜର ମତ ବଦଳାଉଛନ୍ତି।

ଅନ୍ୟପଟେ ଆଇଏମଡିର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଶୁକ୍ରବାର ଲଘୁଚାପ ସୃଷ୍ଟି ହେବ। ଏହା ପରବର୍ତ୍ତୀ ସମୟରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୮ ତାରିଖ ସୁଦ୍ଧା ଏକ ଅବପାତରେ ପରିଣତ ହେବ। ଏହି ସ୍ଥିତି ଯୋଗୁଁ ସେହି ଅଞ୍ଚଳରେ ପବନର ବେଗ ଆଜିଠାରୁ ୪୦ରୁ ୫୦ ଓ ୮ ତାରିଖ ସକାଳ ବେଳକୁ ୫୫ରୁ ୭୫ କିମି ବେଗରେ ପବନ ବହିପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଆକଳନ ଅଧିକ କରାଯିବ ବୋଲି ସେ କହିଛନ୍ତି। ପୃଥିବିଜ୍ଞାନ ମନ୍ତ୍ରାଳୟର ପୂର୍ବତନ ସଚିବ ମାଧବନ ରାଜୀବନଙ୍କ ସୂଚନା ଅନୁଯାୟୀ ଆଣ୍ଡାମାନସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଏହା ୧୪ ତାରିଖ ସୁଦ୍ଧା ଦୀଗ ବଦଳାଇ ବାଂଲାଦେଶ ଆଡ଼କୁ ମୁହାଁଇବ। ପ୍ରାଥମିକ ଆକଳନରେ ଭାରତର କୌଣସି ଉପକୂଳ ପାଇଁ ଏହାର ବିପଦ ନାହିଁ ବୋଲି ସେ ଟୁଇଟ୍‍ ଯୋଗେ ସୂଚନା ଦେଇଛନ୍ତି।

ସେପଟେ,ଏହାର ପ୍ରଭାବରେ ୬ ଜିଲ୍ଲାରେ ବର୍ଷା ଲାଗି ରହିଛି । ଅନୁଗୁଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଜି ୨୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଏସବୁ ଜିଲ୍ଲାରେ ଆଜି କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ଓ ପବନ ଯୋଗୁ ତାତି କମିଛି । ଭୁବନେଶ୍ୱର-କଟକ ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇଛି । ଗତକାଲି ସଂଧ୍ୟାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଅପରାହ୍ଣ ୫ଟା ବେଳକୁ ହଠାତ୍ ଆକାଶରେ ମେଘ ଘୋଟି ଆସିଥିଲା । ଏହା ପରେ ଥଣ୍ଡା ପବନ ସହ ଝିପିଝିପି ବର୍ଷା ଆରମ୍ଭ ହୋଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର