ରାଜ୍ୟରେ ବଢିବାରେ ଲାଗିଛି ସଂକ୍ରମଣ, ୨୪ ଘଣ୍ଟାରେ ଆଉ ୨୩୪ ଆକ୍ରାନ୍ତ ଚିହ୍ନଟ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ଲୋକଙ୍କୁ ପୁଣି କରୋନା ଡର ଘାରିଛି। ନୂଆ ଷ୍ଟ୍ରେନ୍‍ର ଭୟ ଭିତରେ ହଠାତ୍‍ ବର୍ଦ୍ଧିତ ସଂଖ୍ୟା ପୁଣି ଭୟ ସୃଷ୍ଟି କରିଛି।ଗତ ୩ ମାସ ପରେ ରାଜ୍ୟରେ ଗତକାଲି ପ୍ରଥମ ଥର ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଥିବା ବେଳେ ଆଜି ମଧ୍ୟ ୨୦୦ ପାର୍‌ କରିଛି ସଂକ୍ରମଣ। ବୁଧବାର ଦିନ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହା ବୃଦ୍ଧି ପାଇ ୨୧୪ରେ ପହଞ୍ଚିଥିଲା । ଆଉ ଆଜି ଏହା ୨୩୪ରେ […]

ଭୁବନେଶ୍ବର : ରାଜ୍ୟରେ ଲୋକଙ୍କୁ ପୁଣି କରୋନା ଡର ଘାରିଛି। ନୂଆ ଷ୍ଟ୍ରେନ୍‍ର ଭୟ ଭିତରେ ହଠାତ୍‍ ବର୍ଦ୍ଧିତ ସଂଖ୍ୟା ପୁଣି ଭୟ ସୃଷ୍ଟି କରିଛି।ଗତ ୩ ମାସ ପରେ ରାଜ୍ୟରେ ଗତକାଲି ପ୍ରଥମ ଥର ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଥିବା ବେଳେ ଆଜି ମଧ୍ୟ ୨୦୦ ପାର୍‌ କରିଛି ସଂକ୍ରମଣ। ବୁଧବାର ଦିନ ୧୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁରୁବାର ଏହା ବୃଦ୍ଧି ପାଇ ୨୧୪ରେ ପହଞ୍ଚିଥିଲା । ଆଉ ଆଜି ଏହା ୨୩୪ରେ ପହଞ୍ଚିଛି।  କରୋନାକୁ ନେଇ ରାଜ୍ୟ ସରକାର ପୁଣି ତତ୍‍ପର ହେବା ପରେ ବିଭିନ୍ନ ଅଞ୍ଚଳରେ ଟେଷ୍ଟିଂ ବୃଦ୍ଧି ପାଇଛି। ଏହାଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଥିବା ଜଣାପଡ଼ିଛି। ଗତ ଜାନୁଆରୀ ୧୪ ତାରିଖରେ ଶେଷ ଥର ପାଇଁ ରାଜ୍ୟରେ ୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେବେଠାରୁ ୩ ମାସ ଧରି ଏହି ସଂଖ୍ୟା ଲଗାତାର ହ୍ରାସ ପାଇ ଚାଲିଥିଲା। ମାତ୍ର ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଅତିକ୍ରମ କରିଥିବାରୁ ଆଗକୁ ଆହୁରି ସ୍ଥିତିବିଗିଡ଼ିବାର ଆଶଙ୍କା ଦେଖାଦେଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୩୨, କଟକରୁ ୨୯, ବରଗଡ଼ରୁ ୨୪, କଳାହାଣ୍ଡିରୁ ୧୭, ସୁନ୍ଦରଗଡ଼ ଓ ବଲାଙ୍ଗିରରୁ ୧୫ ଲେଖାଏଁ, ସମ୍ବଲପୁରରୁ ୧୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସୂଚନାଯୋଗ୍ୟ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଭାରତରେ ଗତ ୨୪ ଘଣ୍ଟା ଭିତରେ ୫୯ ହଜାର ୧୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୮ ଲକ୍ଷ ୪୬ ହଜାର ୬୫୨କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ୨୫୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର ୨୫୭କୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୦ ହଜାର ୯୪୯ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧ କୋଟି ୧୨ ଲକ୍ଷ ୬୪ ହଜାର ୬୩୭ ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ଆକ୍ଟିଭ କେସ୍ ରହିଛି ୪ ଲକ୍ଷ ୨୧ ହଜାର ୬୬ ରହିଛି। ଆଜି ସୁଦ୍ଧା ସମଗ୍ର ଦେଶରେ ୫ କୋଟି ୫୫ ଲକ୍ଷ ୪ ହଜାର ୪୪୦ ଜଣ ଟିକା ନେଇସାରିଲେଣି

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର