ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ପାଇଁ ନଭେମ୍ୱର ୧ରୁ ଆବେଦନ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଖାଲି ପଡ଼ିଥିବା ପିଜି ସିଟଗୁଡିକରେ ନାମଲେଖାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁନଃର୍ବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନାମଲେଖା ପାଇଁ ଆବେଦନ ୧ରୁ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ହିଁ ନାମଲେଖା ପାଇଁ ଆବେଦନ କରିବେ। ନଭେମ୍ୱର ୧ ତାରିଖ ଦିନ ୧୨ଟା ଠାରୁ ଠାରୁ ୩ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସାମ୍ସ ୱେସାଇଟରେ […]

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଖାଲି ପଡ଼ିଥିବା ପିଜି ସିଟଗୁଡିକରେ ନାମଲେଖାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁନଃର୍ବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନାମଲେଖା ପାଇଁ ଆବେଦନ ୧ରୁ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ହିଁ ନାମଲେଖା ପାଇଁ ଆବେଦନ କରିବେ। ନଭେମ୍ୱର ୧ ତାରିଖ ଦିନ ୧୨ଟା ଠାରୁ ଠାରୁ ୩ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସାମ୍ସ ୱେସାଇଟରେ କମନ ଆପ୍ଳିକେସନ ଫର୍ମ(ସିଏଏଫ) ଉପଲବ୍ଧ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏହି ସମୟରେ ଆବେଦନ କରିବାକୁ ଥିବାବେଳେ ୪ ତାରିଖ ଦିନ ୨ଟା ସମୟରେ ମେଧା ତାଲିକା ପ୍ରକାଶ ପାଇବ। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ଏଣ୍ଟ୍ରାନ୍ସ ମାର୍କ ଓ କ୍ୟାରିୟର ମାର୍କକୁ ମାର୍କକୁ ଆଧାର କରି ତାଲିକା ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ସଂସ୍କାର ପାଇଁ ଆସିବ ସ୍ୱତନ୍ତ୍ର ଆଇନ, ଶ୍ରୀମନ୍ଦିର ଭଳି ରହିବ ଆଇନ ବ୍ୟବସ୍ଥା

ଅପରପକ୍ଷେ ନଭେମ୍ବର ୫ ତାରିଖରୁ ୨୧ ତାରିଖ ମଧ୍ୟରେ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ନାମଲେଖା ସମ୍ପର୍କିତ କାର୍ଯ୍ୟକ୍ରମ ଶେଷ କରିବେ। ୨୩ ତାରିଖରୁ ୨୫ ତାରିଖ ମଧ୍ୟରେ ନାମଲେଖା ତାଲିକା ପ୍ରକାଶ ପାଇବ। ତେବେ ବିଭାଗ ଦର୍ଶାଇଛି ଯେ, ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ, ଦ୍ୱିତୀୟ କିମ୍ୱା ସ୍ପଟ ନାମଲେଖା ସମୟରେ ନାମଲେଖାଇ ପରବର୍ତ୍ତୀ ସମୟରେ ସିଏଲସି ବା ୟୁଏଲସି ନେଇ ଯାଇଛନ୍ତି ସେମାନେ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ। ଏହା ସହ ଛାତ୍ରଛାତ୍ରୀମାନେ ଯେଉଁ ବିଷୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବେ ସେମାନେ ଅନ୍ୟ କୌଣସି ବିଷୟରେ ନାମଲେଖା ଲାଗି ଆବେଦନ କରିପାରିବେନି ବୋଲି ବିଭାଗ ପକ୍ଷରୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

ଆହୁରି ପଢ଼ନ୍ତୁ: ଖୁବ୍ ଶୀଘ୍ର ପ୍ରକାଶ ପାଇବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ : ଗଣଶିକ୍ଷା ମନ୍ତ୍ରୀ

30 Oct 2022 By The Sakala

ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ପାଇଁ ନଭେମ୍ୱର ୧ରୁ ଆବେଦନ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ଖାଲି ପଡ଼ିଥିବା ପିଜି ସିଟଗୁଡିକରେ ନାମଲେଖାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁନଃର୍ବାର ବିଜ୍ଞପ୍ତି ପ୍ରକାଶ ପାଇଛି। ନାମଲେଖା ପାଇଁ ଆବେଦନ ୧ରୁ ୩ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ହିଁ ନାମଲେଖା ପାଇଁ ଆବେଦନ କରିବେ। ନଭେମ୍ୱର ୧ ତାରିଖ ଦିନ ୧୨ଟା ଠାରୁ ଠାରୁ ୩ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ସାମ୍ସ ୱେସାଇଟରେ କମନ ଆପ୍ଳିକେସନ ଫର୍ମ(ସିଏଏଫ) ଉପଲବ୍ଧ ହେବ। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଏହି ସମୟରେ ଆବେଦନ କରିବାକୁ ଥିବାବେଳେ ୪ ତାରିଖ ଦିନ ୨ଟା ସମୟରେ ମେଧା ତାଲିକା ପ୍ରକାଶ ପାଇବ। ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ଏଣ୍ଟ୍ରାନ୍ସ ମାର୍କ ଓ କ୍ୟାରିୟର ମାର୍କକୁ ମାର୍କକୁ ଆଧାର କରି ତାଲିକା ପ୍ରକାଶ ପାଇବ।

ଅପରପକ୍ଷେ ନଭେମ୍ବର ୫ ତାରିଖରୁ ୨୧ ତାରିଖ ମଧ୍ୟରେ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡିକ ନାମଲେଖା ସମ୍ପର୍କିତ କାର୍ଯ୍ୟକ୍ରମ ଶେଷ କରିବେ। ୨୩ ତାରିଖରୁ ୨୫ ତାରିଖ ମଧ୍ୟରେ ନାମଲେଖା ତାଲିକା ପ୍ରକାଶ ପାଇବ। ତେବେ ବିଭାଗ ଦର୍ଶାଇଛି ଯେ, ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ, ଦ୍ୱିତୀୟ କିମ୍ୱା ସ୍ପଟ ନାମଲେଖା ସମୟରେ ନାମଲେଖାଇ ପରବର୍ତ୍ତୀ ସମୟରେ ସିଏଲସି ବା ୟୁଏଲସି ନେଇ ଯାଇଛନ୍ତି ସେମାନେ ଏହି ପର୍ଯ୍ୟାୟରେ ଆବେଦନ କରିପାରିବେ ନାହିଁ। ଏହା ସହ ଛାତ୍ରଛାତ୍ରୀମାନେ ଯେଉଁ ବିଷୟରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଦେଇଥିବେ ସେମାନେ ଅନ୍ୟ କୌଣସି ବିଷୟରେ ନାମଲେଖା ଲାଗି ଆବେଦନ କରିପାରିବେନି ବୋଲି ବିଭାଗ ପକ୍ଷରୁ ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର