ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ପୋଲିସ ରିମାଣ୍ଡ ଶେଷ ହେବା ପରେ ସବ୍ ଜେଲ ଗଲା ଅଭିଯୁକ୍ତ ଶିବ ସାହୁ

The Sakala Picture
Published On

ମାହାଙ୍ଗା: କୁସୁପୁର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବ ସାହୁର ୩ ଦିନିଆ ପୋଲିସ ରିମାଣ୍ଡ ଶନିବାର ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଛି ପୋଲିସ । ତେବେ ଅଭିଯୁକ୍ତ ଶିବକୁ ପୁଣିଥରେ ରିମାଣ୍ଡ ରେ ନେବା ପାଇଁ ପୋଲିସ ଆବେଦନ ନ କରିବାରୁ ସାଲେପୁର ଜେଏମଏଫସି କୋର୍ଟ ଶିବକୁ ଜେଲକୁ ପଠାଇ ଦେଇଛନ୍ତି । ତେବେ ଅଭିଯୁକ୍ତ ଶିବ ସାହୁକୁ ୩ ଦିନିଆ ରିମାଣ୍ଡରେ ଆଣି ଅନେକ […]

ମାହାଙ୍ଗା: କୁସୁପୁର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବ ସାହୁର ୩ ଦିନିଆ ପୋଲିସ ରିମାଣ୍ଡ ଶନିବାର ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଛି ପୋଲିସ । ତେବେ ଅଭିଯୁକ୍ତ ଶିବକୁ ପୁଣିଥରେ ରିମାଣ୍ଡ ରେ ନେବା ପାଇଁ ପୋଲିସ ଆବେଦନ ନ କରିବାରୁ ସାଲେପୁର ଜେଏମଏଫସି କୋର୍ଟ ଶିବକୁ ଜେଲକୁ ପଠାଇ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ବିଶିଷ୍ଟ ସାହିତ୍ୟିକ ଡ. ଜଗନ୍ନାଥ ପ୍ରସାଦ ଦାସଙ୍କ ପରଲୋକ, କଳା ଓ ସଂସ୍କୃତିର ବଡ଼ ଗବେଷକ ଥିଲେ

ତେବେ ଅଭିଯୁକ୍ତ ଶିବ ସାହୁକୁ ୩ ଦିନିଆ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିଛି ପୋଲିସ । ହତ୍ୟାକାରୀ ବୋଲି ଶିବ ନିଜେ ସ୍ବୀକାର କରିଥିବା ବେଳେ ଏବେ ଶିବର ଅପରାଧ ପ୍ରମାଣିତ କରିବା ପାଇଁ ପ୍ରମାଣ ସଂଗ୍ରହ କରିବାରେ ଲାଗିଛି ପୋଲିସ ।ଏଥିସହିତ ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ପାରିବାରିକ କଳହ ଏବଂ ଜମିଜମା ବିବାଦ କରାଣରୁ ବଡଭାଇ ପରିବାରର ୫ ଜଣଙ୍କ ହତ୍ୟା କରିଥିଲା ଅଭିଯୁକ୍ତ ଶିବ ସାହୁ ।

ଆହୁରି ପଢ଼ନ୍ତୁ: ଘରର କବାଟ ଭାଙ୍ଗି ମା’କୁ ଅଟକ ରଖିଲେ, ୧୫ ବର୍ଷର ନାବାଳିକା ଝିଅକୁ ଅପହରଣ କରିନେଲେ ଦୁର୍ବୃତ୍ତ

ଏହାରି ଭିତରେ ଶିବ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା କଟୁରୀକୁ ସ୍ଥାନୀୟ ଅଞ୍ଚଳରେ ଧାର କରିଥିବା ଜଣା ପଡିବା ପରେ ସେ କେଉଁ ଠାରେ ତା’ର କଟୁରୀକୁ ଧାର କରିଥିଲା ଏବଂ କେଉଁ ବ୍ୟକ୍ତି ଏହି କାର୍ଯ୍ୟ କରିଥିଲେ ଏବେ ତାଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ । ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ମାହାଙ୍ଗା ପୋଲିସ ଦିନ ରାତି ଏକ କରି ଦେଇଛି । କାରଣ ଶିବ ଯେଉଁ କଟୁରୀରେ ଏହି ଗଣ ହତ୍ୟା ଭିଆଇଥିଲା ସେହି କଟୁରୀକୁ ସେ ସ୍ଥାନୀୟ କୌଣସି ବ୍ୟକ୍ତିଙ୍କ ଠାରୁ କିଣିଥିଲା ଏବଂ ହତ୍ୟାର ଚାରି ଦିନ ପୁର୍ବରୁ ସେହି କଟୁରୀକୁ ନିକଟସ୍ଥ ବାଲିଚନ୍ଦ୍ରପୁର ବଜାରରେ ଥିବା ଏକ ସାଣରେ କଟୁରୀକୁ ଧାର କରିଥିଲା ।

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

17 Apr 2022 By The Sakala

ମାହାଙ୍ଗା କୁସୁପୁର ଗଣହତ୍ୟା ମାମଲା: ପୋଲିସ ରିମାଣ୍ଡ ଶେଷ ହେବା ପରେ ସବ୍ ଜେଲ ଗଲା ଅଭିଯୁକ୍ତ ଶିବ ସାହୁ

ମାହାଙ୍ଗା: କୁସୁପୁର ଗଣହତ୍ୟା ମାମଲାରେ ଅଭିଯୁକ୍ତ ଶିବ ସାହୁର ୩ ଦିନିଆ ପୋଲିସ ରିମାଣ୍ଡ ଶନିବାର ଶେଷ ହୋଇଛି । ରିମାଣ୍ଡ ଶେଷ ହେବା ପରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଛି ପୋଲିସ । ତେବେ ଅଭିଯୁକ୍ତ ଶିବକୁ ପୁଣିଥରେ ରିମାଣ୍ଡ ରେ ନେବା ପାଇଁ ପୋଲିସ ଆବେଦନ ନ କରିବାରୁ ସାଲେପୁର ଜେଏମଏଫସି କୋର୍ଟ ଶିବକୁ ଜେଲକୁ ପଠାଇ ଦେଇଛନ୍ତି ।

ତେବେ ଅଭିଯୁକ୍ତ ଶିବ ସାହୁକୁ ୩ ଦିନିଆ ରିମାଣ୍ଡରେ ଆଣି ଅନେକ ତଥ୍ୟ ହାସଲ କରିଛି ପୋଲିସ । ହତ୍ୟାକାରୀ ବୋଲି ଶିବ ନିଜେ ସ୍ବୀକାର କରିଥିବା ବେଳେ ଏବେ ଶିବର ଅପରାଧ ପ୍ରମାଣିତ କରିବା ପାଇଁ ପ୍ରମାଣ ସଂଗ୍ରହ କରିବାରେ ଲାଗିଛି ପୋଲିସ ।ଏଥିସହିତ ଅଭିଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ପାରିବାରିକ କଳହ ଏବଂ ଜମିଜମା ବିବାଦ କରାଣରୁ ବଡଭାଇ ପରିବାରର ୫ ଜଣଙ୍କ ହତ୍ୟା କରିଥିଲା ଅଭିଯୁକ୍ତ ଶିବ ସାହୁ ।

ଏହାରି ଭିତରେ ଶିବ ହତ୍ୟାକାଣ୍ଡରେ ବ୍ୟବହାର କରିଥିବା କଟୁରୀକୁ ସ୍ଥାନୀୟ ଅଞ୍ଚଳରେ ଧାର କରିଥିବା ଜଣା ପଡିବା ପରେ ସେ କେଉଁ ଠାରେ ତା’ର କଟୁରୀକୁ ଧାର କରିଥିଲା ଏବଂ କେଉଁ ବ୍ୟକ୍ତି ଏହି କାର୍ଯ୍ୟ କରିଥିଲେ ଏବେ ତାଙ୍କୁ ଖୋଜିବା ଆରମ୍ଭ କରିଛି ପୋଲିସ । ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ମାହାଙ୍ଗା ପୋଲିସ ଦିନ ରାତି ଏକ କରି ଦେଇଛି । କାରଣ ଶିବ ଯେଉଁ କଟୁରୀରେ ଏହି ଗଣ ହତ୍ୟା ଭିଆଇଥିଲା ସେହି କଟୁରୀକୁ ସେ ସ୍ଥାନୀୟ କୌଣସି ବ୍ୟକ୍ତିଙ୍କ ଠାରୁ କିଣିଥିଲା ଏବଂ ହତ୍ୟାର ଚାରି ଦିନ ପୁର୍ବରୁ ସେହି କଟୁରୀକୁ ନିକଟସ୍ଥ ବାଲିଚନ୍ଦ୍ରପୁର ବଜାରରେ ଥିବା ଏକ ସାଣରେ କଟୁରୀକୁ ଧାର କରିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର