କାଳବୈଶାଖୀ ପ୍ରଭାବ: ତାତିରୁ ମିଳିଲା ଆଶ୍ବସ୍ତି, ଟ୍ବିନ୍ ସିଟି ସମେତ ବର୍ଷାରେ ଭିଜିଲା ରାଜ୍ଯର ବିଭିନ୍ନ ସ୍ଥାନ

The Sakala Picture
Published On

ଭୁବନେଶ୍ବର: ଦିନରେ ଖରା, ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ବେଳେ ଦୀର୍ଘ ଦିନପରେ ଆଜି ତାତିରୁ ସାମାନ୍ଯ ତ୍ରାହି ମିଳିଛି। ରାଜ୍ଯର ବିଭିନ୍ନ ସ୍ଥାନରେ କାଳବୈଖାଶୀ ପ୍ରଭାବରେ ବର୍ଷା ହୋଇଛି। ତାତି କମିବା ସହ  ଶୀତଳ ପରିବେଶ ସୃଷ୍ଟି ହୋଇଛି।  ଅଦିନିଆ ବର୍ଷାରେ ଟ୍ବିନ ସିଟି ମଧ୍ଯ ଭିଜିଛି। ଭୁବନେଶ୍ବର ଓ କଟକରେ ବିଜୁଳି, ଘଡଘଡି ସହ ବର୍ଷା ହୋଇଛି। ଏଥି ସହିତ ଜୋର୍‌ରେ ପବନ ହୋଇଥିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ସୂଚନା ଅନୁଯାୟୀ, ଆଜି ବାଲେଶ୍ବର […]

ଭୁବନେଶ୍ବର: ଦିନରେ ଖରା, ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ବେଳେ ଦୀର୍ଘ ଦିନପରେ ଆଜି ତାତିରୁ ସାମାନ୍ଯ ତ୍ରାହି ମିଳିଛି। ରାଜ୍ଯର ବିଭିନ୍ନ ସ୍ଥାନରେ କାଳବୈଖାଶୀ ପ୍ରଭାବରେ ବର୍ଷା ହୋଇଛି। ତାତି କମିବା ସହ  ଶୀତଳ ପରିବେଶ ସୃଷ୍ଟି ହୋଇଛି।  ଅଦିନିଆ ବର୍ଷାରେ ଟ୍ବିନ ସିଟି ମଧ୍ଯ ଭିଜିଛି। ଭୁବନେଶ୍ବର ଓ କଟକରେ ବିଜୁଳି, ଘଡଘଡି ସହ ବର୍ଷା ହୋଇଛି। ଏଥି ସହିତ ଜୋର୍‌ରେ ପବନ ହୋଇଥିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି।

ଆହୁରି ପଢ଼ନ୍ତୁ: ଆଜ୍ଞାମାଳ ବିଜେ ପରେ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ହେଲା ରଥକାଠ ଅନୁକୂଳ

ସୂଚନା ଅନୁଯାୟୀ, ଆଜି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଛକରେ ବଜ୍ରାଘାତ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପରିଚୟ ମିଳିପାରି ନଥିବା ବ୍ୟକ୍ତି ଜଣକ ବର୍ଷା ଛାଡ଼ିବା ପରେ ବଜାରରୁ ଘରକୁ ଫେରୁଥିବା ବାଟରେ ବଜ୍ରପାତର ଶିକାର ହୋଇଥିଲେ। ସେହିପରି ବଲାଙ୍ଗୀର ଜିଲ୍ଲା ଆଗଲପୁର ଅଞ୍ଚଳରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହୋଇଛି। ମନୁପାଲି ଗାଁରେ ଝଡ଼ବର୍ଷା ଯୋଗୁଁ ବାହାଘର ପାଇଁ ବନ୍ଧା ହୋଇଥିବା ଟେଣ୍ଟ ଭୁଶୁଡ଼ି ପଡ଼ିଛି। ଟେଣ୍ଟର ଲୁହା ପାଇପ ତଳେ ଚାପି ହୋଇ ଜଣେ ୧୨ ବର୍ଷର ବାଳକ ଗୁରୁତର ହୋଇଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ସିଂହଦ୍ୱାର ଗୁମୁଟରେ ‘ଦଶାବତାର ମୂର୍ତ୍ତି’ ପୁନଃ ସଂସ୍ଥାପନ ପ୍ରସ୍ତାବ: ଜଗଦ୍‌ଗୁରୁଙ୍କ ମାର୍ଗଦର୍ଶନ ଲୋଡ଼ିଲା ଶ୍ରୀମନ୍ଦିର ପ୍ରଶାସନ

03 May 2022 By The Sakala

କାଳବୈଶାଖୀ ପ୍ରଭାବ: ତାତିରୁ ମିଳିଲା ଆଶ୍ବସ୍ତି, ଟ୍ବିନ୍ ସିଟି ସମେତ ବର୍ଷାରେ ଭିଜିଲା ରାଜ୍ଯର ବିଭିନ୍ନ ସ୍ଥାନ

ଭୁବନେଶ୍ବର: ଦିନରେ ଖରା, ଗୁଳୁଗୁଳିରେ ହନ୍ତସନ୍ତ ହେଉଥିବା ବେଳେ ଦୀର୍ଘ ଦିନପରେ ଆଜି ତାତିରୁ ସାମାନ୍ଯ ତ୍ରାହି ମିଳିଛି। ରାଜ୍ଯର ବିଭିନ୍ନ ସ୍ଥାନରେ କାଳବୈଖାଶୀ ପ୍ରଭାବରେ ବର୍ଷା ହୋଇଛି। ତାତି କମିବା ସହ  ଶୀତଳ ପରିବେଶ ସୃଷ୍ଟି ହୋଇଛି।  ଅଦିନିଆ ବର୍ଷାରେ ଟ୍ବିନ ସିଟି ମଧ୍ଯ ଭିଜିଛି। ଭୁବନେଶ୍ବର ଓ କଟକରେ ବିଜୁଳି, ଘଡଘଡି ସହ ବର୍ଷା ହୋଇଛି। ଏଥି ସହିତ ଜୋର୍‌ରେ ପବନ ହୋଇଥିବାରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି।

ସୂଚନା ଅନୁଯାୟୀ, ଆଜି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ଛକରେ ବଜ୍ରାଘାତ ହେବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ପରିଚୟ ମିଳିପାରି ନଥିବା ବ୍ୟକ୍ତି ଜଣକ ବର୍ଷା ଛାଡ଼ିବା ପରେ ବଜାରରୁ ଘରକୁ ଫେରୁଥିବା ବାଟରେ ବଜ୍ରପାତର ଶିକାର ହୋଇଥିଲେ। ସେହିପରି ବଲାଙ୍ଗୀର ଜିଲ୍ଲା ଆଗଲପୁର ଅଞ୍ଚଳରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ବର୍ଷା ଓ ପବନ ହୋଇଛି। ମନୁପାଲି ଗାଁରେ ଝଡ଼ବର୍ଷା ଯୋଗୁଁ ବାହାଘର ପାଇଁ ବନ୍ଧା ହୋଇଥିବା ଟେଣ୍ଟ ଭୁଶୁଡ଼ି ପଡ଼ିଛି। ଟେଣ୍ଟର ଲୁହା ପାଇପ ତଳେ ଚାପି ହୋଇ ଜଣେ ୧୨ ବର୍ଷର ବାଳକ ଗୁରୁତର ହୋଇଥିବା ଜଣାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର