୪୫ ବର୍ଷରୁ ଉର୍ଦ୍ଧ୍ୱ ସରକାରୀ, ଘରୋଇ ସ୍କୁଲର ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ବିଶେଷ କରି ରାଜଧାନୀର ଅନେକ ଶିକ୍ଷାନୁଷ୍ଠାନରେ କ୍ରମାଗତ ଭାବରେ ବଢିଚାଲିଛି ସଂକ୍ରମଣ। କରୋନାକୁ ରୋକିବାକୁ ଉଭୟ ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଟିକା ଦିଆଯିବ ବୋଲି ସୂଚନା ମିଳିଛି। ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ […]

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ବିଶେଷ କରି ରାଜଧାନୀର ଅନେକ ଶିକ୍ଷାନୁଷ୍ଠାନରେ କ୍ରମାଗତ ଭାବରେ ବଢିଚାଲିଛି ସଂକ୍ରମଣ। କରୋନାକୁ ରୋକିବାକୁ ଉଭୟ ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଟିକା ଦିଆଯିବ ବୋଲି ସୂଚନା ମିଳିଛି। ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିଏମ୍‌ସି । କରୋନା ନିୟନ୍ତ୍ରଣ ପାଇଁ ଟେଷ୍ଟିଂ କରାଯାଉଛି । ଏପ୍ରିଲ ୧ରୁ ବୃହତ୍ତ ଟିକାକରଣ କରାଯିବ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ, ୫ଟି ବିଭାଗ ଉପରେ ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ୱ ଦିଆଯାଉଛି। ୪୫ ବର୍ଷର ଅଧିକ ବୟସ୍କ ଶିକ୍ଷକଙ୍କୁ ଗୁରୁତ୍ୱ ଦିଆଯାଉଛି। କେବଳ ଏତିକି ନୁହେଁ ବରଂ ଉଠା ଦୋକାନୀ, ମଲ୍, ରେଷ୍ଟୁରାଣ୍ଟ ଓ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଗୁରୁତ୍ୱ ଦେଉଛୁ ବୋଲି କମିଶନର କହିଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ଏମାନଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିବା କମିଶନର କହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରାଜଧାନୀର ବାଲାଜୀ ଆପାର୍ଟମେଣ୍ଟରୁ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଗକୁ ଏକ କଣ୍ଟାକ୍ଟ ଟ୍ରେସିଂ ଡେସ୍କ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ କମିଶନର କହିଛନ୍ତି। ଏହାସହ ଆଜି ପୁଣି ରାଜଧାନୀର ଏକ ଘରୋଇ ସ୍କୁଲରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍କୁଲରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରର ୨ରୁ ୩ ଜାଗାକୁ ସିଲ୍ କରାଯାଇଛି ବୋଲି କମିଶନର  ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଅସହ୍ୟ ଗରମ ଓ ଗୁଳୁଗୁଳିର କଲବଲ ରାଜଧାନୀବାସୀ; ସାଢ଼େ ୧୧ଟା ସୁଦ୍ଧା ୩୮ ଡିଗ୍ରୀ ତାପମାତ୍ରାରେ ୪୯ ଡିଗ୍ରୀ ପରି ତାତି

ଏହାସହ ଆଜି ବି ରାଜ୍ୟର କରୋନା ଗ୍ରାଫ୍‌ ଉପରମୁହାଁ ରହିଛି। ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୨୧୮ କରୋନା ପଜିଟିଭ। ଗତକାଲି ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯ କ୍ୱାରେଣ୍ଟିନରେ ଥିବାବେଳେ ୮୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

30 Mar 2021 By The Sakala

୪୫ ବର୍ଷରୁ ଉର୍ଦ୍ଧ୍ୱ ସରକାରୀ, ଘରୋଇ ସ୍କୁଲର ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର : ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ବିଶେଷ କରି ରାଜଧାନୀର ଅନେକ ଶିକ୍ଷାନୁଷ୍ଠାନରେ କ୍ରମାଗତ ଭାବରେ ବଢିଚାଲିଛି ସଂକ୍ରମଣ। କରୋନାକୁ ରୋକିବାକୁ ଉଭୟ ସରକାରୀ ଓ ଘରୋଇ ସ୍କୁଲର ୪୫ ବର୍ଷରୁ ଅଧିକ ବୟସ୍କ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ କରୋନା ଟିକା ଦିଆଯିବ ବୋଲି ସୂଚନା ମିଳିଛି। ଟିକାକରଣ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ବିଏମ୍‌ସି । କରୋନା ନିୟନ୍ତ୍ରଣ ପାଇଁ ଟେଷ୍ଟିଂ କରାଯାଉଛି । ଏପ୍ରିଲ ୧ରୁ ବୃହତ୍ତ ଟିକାକରଣ କରାଯିବ । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଆହୁରି ମଧ୍ୟ କହିଛନ୍ତି ଯେ, ୫ଟି ବିଭାଗ ଉପରେ ବର୍ତ୍ତମାନ ସମୟରେ ଅଧିକ ଗୁରୁତ୍ୱ ଦିଆଯାଉଛି। ୪୫ ବର୍ଷର ଅଧିକ ବୟସ୍କ ଶିକ୍ଷକଙ୍କୁ ଗୁରୁତ୍ୱ ଦିଆଯାଉଛି। କେବଳ ଏତିକି ନୁହେଁ ବରଂ ଉଠା ଦୋକାନୀ, ମଲ୍, ରେଷ୍ଟୁରାଣ୍ଟ ଓ ବିଦ୍ୟୁତ୍‌ କର୍ମଚାରୀଙ୍କୁ ଗୁରୁତ୍ୱ ଦେଉଛୁ ବୋଲି କମିଶନର କହିଛନ୍ତି। ଆସନ୍ତା ଏକ ମାସ ମଧ୍ୟରେ ଏମାନଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଥିବା କମିଶନର କହିଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ରାଜଧାନୀର ବାଲାଜୀ ଆପାର୍ଟମେଣ୍ଟରୁ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଆଗକୁ ଏକ କଣ୍ଟାକ୍ଟ ଟ୍ରେସିଂ ଡେସ୍କ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ କମିଶନର କହିଛନ୍ତି। ଏହାସହ ଆଜି ପୁଣି ରାଜଧାନୀର ଏକ ଘରୋଇ ସ୍କୁଲରୁ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସ୍କୁଲରୁ ଚିହ୍ନଟ ହୋଇଥିବା ୩ ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରର ୨ରୁ ୩ ଜାଗାକୁ ସିଲ୍ କରାଯାଇଛି ବୋଲି କମିଶନର  ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ଏହାସହ ଆଜି ବି ରାଜ୍ୟର କରୋନା ଗ୍ରାଫ୍‌ ଉପରମୁହାଁ ରହିଛି। ରାଜ୍ୟରେ ଆଜି ଚିହ୍ନଟ ହୋଇଛନ୍ତି ୨୧୮ କରୋନା ପଜିଟିଭ। ଗତକାଲି ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଏହାର ସଂଖ୍ୟା ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୯ କ୍ୱାରେଣ୍ଟିନରେ ଥିବାବେଳେ ୮୯ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର