ଆଜିଠୁ ଯୁକ୍ତ ଦୁଇ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ, ୧୪ରୁ ଯୁକ୍ତ ତିନି ବଳକା ସିଟରେ ନାମଲେଖା ପାଇଁ ଆରମ୍ଭ ହେବ ପ୍ରକ୍ରିୟା

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ଥିବା ବିଭିନ୍ନ ହାୟର ସେକେରଣ୍ଡାରୀ ସ୍କୁଲ ବା ଜୁନିୟର କଳେଜ ଗୁଡ଼ିକରେ ଖାଲିପଡ଼ିଥିବା ସିଟଗୁଡ଼ିକରେ ନାମଲେଖାଇବା ଲାଗି ତୃତୀୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ୧୧ ତାରିଖ ଦିନ ୧୧ ଟାରୁ ୧୫ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ୧୮ତାରିଖ ଦିନ ୧୧ଟାରେ ମେଧା ତାଲିକା ପ୍ରକାଶ ପାଇବ। ତେବେ ୧୮ ତାରିଖ ଦିନ ୨ଟାରୁ ୨୧ ତାରିଖ ଦିନ ୩ଟା ପର୍ଯ୍ୟନ୍ତ ଚୟନ […]

ଭୁବନେଶ୍ୱର : ରାଜ୍ୟରେ ଥିବା ବିଭିନ୍ନ ହାୟର ସେକେରଣ୍ଡାରୀ ସ୍କୁଲ ବା ଜୁନିୟର କଳେଜ ଗୁଡ଼ିକରେ ଖାଲିପଡ଼ିଥିବା ସିଟଗୁଡ଼ିକରେ ନାମଲେଖାଇବା ଲାଗି ତୃତୀୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ୧୧ ତାରିଖ ଦିନ ୧୧ ଟାରୁ ୧୫ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ୧୮ତାରିଖ ଦିନ ୧୧ଟାରେ ମେଧା ତାଲିକା ପ୍ରକାଶ ପାଇବ। ତେବେ ୧୮ ତାରିଖ ଦିନ ୨ଟାରୁ ୨୧ ତାରିଖ ଦିନ ୩ଟା ପର୍ଯ୍ୟନ୍ତ ଚୟନ ହୋଇଥିବା ପିଲାମାନେ ନାମଲେଖାଇପାରିବେ। ଏହା ସହିତ ୨୧ ତାରିଖ ୩ଟା ୩୦ ରୁ ୨୨ ତାରିଖ ୩ ଟା ୩୦ ମଧ୍ୟରେ ୱଟିଙ୍ଗ ଲିଷ୍ଟରେ ସ୍ଥାନ ପାଇଥିବା ପିଲା ପଞ୍ଜିକରଣ କରିପାରିବେ। ୨୨ ତାରିଖ ୫ଟା ସମୟରେ ୱେଟିଙ୍ଗ ଲିଷ୍ଟରେ ପଞ୍ଜିକରଣ କରିଥିବା ପିଲାଙ୍କ ମଧ୍ୟରୁ ଫାଇନାଲ ମେଧା ତାଲିକା ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ଏଥି ସହିତ ୨୦୨୨-୨୩ ଶିକ୍ଷା ବର୍ଷର ଯୁକ୍ତ ତିନି ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ୧୦୨୪ଟି ଡିଗ୍ରୀ କଲେଜ ରହିଛି। କଳା, ଫିଜିକାଲ ସାଇନ୍ସ, ବାୟୋଲଜିକାଲ ସାଇନ୍ସ, ବାଣିଜ୍ୟ ଏବଂ ସଂସ୍କୃତ ଶାସ୍ତ୍ରୀ ପାଠ୍ୟକ୍ରମରେ ପୂର୍ବରୁ ୨ଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ସିଟ୍ ବଳକା ରହିଥିବାରୁ ପୁଣି ତୃତୀୟ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହେବ।

ଆହୁରି ପଢ଼ନ୍ତୁ: ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଣଶିକ୍ଷା ମନ୍ତ୍ରୀ

ଆସନ୍ତା ନଭେମ୍ବର ୧୪ରୁ ନାମଲେଖା ଲାଗି ଅନଲାଇନରେ ଫର୍ମ ଉପଲବ୍ଧ ହେବ। ପୂର୍ବାହ୍ନ ୧୧ଟାରୁ ଆବେଦନ କରାଯିବ। ଆବେଦନର ଶେଷ ତାରିଖ ୧୭ ତାରିଖ ରହିଛି । ନଭେମ୍ବର ୨୨ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୩ ଏବଂ ୨୪ରେ ନାମଲେଖା ହେବ। ୨୯ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ଚୂଡ଼ାନ୍ତ ନାମଲେଖା ତଥ୍ୟ ୱେବସାଇଟରେ ଅପଲୋଡ୍ କରାଯିବା ସହ ନଭେମ୍ବର ୩୦ ସୁଦ୍ଧା ନାମ ଲେଖାଇଥିବା ଛାତ୍ରଛାତ୍ରୀ ଫି’ ପୈଠ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସୁଦ୍ଧା ମୋଟ ୨ ଲକ୍ଷ ୫୫ ହଜାର ୯୧୩ଟି ଆସନ ମଧ୍ୟରୁ ୧ ଲକ୍ଷ ୮୮ ହଜାର ୭୪୯ଟି ଆସନ ପୂରଣ ହୋଇଥିବା ବେଳେ ୬୭ ହଜାର ୧୬୪ଟି ବଳକା ଆସନ ରହିଛି।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା: ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ

11 Nov 2022 By The Sakala

ଆଜିଠୁ ଯୁକ୍ତ ଦୁଇ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ, ୧୪ରୁ ଯୁକ୍ତ ତିନି ବଳକା ସିଟରେ ନାମଲେଖା ପାଇଁ ଆରମ୍ଭ ହେବ ପ୍ରକ୍ରିୟା

ଭୁବନେଶ୍ୱର : ରାଜ୍ୟରେ ଥିବା ବିଭିନ୍ନ ହାୟର ସେକେରଣ୍ଡାରୀ ସ୍କୁଲ ବା ଜୁନିୟର କଳେଜ ଗୁଡ଼ିକରେ ଖାଲିପଡ଼ିଥିବା ସିଟଗୁଡ଼ିକରେ ନାମଲେଖାଇବା ଲାଗି ତୃତୀୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀ ୧୧ ତାରିଖ ଦିନ ୧୧ ଟାରୁ ୧୫ ତାରିଖ ରାତି ୧୧.୪୫ ମିନିଟ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ୧୮ତାରିଖ ଦିନ ୧୧ଟାରେ ମେଧା ତାଲିକା ପ୍ରକାଶ ପାଇବ। ତେବେ ୧୮ ତାରିଖ ଦିନ ୨ଟାରୁ ୨୧ ତାରିଖ ଦିନ ୩ଟା ପର୍ଯ୍ୟନ୍ତ ଚୟନ ହୋଇଥିବା ପିଲାମାନେ ନାମଲେଖାଇପାରିବେ। ଏହା ସହିତ ୨୧ ତାରିଖ ୩ଟା ୩୦ ରୁ ୨୨ ତାରିଖ ୩ ଟା ୩୦ ମଧ୍ୟରେ ୱଟିଙ୍ଗ ଲିଷ୍ଟରେ ସ୍ଥାନ ପାଇଥିବା ପିଲା ପଞ୍ଜିକରଣ କରିପାରିବେ। ୨୨ ତାରିଖ ୫ଟା ସମୟରେ ୱେଟିଙ୍ଗ ଲିଷ୍ଟରେ ପଞ୍ଜିକରଣ କରିଥିବା ପିଲାଙ୍କ ମଧ୍ୟରୁ ଫାଇନାଲ ମେଧା ତାଲିକା ପ୍ରକାଶ ପାଇବ।

ଏଥି ସହିତ ୨୦୨୨-୨୩ ଶିକ୍ଷା ବର୍ଷର ଯୁକ୍ତ ତିନି ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ୧୦୨୪ଟି ଡିଗ୍ରୀ କଲେଜ ରହିଛି। କଳା, ଫିଜିକାଲ ସାଇନ୍ସ, ବାୟୋଲଜିକାଲ ସାଇନ୍ସ, ବାଣିଜ୍ୟ ଏବଂ ସଂସ୍କୃତ ଶାସ୍ତ୍ରୀ ପାଠ୍ୟକ୍ରମରେ ପୂର୍ବରୁ ୨ଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ସିଟ୍ ବଳକା ରହିଥିବାରୁ ପୁଣି ତୃତୀୟ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକ୍ରିୟା ଆରମ୍ଭ ହେବ।

ଆସନ୍ତା ନଭେମ୍ବର ୧୪ରୁ ନାମଲେଖା ଲାଗି ଅନଲାଇନରେ ଫର୍ମ ଉପଲବ୍ଧ ହେବ। ପୂର୍ବାହ୍ନ ୧୧ଟାରୁ ଆବେଦନ କରାଯିବ। ଆବେଦନର ଶେଷ ତାରିଖ ୧୭ ତାରିଖ ରହିଛି । ନଭେମ୍ବର ୨୨ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ୨୩ ଏବଂ ୨୪ରେ ନାମଲେଖା ହେବ। ୨୯ତାରିଖ ସନ୍ଧ୍ୟା ୭ଟା ସୁଦ୍ଧା ଚୂଡ଼ାନ୍ତ ନାମଲେଖା ତଥ୍ୟ ୱେବସାଇଟରେ ଅପଲୋଡ୍ କରାଯିବା ସହ ନଭେମ୍ବର ୩୦ ସୁଦ୍ଧା ନାମ ଲେଖାଇଥିବା ଛାତ୍ରଛାତ୍ରୀ ଫି’ ପୈଠ କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସୁଦ୍ଧା ମୋଟ ୨ ଲକ୍ଷ ୫୫ ହଜାର ୯୧୩ଟି ଆସନ ମଧ୍ୟରୁ ୧ ଲକ୍ଷ ୮୮ ହଜାର ୭୪୯ଟି ଆସନ ପୂରଣ ହୋଇଥିବା ବେଳେ ୬୭ ହଜାର ୧୬୪ଟି ବଳକା ଆସନ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର