ମାହାଙ୍ଗା ଗଣହତ୍ୟା ମାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ; ହତ୍ୟାକାଣ୍ଡ ବେଳେ ସମସ୍ତେ କରିଥିଲେ ପ୍ରତିରୋଧ

The Sakala Picture
Published On

ମାହାଙ୍ଗା:ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଆଜି ଆସିଛି ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟ ଅନୁସାରେ ମୃତକଙ୍କ ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ । କ୍ଷତଚିହ୍ନରୁ ସ୍ପଷ୍ଟ ହେଉଛି ହତ୍ୟାକାଣ୍ଡାରେ ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ହତ୍ୟାକାଣ୍ଡ ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳିଛି । ହେଲେ ଜଣଙ୍କ ପରେ ଜଣଙ୍କୁ ହାଣି ସମସ୍ତଙ୍କ ଜୀବନ ନେଇଛି ଅଭିଯୁକ୍ତ ଶିବ । ତେବେ ରିପୋର୍ଟରେ ବିଷକ୍ରିୟା ଯୋଗୁଁ […]

ମାହାଙ୍ଗା:ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଆଜି ଆସିଛି ବ୍ୟବଚ୍ଛେଦ ରିପୋର୍ଟ । ରିପୋର୍ଟ ଅନୁସାରେ ମୃତକଙ୍କ ଦେହର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ ରହିଛି କ୍ଷତ ଚିହ୍ନ । କ୍ଷତଚିହ୍ନରୁ ସ୍ପଷ୍ଟ ହେଉଛି ହତ୍ୟାକାଣ୍ଡାରେ ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ହତ୍ୟାକାଣ୍ଡ ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳିଛି । ହେଲେ ଜଣଙ୍କ ପରେ ଜଣଙ୍କୁ ହାଣି ସମସ୍ତଙ୍କ ଜୀବନ ନେଇଛି ଅଭିଯୁକ୍ତ ଶିବ । ତେବେ ରିପୋର୍ଟରେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ କୌଣସି ସୂଚନା ନାହିଁ । ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ଯୁଗଳ କିଶୋର ବନୋଥ । ମାତ୍ର ଜଣେ ବ୍ୟକ୍ତି କିପରି ୫ ଜଣଙ୍କୁ ହାଣି ସେମାନଙ୍କ ଜୀବନ ନେଲା ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ ହୋଇ ଛିଡ଼ା ହୋଇଛି ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ସୂଚନାଯୋଗ୍ୟ, ଦୀର୍ଘ ବର୍ଷ ଧରି ଚାଲିଥିବା ସାମାନ୍ୟ ଜମିବାଡ଼ି ବିବାଦରୁ ମାହାଙ୍ଗା କୁସୁପୁରରେ ସାନ ଭାଇ ଶିବ ପ୍ରସାଦ ସାହୁ ବଡ଼ଭାଇ ଅଲ୍ଲେଖ ପ୍ରସାଦ ସାହୁଙ୍କ ପୁରା ପରିବାରକୁ ଗତ ସପ୍ତାହରେ ହତ୍ୟା କରିଥିଲେ । ଏହି ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ତେବେ ହତ୍ୟା କରିବା ପରେ ଶିବ ଆତ୍ମସମର୍ପଣ କରି ପୁଲିସ ଆଗରେ ହତ୍ୟାକାଣ୍ଡ କେମିତି କରିଥିଲା ସେ ବିଷୟରେ ବଖାଣିଛି । ଏଥିସହିତ ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ସେପଟେ ମାମଲାର ତଦନ୍ତ ଚାଲିଥିବା ବେଳେ ଆବଶ୍ୟକ ହେଲେ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେ ନେଇପାରେ ବୋଲି ମାହାଙ୍ଗା ଥାନା ଅଧିକାରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର