ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ୨୦୮ ପଜିଟିଭ୍ ଚିହ୍ନଟ, ୧ ମୃତ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ବଢି ଚାଲିଛି କରୋନା ସଂକ୍ରମଣ। ଲଗାତର କିଛି ଦିନ ହେବ ଦୈନିକ ସଂକ୍ରମିତଙ୍କ ସଖ୍ୟା ୨୦୦ ଶହ ଉପରେ ରହୁଛି। ଏହାରି ମଧ୍ୟରେ ଗତ ରାଜ୍ୟରୁ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୨୦୮ କରୋନା ପଜିଟିଭ୍ । ସେମାନଙ୍କ ଭିତରୁ ୧୨୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୮୬ ଜଣ ଲୋକାଲ୍ କେସ୍ ବୋଲି ରିପୋର୍ଟ ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା […]

ଭୁବନେଶ୍ବର : ରାଜ୍ୟରେ ବଢି ଚାଲିଛି କରୋନା ସଂକ୍ରମଣ। ଲଗାତର କିଛି ଦିନ ହେବ ଦୈନିକ ସଂକ୍ରମିତଙ୍କ ସଖ୍ୟା ୨୦୦ ଶହ ଉପରେ ରହୁଛି। ଏହାରି ମଧ୍ୟରେ ଗତ ରାଜ୍ୟରୁ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୨୦୮ କରୋନା ପଜିଟିଭ୍ । ସେମାନଙ୍କ ଭିତରୁ ୧୨୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୮୬ ଜଣ ଲୋକାଲ୍ କେସ୍ ବୋଲି ରିପୋର୍ଟ ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୦୪୦୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛିତେବେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୨ ଶହ ଉପରେ ରହିଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି ।

ଆହୁରି ପଢ଼ନ୍ତୁ: ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି, ଆହୁରି ୫ ଦିନ ଯାଏ ଛେଚିବ

ଏହି ସଂକ୍ରମିତଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ୩୩ ଜଣ ରହିଛନ୍ତି । ସେହିପରି ନୂଆପଡାରୁ ୩୬, ଅନୁଗୁଳରୁ ୩, ବାଲେଶ୍ୱରରୁ ୮, ବରଗଡରୁ ୨୨, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୧୫, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡାରୁ ୧୧ ଓ କଳାହାଣ୍ଡିରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡାରୁ ୩ ଜଣ, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୧, ପୁରୀରୁ ୯, ରାୟଗଡାରୁ ୧,ସମ୍ବଲପୁରରୁ ୫, ସୁନ୍ଦରଗଡରୁ ୭ ଏବଂ ଷ୍ଟେଟପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କଲେ ରାଜ୍ୟ ସରକାର

ସେହିପରି ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକ ଜଣଙ୍କ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ: ମାଲକାନଗିରି ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜୋରଦାର

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୦୪୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୩୭ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୬୬୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୦୦୧୪୫୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

29 Mar 2021 By The Sakala

ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ୨୦୮ ପଜିଟିଭ୍ ଚିହ୍ନଟ, ୧ ମୃତ

ଭୁବନେଶ୍ବର : ରାଜ୍ୟରେ ବଢି ଚାଲିଛି କରୋନା ସଂକ୍ରମଣ। ଲଗାତର କିଛି ଦିନ ହେବ ଦୈନିକ ସଂକ୍ରମିତଙ୍କ ସଖ୍ୟା ୨୦୦ ଶହ ଉପରେ ରହୁଛି। ଏହାରି ମଧ୍ୟରେ ଗତ ରାଜ୍ୟରୁ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୨୦୮ କରୋନା ପଜିଟିଭ୍ । ସେମାନଙ୍କ ଭିତରୁ ୧୨୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୮୬ ଜଣ ଲୋକାଲ୍ କେସ୍ ବୋଲି ରିପୋର୍ଟ ମିଳିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୦୪୦୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛିତେବେ ରାଜ୍ୟରେ ଦୈନିକ ସଂକ୍ରମଣ ହାର ୨ ଶହ ଉପରେ ରହିଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢିଛି ।

ଏହି ସଂକ୍ରମିତଙ୍କ ଭିତରେ ଖୋର୍ଦ୍ଧା ଜିଲ୍ଲାରୁ ୩୩ ଜଣ ରହିଛନ୍ତି । ସେହିପରି ନୂଆପଡାରୁ ୩୬, ଅନୁଗୁଳରୁ ୩, ବାଲେଶ୍ୱରରୁ ୮, ବରଗଡରୁ ୨୨, ବଲାଙ୍ଗିରରୁ ୪, ବୌଦ୍ଧରୁ ୧, କଟକରୁ ୧୫, ଗଞ୍ଜାମରୁ ୩, ଯାଜପୁରରୁ ୮, ଝାରସୁଗୁଡାରୁ ୧୧ ଓ କଳାହାଣ୍ଡିରୁ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରାପଡାରୁ ୩ ଜଣ, ମୟୂରଭଞ୍ଜରୁ ୯, ନବରଙ୍ଗପୁରରୁ ୧, ପୁରୀରୁ ୯, ରାୟଗଡାରୁ ୧,ସମ୍ବଲପୁରରୁ ୫, ସୁନ୍ଦରଗଡରୁ ୭ ଏବଂ ଷ୍ଟେଟପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ରାଜ୍ୟରୁ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକ ଜଣଙ୍କ କଳାହାଣ୍ଡି ଜିଲ୍ଲାର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୪୦୪୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୩୭ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୬୬୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୯୦୦୧୪୫୦ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର