ମହିଳା କର୍ମଚାରୀଙ୍କୁ ଗୁଳିକରି ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

The Sakala Picture
Published On

ଖୋର୍ଦ୍ଧା: ଦିନ ଦ୍ବିପହରରେ ଗୁଳି କରି ମହିଳାଙ୍କଠାରୁ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ତିନି ଦୁର୍ବୃତ୍ତ ପଲ୍‌ସର ବାଇକ୍‌ରେ ଆସି ଗୁଳି କରି ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ବେଗୁନିଆ ଥାନା ଧାନଘର ନୂଆଗାଁ ଅଞ୍ଚଳରେ। ମହିଳାଜଣକ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ ବୋଲି ସୂଚନା ମିଳିଛି । ମହିଳାଙ୍କ ଗୋଡରେ ଗୁଳି ବାଜିଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମହିଳାଙ୍କ ଅବସ୍ଥା ଗୁରୁତର […]

ଖୋର୍ଦ୍ଧା: ଦିନ ଦ୍ବିପହରରେ ଗୁଳି କରି ମହିଳାଙ୍କଠାରୁ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ତିନି ଦୁର୍ବୃତ୍ତ ପଲ୍‌ସର ବାଇକ୍‌ରେ ଆସି ଗୁଳି କରି ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ବେଗୁନିଆ ଥାନା ଧାନଘର ନୂଆଗାଁ ଅଞ୍ଚଳରେ। ମହିଳାଜଣକ ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ ବୋଲି ସୂଚନା ମିଳିଛି । ମହିଳାଙ୍କ ଗୋଡରେ ଗୁଳି ବାଜିଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଛି ।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୂଚନା ଅନୁସାରେ, ଘରୋଇ ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀ ରଞ୍ଜିତା ଖଟୁଆ ଆଜି ଏସ୍‌ଏଚ୍‌ଜି ଗ୍ରୁପ୍‌ରୁ ଟଙ୍କା ଆଦାୟ କରି ଫେରୁଥିଲେ। ତେବେ ବେଗୁନିଆ ଧାନଘର ନୂଆଗାଁରେ ତିନି ଜଣ ଯୁବକ ଏକ ପଲ୍‌ସର ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଥିଲେ। ପରେ ତାଙ୍କଠାରୁ ଟଙ୍କା ବ୍ୟାଗ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ମାତ୍ର ରଞ୍ଜିତା ଟଙ୍କା ବ୍ୟାଗ ଛାଡ଼ି ନଥିଲେ। ହଠାତ ଜଣେ ଦୁର୍ବୁତ୍ତ ତାଙ୍କ ଉପରକୁ ଗୁଳିମାଡ କରି ଟଙ୍କା ଲୁଟି ନେଇଥିଲେ। ଗୁଳିଟି ତାଙ୍କ ଗୋଡ଼ର ପାଦରେ ବାଜିଥିଲା। ଖବର ପାଇଁ ବେଗୁନିଆ ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ମହିଳା କର୍ମଚାରୀଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର