ନିଜ ଫାଶରେ ଫସିଲା ଶିକାରୀ: ବିଦ୍ୟୁତ ଫାଶରେ ପଡି ବାରହା ଓ ଶିକାରୀ ମୃତ

The Sakala Picture
Published On

ବଇଣ୍ଡା: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ନୁହୁରାପଦା ନିକଟସ୍ଥ ଜଙ୍ଗଲରେ ଜନ୍ତୁ ଶିକାର କରିବା ପାଇଁ ବିଛାଯାଇଥିବା ବିଦ୍ୟୁତ ଫାଶ ରେ ପଡି ଏକ ବାରହା ସହ ଶିକାରୀର ମୃତ ହୋଇଛି । ଏହି ଘଟଣାକୁ ଚପାଇଦେବା ପାଇଁ ଜୋର ଦାର ଉଦ୍ୟମ ହୋଇଥିବା ବେଳେ ମୃତ ଶିକାରୀ ଓ ବାରାହାର ମୃତ ଦେହକୁ ଗାୟବ କରିଦେଇଥିବା ଜଣାପଡିଛି । ଫଳରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି । ଘଟଣାରୁ ଜଣାପଡିଛି ଯେ, […]

ବଇଣ୍ଡା: ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ନୁହୁରାପଦା ନିକଟସ୍ଥ ଜଙ୍ଗଲରେ ଜନ୍ତୁ ଶିକାର କରିବା ପାଇଁ ବିଛାଯାଇଥିବା ବିଦ୍ୟୁତ ଫାଶ ରେ ପଡି ଏକ ବାରହା ସହ ଶିକାରୀର ମୃତ ହୋଇଛି । ଏହି ଘଟଣାକୁ ଚପାଇଦେବା ପାଇଁ ଜୋର ଦାର ଉଦ୍ୟମ ହୋଇଥିବା ବେଳେ ମୃତ ଶିକାରୀ ଓ ବାରାହାର ମୃତ ଦେହକୁ ଗାୟବ କରିଦେଇଥିବା ଜଣାପଡିଛି । ଫଳରେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି ।

ଘଟଣାରୁ ଜଣାପଡିଛି ଯେ, ଏହି ଅଞ୍ଚଳରେ କିଛି ଦିନ ହେବ ବିଦ୍ୟୁତ ଫାଶ ଦ୍ୱାରା ଜନ୍ତୁ ଶିକାର କରାଯାଉଛି ।  ଏହି ଜଙ୍ଗଲ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାରରୁ କିଛି ଶିକାରୀ ହୁକ ପକାଇ ଜନ୍ତୁ ଶିକାର କରିବା ପାଇଁ ଫାଶ ବସାଇ ଥିଲେ । ଏହି ଫାଶରେ ଏକ ବଡ ବାରାହା ପଡିଥିବା ବେଳେ ଉକ୍ତ ବାରାହାକୁ ଆଣିବାକୁ ଯାଇ ସେହି ଗ୍ରାମର ଜଣେ ୩୭ ବର୍ଷୀୟ ଶିକାରୀ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣା ସ୍ଥଳରେ ଉକ୍ତ ବାରହା ସହ ଶିକାରୀର ମୃତ ହୋଇଥିଲା । ଏହି ଘଟଣା ଅନ୍ୟ ଶିକାରୀ ମାନେ ଜାଣିବା ପରେ ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିବା ସହ ମୃତ ଶିକାରୀର ଶବକୁ ନିକଟସ୍ଥ ଜଙ୍ଗଲରେ ପୋତି ଦେଇଥିବା ବେଳେ ବାରହାର ମାଂସ କୁ ଜିଲ୍ଲା ବାହାରକୁ ଚାଲାଣ କରିଦେଇଥିବା ସାଧାରଣରେ ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ଖବର ପାଇଁ ଠାକୁରଗଡ଼ ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ ମଧ୍ୟ କୌଣସି ସନ୍ଧାନ ନ ପାଇଁ ଫେରିଥିବା ଜଣାପଡିଛି । ଉକ୍ତ ଘଟଣାକୁ କିଛି ରାଜନୈତିକ ନେତା ମାନେ ମୋଟା ଅଙ୍କର ଅର୍ଥ କାରବାର କରି ଘଟଣାକୁ ରଫାଦଫା କରିଦେଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତର ବ।ତ୍ରାଖୋଳ ଜଙ୍ଗଲରେ ଏକ ମାସ ପୂର୍ବେ  ବିଦ୍ୟୁତ  ଫାଶରେ ପଡି ଗୋଟିଏ କଲରାପତରିଆ ବାଘ ମୃତ ବରଣ କରିଥିବା ବେଳେ ବାରମ୍ବାର ଏହି ଅଞ୍ଚଳରେ ବିଦ୍ୟୁତ ଫାଶ ପକାଇ ଶିକାର ବଢୁଥିଲେ ମଧ୍ୟ ବନବିଭାଗ ପକ୍ଷରୁ ସେଭଳି କୌଣସି ପଦେକ୍ଷେପ ନିଆଯାଉ ନ ଥିବା ସାପଘରା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏନେଇ ଠାକୁରଗଡ଼ ଥାନା ଆଇଆଇସି ପୀତାମ୍ବର ନାୟକ କୁହନ୍ତି ଆମ ପାଖରେ ସେ ସମ୍ପର୍କରେ କୌଣସି ଅଭିଯୋଗ ହୋଇନାହି କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ। ଏନେଇ ଆଠମଲ୍ଲିକ ଏସଡିପିଓ ଚିନ୍ତାମଣୀ ପ୍ରଧାନ କୁହନ୍ତି ଘଟଣା ସମ୍ପର୍କରେ ତଦନ୍ତ କରାଯିବ। ଏନେଇ ଧଣ୍ଡାତୋପା ରେଞ୍ଜର ରବିନାରାୟଣ ମହାନ୍ତି କୁହନ୍ତି ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ। ବନ ବିଭାଗ ପକ୍ଷରୁ ତଦନ୍ତ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର