୩୦ରେ ନାମାଙ୍କନ ଦାଖଲ କରିବେ ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥି

The Sakala Picture
Published On

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ  ଦିଂବଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ରପ୍ରତାପ ମହାରଥି ମାର୍ଚ୍ଚ ୩୦ରେ ନାମାଙ୍କନ ଦାଖଲ କରିବେ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଥିଲା। ଦିଂବଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଉପରେ ମୋହର ମାରିଥିଲେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ। ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଘୋଷଣା ପରେ ସେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯାବଦା […]

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ  ଦିଂବଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ରପ୍ରତାପ ମହାରଥି ମାର୍ଚ୍ଚ ୩୦ରେ ନାମାଙ୍କନ ଦାଖଲ କରିବେ।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଥିଲା। ଦିଂବଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଉପରେ ମୋହର ମାରିଥିଲେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: OERCର ନୂଆ ସଦସ୍ୟ ଭାବେ ସୁଧାଂଶୁ ଶେଖର ବରପଣ୍ଡାଙ୍କୁ ନିଯୁକ୍ତ କଲେ ରାଜ୍ୟ ସରକାର

ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଘୋଷଣା ପରେ ସେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯାବଦା ଜଣାଇଥିଲେ। ଏହା ସହ ନିଜେ ପ୍ରତିକ୍ରିୟା ଦେବା ବେଳେ ଭାବ ବିହୋଳ ହୋଇ ଯାଇଥିଲେ। ମୋ ଉପରେ ବାପା ଓ ମାଆଙ୍କ ଆଶୀର୍ବାଦ ରହିଛି। ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଧଉଳି ଥାନା ପୋଲିସ: ହୋଟେଲକୁ ଡାକି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ସୂଚନା ଅନୁଯାୟୀ, ପିପିଲି ଉପନିର୍ବାଚନ ଲାଗି ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ପୁଣିଥରେ ଟିକେଟ ଦେଇଛି। ସେ ତାଙ୍କ ପାର୍ଥୀପତ୍ର ଦାଖଲ କରି ସାରିଛନ୍ତି।

୨୦୧୯ ନିର୍ବାଚନରେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଠାରୁ ପରାସ୍ତ ହୋଇଥିଲେ ଆଶ୍ରିତ ପଟ୍ଟନାୟକ। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ୨୦୨୦ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା। ତା’ପରଠୁ ପିପିଲି ବିଧାନସଭା ଆସନ ଖାଲି ପଡ଼ିଛି।

27 Mar 2021 By The Sakala

୩୦ରେ ନାମାଙ୍କନ ଦାଖଲ କରିବେ ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥି

ପିପିଲି: ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ବିଜେଡ଼ି ପ୍ରାର୍ଥୀ  ଦିଂବଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ରପ୍ରତାପ ମହାରଥି ମାର୍ଚ୍ଚ ୩୦ରେ ନାମାଙ୍କନ ଦାଖଲ କରିବେ।

ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡ଼ି ପ୍ରାର୍ଥୀ ଘୋଷଣା କରିଥିଲା। ଦିଂବଗତ ବିଧାୟକ ପ୍ରଦୀପ ମହାରଥିଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଉପରେ ମୋହର ମାରିଥିଲେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ।

ରୁଦ୍ରପ୍ରତାପ ମହାରଥୀଙ୍କ ନାଁ ଘୋଷଣା ପରେ ସେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯାବଦା ଜଣାଇଥିଲେ। ଏହା ସହ ନିଜେ ପ୍ରତିକ୍ରିୟା ଦେବା ବେଳେ ଭାବ ବିହୋଳ ହୋଇ ଯାଇଥିଲେ। ମୋ ଉପରେ ବାପା ଓ ମାଆଙ୍କ ଆଶୀର୍ବାଦ ରହିଛି। ବାପାଙ୍କ ଅଧୁରା ସ୍ବପ୍ନ ପୂରଣ କରିବେ ବୋଲି କହିଥିଲେ।

ସୂଚନା ଅନୁଯାୟୀ, ପିପିଲି ଉପନିର୍ବାଚନ ଲାଗି ଗତ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିବା ଆଶ୍ରିତ ପଟ୍ଟନାୟକଙ୍କୁ ବିଜେପି ପୁଣିଥରେ ଟିକେଟ ଦେଇଛି। ସେ ତାଙ୍କ ପାର୍ଥୀପତ୍ର ଦାଖଲ କରି ସାରିଛନ୍ତି।

୨୦୧୯ ନିର୍ବାଚନରେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କ ଠାରୁ ପରାସ୍ତ ହୋଇଥିଲେ ଆଶ୍ରିତ ପଟ୍ଟନାୟକ। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ୨୦୨୦ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା। ତା’ପରଠୁ ପିପିଲି ବିଧାନସଭା ଆସନ ଖାଲି ପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର