ଡ. ଗାୟତ୍ରୀବାଳା ପଣ୍ଡାଙ୍କ ‘ଏ ସ୍ଲାଇସ୍‍ ଅଫ୍‍ ନାଇଟ୍‍’ ଉନ୍ମୋଚିତ

The Sakala Picture
Published On

ଭୁବନେଶ୍ୱର: ଷଷ୍ଠ ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର ଫେଷ୍ଟିଭାଲରେ ସାହିତ୍ୟ ସମୀକ୍ଷକ ତଥା ଅନୁବାଦକ ମନୁଆ ଦାସଙ୍କ ଦ୍ୱାରା ବିଶିଷ୍ଟ ଓଡ଼ିଆ କବି ଡ଼. ଗାୟତ୍ରୀବାଳା ପଣ୍ଡାଙ୍କ ଓଡ଼ିଆ କବିତା ପୁସ୍ତକର ଇଂରାଜୀ ଅନୁବାଦ ‘ଏ ସ୍ଲାଇସ୍‍ ଅଫ୍‍ ନାଇଟ୍‍’କୁ ବିଶିଷ୍ଟ ବଙ୍ଗଳା ଓ ଇଂରାଜୀ ଲେଖକ କୁନାଲ ବସୁ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଡ଼. ପଣ୍ଡାଙ୍କର ଦ୍ୱିତୀୟ ଇଂରାଜୀ ଅନୁଦିତ ପୁସ୍ତକ। ଏହା ପୂର୍ବରୁ ତାଙ୍କର ପୁସ୍ତକ ‘ଗ୍ରାଣ୍ଡମା’ ଇଂରାଜୀରେ ପ୍ରକାଶିତ ହୋଇଛି। ସେହିପରି […]

ଭୁବନେଶ୍ୱର: ଷଷ୍ଠ ଓଡ଼ିଶା ଆର୍ଟ ଆଣ୍ଡ ଲିଟରେଚର ଫେଷ୍ଟିଭାଲରେ ସାହିତ୍ୟ ସମୀକ୍ଷକ ତଥା ଅନୁବାଦକ ମନୁଆ ଦାସଙ୍କ ଦ୍ୱାରା ବିଶିଷ୍ଟ ଓଡ଼ିଆ କବି ଡ଼. ଗାୟତ୍ରୀବାଳା ପଣ୍ଡାଙ୍କ ଓଡ଼ିଆ କବିତା ପୁସ୍ତକର ଇଂରାଜୀ ଅନୁବାଦ ‘ଏ ସ୍ଲାଇସ୍‍ ଅଫ୍‍ ନାଇଟ୍‍’କୁ ବିଶିଷ୍ଟ ବଙ୍ଗଳା ଓ ଇଂରାଜୀ ଲେଖକ କୁନାଲ ବସୁ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଡ଼. ପଣ୍ଡାଙ୍କର ଦ୍ୱିତୀୟ ଇଂରାଜୀ ଅନୁଦିତ ପୁସ୍ତକ। ଏହା ପୂର୍ବରୁ ତାଙ୍କର ପୁସ୍ତକ ‘ଗ୍ରାଣ୍ଡମା’ ଇଂରାଜୀରେ ପ୍ରକାଶିତ ହୋଇଛି। ସେହିପରି ‘ଧୂପ କେ ରଙ୍ଗ’ ଓ ‘ଖୋ ଜାତି ହୈ ଲଡ଼କିୟାଁ’ ପରି ୫ଟି ପୁସ୍ତକ ମଧ୍ୟ ହିନ୍ଦୀରେ ଅନୁବାଦ ହୋଇଛି।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଡ. ପଣ୍ଡା ଓଡ଼ିଆ ସାହିତ୍ୟଜଗତରେ ଜଣେ ପ୍ରତିଷ୍ଠିତ ଲେଖିକା, ସାହିତ୍ୟ ସମୀକ୍ଷକ ଏବଂ ସମ୍ପାଦିକା ଭାବରେ ପରିଚିତ। ତାଙ୍କର ସୃଷ୍ଟି ସମ୍ଭାର ମଧ୍ୟରେ ରହିଛି ୧୮ରୁ ଊର୍ଦ୍ଧ୍ବ ଗଳ୍ପ, ଉପନ୍ୟାସ ଓ କବିତା ପୁସ୍ତକ। ଆହତ ପ୍ରତିଶ୍ରୁତି, ଅସ୍ପଷ୍ଟ ଈଶ୍ୱର, ଅଣାୟତ୍ତ, ଗାଁ, ଯେତିକି ଦିଶୁଛି ଆକାଶ, ଏ ରାତିର ଯେତେ ତାରା, ବାଘ, ଦୟାନଦୀ, ଆଖିନାଇଁ କାନ ନାଇଁ ଆଦି କବିତା ପୁସ୍ତକ ସହ ଗଳ୍ପ ସଂକଳନ ‘ବିସର୍ଜନ୍‍’, ଉପନ୍ୟାସ ‘ମମ୍ମି ଯାହା ଜାଣେ ନାହିଁ’ ଆଦି ତାଙ୍କର ଗୋଟିଏ ଗୋଟିଏ ସଫଳ ସୃଷ୍ଟି। ‘ଗାଁ’(ଦ ଭିଲେଜ) ପାଇଁ ଗାୟତ୍ରୀବାଳା ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଛନ୍ତି। ସେହିପରି ତାଙ୍କୁ ରାଜ୍ୟ ଯୁବ କବି ପୁରସ୍କାର, ରାଜୀବ ଗାନ୍ଧୀ ସଦ୍‍ଭାବନା ସମ୍ମାନ ଏବଂ ଉତ୍କଳ ସାହିତ୍ୟ ସମାଜ ଯୁବ କବି ସମ୍ମାନରେ ସମ୍ମାନିତ କରାଯାଇଛି। ଇଂରାଜୀ ଦୈନିକ ଖବରକାଗଜ ‘ଇଣ୍ଡିଆନ୍‍ ଏକ୍ସପ୍ରେସ୍‍’ର ଆଇ- ମାଗାଜିନ୍‍ରେ ଦେଶର ଶ୍ରେଷ୍ଠ ୧୦ଜଣ ଯୁବ ଲେଖକଙ୍କ ମଧ୍ୟରେ ଡ଼. ପଣ୍ଡାଙ୍କ ନାମ ସ୍ଥାନୀତ ହୋଇଛି। ୨୦୧୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଲେଖକ ସମ୍ମିଳନୀରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିବା ଡ଼. ଗାୟତ୍ରୀବାଳା ପଣ୍ଡା ୨୦୧୫ରେ ରାଷ୍ଟ୍ରପତି ଭବନରେ ‘ରାଇଟର୍ସ ଇନ୍‍ ରେସିଡ଼େନ୍ସ’ କାର୍ଯ୍ୟକ୍ରମରେ ସେ ପ୍ରଥମ ଓଡ଼ିଆ ଲେଖକ ଭାବରେ ଅଂଶଗ୍ରହଣ କରି ୧୭ ଦିନ କାଳ ଅବସ୍ଥାପନ କରିଛନ୍ତି। ଏହାବ୍ୟତୀତ ୨୦୨୧ରେ ଡ଼. ପଣ୍ଡାଙ୍କୁ ଟାଇମ୍ସ ଅଫ୍‍ ଇଣ୍ଡିଆ ପକ୍ଷରୁ ‘ଟାଇମ୍ସ ପାୱାର ୱିମେନ୍‍’ ସମ୍ମାନରେ ସମ୍ମାନିତ କରାଯାଇଛି। ତାଙ୍କ ସମ୍ପାଦନାରେ ପ୍ରକାଶିତ ଓଡ଼ିଆ ସାହିତ୍ୟ ପତ୍ରିକା ‘ଅନ୍ୟା’ ସାହିତ୍ୟିକ ମହଲରେ ବେଶ୍‍ ଆଦରଣୀୟ ହୋଇ ପାରିଛି।

ଆହୁରି ପଢ଼ନ୍ତୁ: ଯୁବ ବିଜେପି ନେତା ପ୍ରକାଶ ପାଶୱାନଙ୍କ ବେଆଇନ୍ ଅଫିସ ଭାଙ୍ଗିଲା ବନ ବିଭାଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର